38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆଣ୍ଟିବାୟୋଟିକ୍ସ, ଷ୍ଟେରଏଡ ଓ ଅଧିକ ଷ୍ଟିମ ପାଇଁ ବଢୁଛି ବ୍ଲାକ ଫଙ୍ଗସ ସଂକ୍ରମଣ

ଆଣ୍ଟିବାୟୋଟିକ୍ସ, ଷ୍ଟେରଏଡ ଓ ଅଧିକ ଷ୍ଟିମ ପାଇଁ ବଢୁଛି ବ୍ଲାକ ଫଙ୍ଗସ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ଦେଶରେ ବ୍ଲାକ ଫଙ୍ଗସ ସଂକଟ ଜାରି ରହିଛି । ଦେଶର ବିଭିନ୍ନ ଭାଗରେ ଏନେଇ ଅନେକ ମାମଲା ସାମ୍ନାକୁ ଆସୁଛି । ଯାହା ସରକାରଙ୍କ ଚିନ୍ତା ବଢାଇଛି । ଏହାରି ମଧ୍ୟରେ ବ୍ଲାକ ଫଙ୍ଗସକୁ ନେଇ ଗବେଷଣା କରାଯାଇଛି । ଯାହା ଅନୁସାରେ, କିଛି ଏମିତି ଜିନିଷ ରହିଛି, ଯାହା କୋଭିଡ ରୋଗୀଙ୍କ ଠାରେ ସାଧାରଣ ।  ଏହି ଗବେଷଣା ୨୧୦ ରୋଗୀଙ୍କ ଉପରେ କରାଯାଇଥିଲା । ଯେଉଁଥିରେ ସମସ୍ତଙ୍କୁ ଆଣ୍ଟିବାୟୋଟିକ୍ସ ଦିଆଯାଇଥିଲା । ଏହାପରେ ଲୋକେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଲେ । ମଧ୍ୟପ୍ରଦେଶ ମହାରାଜା ଯଶବନ୍ତରାଓ ହସ୍ପିଟାଲର ଡାକ୍ତର ବିପି ପାଣ୍ଡେ ଏକ ଷ୍ଟଡିରେ ଲେଖଥିଲେ , ଯେଉଁଥିରେ କୁହାଯାଇଛି, ବ୍ଲାକ ଫଙ୍ଗସ ରୋଗୀ ଯେତେଜଣ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ମାତ୍ର ୧୪ ପ୍ରତିଶତ ଷ୍ଟେରଏଡସ ବ୍ୟବହାର କରାଯାଇଥିଲା । ଯେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ହିଁ ବ୍ଲାକ ଫଙ୍ଗସ ପଛର ମୁଖ୍ୟ କାରଣ ବୋଲି କହିଥିଲା ।  ଭାରତରେ ଏପର୍ଯ୍ୟନ୍ତ ବ୍ଲାକ ଫଙ୍ଗସ କେସ ୯ ହାଜରରୁ ଅଧିକ ରହିଛି । ଅଧା ରାଜ୍ୟରେ ଏହାକୁ କରୋନା ଭଳି ମହାମାରୀ ଘୋଷଣା କରାଯାଇଛି । ଏଥିରେ ଆଉ ଘଟଣା ବି ସାମ୍ନାକୁ ଆସିଛି । ତାହା ହେଲା ଅଧିକ ମାତ୍ରାରେ ଷ୍ଟିମ ନେବା ବି ଜଣେ ରୋଗୀ ପାଇଁ ବିପଦଜନକ ହୋଇପାରେ । ଡାକତ୍ର ରାଜୀବ ଜୟବର୍ଦ୍ଧନ କହିଛନ୍ତି, ଶରୀରରେ ଏକ ଲେୟାର ରହିଛି । ଯାହା ଆମକୁ ବ୍ୟାକ୍ଟେରିଆ ଠାରୁ ରକ୍ଷା କରେ । ହେଲେ ଅଧିକମାତ୍ରାରେ ଷ୍ଟିମ ହାନିକାରକ ସାବ୍ୟସ୍ତ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking