28.1 C
Bhubaneswar
Saturday, April 27, 2024
Homeଓଡିଶାଶାସକ ବିଜେଡିର ଗୁଣ୍ଡାମାନେ ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚନରୁ ଓହରିବା ପାଇଁ ଧମକ ଦେଉଛନ୍ତି : ଡ.ଲେଖାଶ୍ରୀ

ଶାସକ ବିଜେଡିର ଗୁଣ୍ଡାମାନେ ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚନରୁ ଓହରିବା ପାଇଁ ଧମକ ଦେଉଛନ୍ତି : ଡ.ଲେଖାଶ୍ରୀ

* ପଂଚାୟତ ନିର୍ବାଚନ ଆରମ୍ଭ ହେବା ଆଗରୁ ଶାସକ ବିଜୁ ଜନତା ଦଳ ରକ୍ତମୁଖା ସାଜି ବିରାଧୀଙ୍କ ପ୍ରତି ହିଂସାତ୍ମକ ଆକ୍ରମଣ ଆରମ୍ଭ କରିଦେଇଛନ୍ତି
* ନାମାଙ୍କନ ପ୍ରତ୍ୟାହାର ନକଲେ ଲଇକେରା ଜୋନ-୨ ବିଜେପି ପ୍ରାର୍ଥୀଙ୍କୁ ହତ୍ୟା ଧମକ
* ଝାରସୁଗୁଡା ଜିଲ୍ଲାପାଳ ଏବଂ ପୋଲିସ ଏସପିଙ୍କୁ ଅଭୁଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦିଅନ୍ତୁ
ଭୂବନେଶ୍ୱର, : ପଂଚାୟତ ନିର୍ବାଚନ ଆରମ୍ଭ ହେବା ଆଗରୁ ଶାସକ ବିଜୁ ଜନତା ଦଳ ରକ୍ତମୁଖା ସାଜି ବିରାଧୀଙ୍କ ପ୍ରତି ହିଂସାତ୍ମକ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ଗଣତାନ୍ତ୍ରୀକ ପଦ୍ଧତିରେ ବିଜେପି ପ୍ରାର୍ଥୀମାନେ ଲୋକମାନଙ୍କୁ ପାଖକୁ ଯାଇ ନିର୍ବାଚନ ଲଢୁଥିବାବେଳେ ଶାସକ ବିଜେଡି ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ରାଜ୍ୟରେ ଏକ ଅଗଣତାନ୍ତ୍ରୀକ ବାତାବରଣ ସୃଷ୍ଟି କରୁଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ରକ୍ତମୁଖା ସାଜିଥିବା ଶାସକ ବିଜେଡିର ଗୁଣ୍ଡାମାନେ ଧମକ, ଭୟଭୀତ ଓ ମରଣାନ୍ତକ ଆକ୍ରମଣ କରି ନିର୍ବାଚନରୁ ଓହରି ଯିବା ପାଇଁ ବାଧ୍ୟ କରୁଛନ୍ତି । ପଂଚାୟତ ନିର୍ବାଚନ ପ୍ରକ୍ରିୟାର ପ୍ରାରମ୍ଭରୁ ଗଞ୍ଜାମ ଜିଲ୍ଲାର ଚିକିଟି ଠାରେ ବିଜୁ ଜନତା ଦଳର ଗୁଣ୍ଡାମାନେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲା । ସେହିପରି ସମାନ ଢଙ୍ଗରେ ଝାରସୁଗୁଡା ଜିଲ୍ଲା ଲଇକେରା ଜୋନ ନଂ-୧ର ବିଜେପି ପ୍ରାର୍ଥିନୀ ସବ୍ୟସିନି ପ୍ରଧାନ ଏବଂ ମଣ୍ଡଳ ସଭାପତି ପ୍ରଦୀପ ପ୍ରଧାନଙ୍କ ପାକେଲଖୋଲସ୍ଥିତ ତାଙ୍କ ଘରେ ପଶି ଶାସକ ବିଜେଡିର ବିକ୍ରମ ପ୍ରଧାନଙ୍କ ସମେତ ଅନେକ ବିଜେଡି ଗୁଣ୍ଡାମାନେ ନାମାଙ୍କନ ପ୍ରତ୍ୟାହାର କରିବାକୁ କହିଥିଲେ । ନାମାଙ୍କନ ପ୍ରତ୍ୟାହାର ନକଲେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଧ୍ୱଂସ କରିବାକୁ ଧମକ ମଧ୍ୟ ଦେଇଛନ୍ତି । ଏହାକୁ ନେଇ ବିଜେପି ତରଫରୁ ମଣ୍ଡଳ ସଭାପତି ଶ୍ରୀ ପ୍ରଦୀପ ପ୍ରଧାନ ଝାରସୁଗୁଡା ଜିଲ୍ଲା ଲଇକେରା ପୋଲିସ ଷ୍ଟେସନରେ ଗତ ୨୩ ତାରିଖ ଦିନ ଗୋଟିଏ ଏଫଆଇଆର ଦାଖଲ କରିଛନ୍ତି । ମାତ୍ର ବର୍ତମାନ ସୁଦ୍ଧା ପୋଲିସ ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ଏବଂ ଅଭିଯୁକ୍ତମାନେ ନିର୍ଭୟରେ ବାହାରେ ବୁଲୁଛନ୍ତି । ଫଳରେ ଜନସାଧାରଣଙ୍କ ମନ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ଭୟମୁକ୍ତ ଓ ନିରପେକ୍ଷ ହେବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ରାଜ୍ୟ ନିର୍ବାଚନ କମିଶନ ତ୍ୱରିତ୍ୱ ପଦକ୍ଷେପ ଗ୍ରହଣ କରି ଝାରସୁଗୁଡା ଜିଲ୍ଲାପାଳ ଏବଂ ପୋଲିସ ଏସପିଙ୍କୁ ଅଭୁଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ଡ.ଲେଖାଶ୍ରୀ ଦାବୀ ଜଣାଇଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ମହାନ୍ତି, ପଂଚାନନ ନାୟକ, ଲିଗାଲ ସେଲର ଜୟନ୍ତ ଜେନା ଏବଂ ରଶ୍ମୀରଂଜନ କାନୁନଗୋ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking