25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶମୋତେ ଗୁଣି ଗାରେଡି କରାଯାଉଛି: ଲୋକେନ୍ଦ୍ର ପ୍ରତାପ ସିଂ

ମୋତେ ଗୁଣି ଗାରେଡି କରାଯାଉଛି: ଲୋକେନ୍ଦ୍ର ପ୍ରତାପ ସିଂ

ନୂଆଦିଲ୍ଲୀ: ମୋ ଫଟୋରେ ଗୁଣି ଗାରେଡି କରୁଛନ୍ତି ଲୋକେ । ଯାହାକୁ ନେଇ ମୋତେ ଭୟ ଲାଗୁଛି । ଗୁଣିଗାରେଡିକୁ ନେଇ ଏବେ ଚିନ୍ତାରେ ବିଧାୟକ ଲୋକେନ୍ଦ୍ର ପ୍ରତାପ ସିଂ । ଏଭଳି କିଛି ଖବର ଏବେ ସାମ୍ନାକୁ ଆସିଛି । ଏନେଇ ନିଜେ ବିଧାୟକ ତାଙ୍କ ମନର କଥା କହିବା ସହିତ ସାମାଜିକ ଗଣମାଧ୍ୟମ‌ରେ ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଦେଖିବାକୁ ମିଳୁଛି ଏକ ଢ଼ାଲାରେ ଲାଲ ରଙ୍ଗର କପଡ଼ା ବିଛା ଯାଇ ଏଥିରେ ବିଧାୟକଙ୍କ ଫଟୋ  ରଖାଯାଇଛି। ଢ଼ାଲା ନିକଟରେ ସିନ୍ଦୂରର ଏକ ଛୋଟ ଡବ୍ବା, ହଳଦିଆ ଓ ଧୂସର ରଙ୍ଗର କାଠି ଭର୍ତ୍ତି ଏକ ବୋତଲ ରଖାଯାଇଛି। ଉତ୍ତରପ୍ରଦେଶର ମହମ୍ମଦୀର ବିଜେପି ବିଧାୟକ ଲୋକେନ୍ଦ୍ର ପ୍ରତାପ ସିଂ ଦାବି କରିଛନ୍ତି, ଯେ ମୋତେ ଗୁଣିଗା‌ରେଡି କରିବା ପାଇଁ କିଛି ଲୋକ ଟାର୍ଗେଟ କରୁଛନ୍ତି। ଏଥିପାଇଁ ଢ଼ାଲାରେ ମୋ ଫଟୋ ରଖି ଗୁଣିଗାରେଡି କରିବାକୁ ଚେଷ୍ଟା କରୁଛନ୍ତି। ତେବେ ମୁଁ ଏସବୁକୁ ବିଶ୍ବାସ କରେ ନାହିଁ। ଭୟ କରେ ନାହିଁ। କାରଣ ମୋ ପାଖରେ ଭଗବାନ ଶିବଙ୍କ ଆର୍ଶୀବାଦ ଅଛି। ତେଣୁ ମୋତେ ଚିନ୍ତା ହେଉଛି ଯେଉଁମାନେ ଏଭଳି କାମ କରୁଛନ୍ତି କାହିଁକି କରୁଛନ୍ତି। ଦୟାକରି ଏମିତି ଯେଉଁମାନେ କରୁଛନ୍ତି ନିବୃତ୍ତ ହୋଇଯାଆନ୍ତୁ। କାରଣ ଏହାଦ୍ବାରା ଅଯଥାରେ ଆପଣଙ୍କ ସମୟ ନଷ୍ଟ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking