30.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବିଜେପିର ମିଶନ ୨୦୨୪ ଆରମ୍ଭ: ୧୫ ରାଜ୍ୟର ନୂଆ ପ୍ରଭାରୀ ଘୋଷଣା

ବିଜେପିର ମିଶନ ୨୦୨୪ ଆରମ୍ଭ: ୧୫ ରାଜ୍ୟର ନୂଆ ପ୍ରଭାରୀ ଘୋଷଣା

ନୂଆଦିଲ୍ଲୀ: ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଏହାକୁ ଦୃଷ୍ଟିରେ ରଖି ଦଳ ୧୫ଟି ରାଜ୍ୟରେ ନିଜର ନୂତନ ପ୍ରଭାରୀ ଏବଂ ସହ ପ୍ରଭାରୀ ନିଯୁକ୍ତ କରିଛି । ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ କହିଛନ୍ତି, ଜେପି ନଡ୍ଡା ପ୍ରଭାରୀ ସୂଚୀ ଉପରେ ମୋହର ମାରିବା ପରେ ଏହାକୁ ତତ୍କାଳ ପ୍ରଭାବରୁ ଲାଗୁ କରାଯାଇଛି । ନିକଟରେ ବିଜେପି ଓଡ଼ିଶାର ନୂଆ ପ୍ରଭାରୀ ଭାବେ ସୁନୀଲ ବଂସଲଙ୍କୁ ଦାୟିତ୍ୱ ଦେଇଥିଲା । ଏବେ ଦଳ ପକ୍ଷରୁ ୧୫ଟି ରାଜ୍ୟ ପାଇଁ ନୂଆ ପ୍ରଭାରୀଙ୍କୁ ନିଯୁକ୍ତି ଦିଆଯାଇଛି ।

ଜାରି କରାଯାଇଥିବା ତାଲିକା ଅନୁଯାୟୀ, ବିନୋଦ ତାବଡେଙ୍କୁ ବିହାର, ଓମ ମାଥୁରଙ୍କୁ ଛତିଶଗଡ, ବିପ୍ଳବ କୁମାର ଦେବଙ୍କୁ ହରିୟାଣା, ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାଡଖଣ୍ଡ, ପ୍ରକାଶ ଜାଭଦେକରଙ୍କୁ କେରଳ, ରାଧାମୋହନ ଅଗ୍ରୱାଲଙ୍କୁ ଲାକ୍ଷାଦ୍ୱୀପ, ପି ମୂରଲୀଧର ରାଓଙ୍କୁ ମଧ୍ୟପ୍ରଦେଶ, ବିଜୟ ରୂପାଣୀଙ୍କୁ ପଞ୍ଜାବ ଏବଂ ଚଣ୍ଡିଗଡ, ତରୁଣ ଚୁଘଙ୍କୁ ତେଲେଙ୍ଗାନା, ଅରୁଣ ସିଂହଙ୍କୁ ରାଜସ୍ଥାନ, ମହେଶ ଶର୍ମାଙ୍କୁ ତ୍ରିପୁରା, ମଙ୍ଗଳ ପାଣ୍ଡେଙ୍କୁ ପଶ୍ଚିମବଙ୍ଗ ଏବଂ ସମ୍ବିତ ପାତ୍ରଙ୍କୁ ପୂର୍ବୋତରର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ସାଂସଦ ହରୀଶ ଦ୍ୱିବେଦୀଙ୍କୁ ବିହାର, ବିଧାୟକ ନୀତିନ ବନୀନଙ୍କୁ ଛତିଶଗଡ, ସାଂସଦ ଡ.ରାଧାମୋହନ ଅଗ୍ରୱାଲଙ୍କୁ କେରଳ, ପଙ୍କଜା ମୁଣ୍ଡେ ଏବଂ ଡ. ରମାଶଙ୍କର କଠେରିଆଙ୍କୁ ମଧ୍ୟପ୍ରଦେଶ, ନରିନ୍ଦର ସିଂହ ରୈନାଙ୍କୁ ପଞ୍ଜାବ, ଅରବିନ୍ଦ ମେନନଙ୍କୁ ତେଲେଙ୍ଗାନା, ବିଜୟ ରାହଟକରଙ୍କୁ ରାଜସ୍ଥାନ, ଅମିତ୍ ମାଲଭୀୟ, ଆଶା ଲଡକାଙ୍କୁ ପଶ୍ଚିମବଙ୍ଗ ଏବଂ ଋତୁରାଜ ସିହ୍ନାଙ୍କୁ ନର୍ଥ ଇଷ୍ଟ ରାଜ୍ୟର ସହପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking