29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶବୀରଭୂମରେ ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କୁ ଅପହରଣ; ଟିଏମସି ଉପରେ ଆରୋପ

ବୀରଭୂମରେ ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କୁ ଅପହରଣ; ଟିଏମସି ଉପରେ ଆରୋପ

କୋଲକାତା: ବୀରଭୂମ ଜିଲ୍ଲାର ପାଡ୍ଡୁଇରେ ଜଣେ ବିଜେପି ନେତାଙ୍କ ଅପହରଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଅପହୃତ ବିଜେପି ନେତା ହେଲେ ଘନଶ୍ୟାମ ମହାର । ଏହାକୁ ନେଇ ଟିଏମସି ଉପରେ ଆରୋପ ଲଗାଯାଇଛି । ବୀରଭୂମରେ ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କ ଅପହରଣ କାରଣରୁ ଅଂଚଳରେ ଉତ୍ତେଜନା ଲାଗି ରହିଛି । ଏହାସହିତ ବିଜେପି ସମର୍ଥକମାନେ ନାରାବାଜୀ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ସକାଳୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକ ଧାରଣାରେ ବସିଛନ୍ତି ।
ଏହି ଘଟଣାକୁ ନେଇ ଜିଲ୍ଲାର ବିଜେପି ନେତା ତପନ ଦାସ କହିଛନ୍ତି, ମଙ୍ଗଳବାର ବିଳମ୍ବିତ ରାତିରେ ପୁରନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ବିଜେପିର ନେତା ଘନଶ୍ୟାମ ମହାରଙ୍କୁ ଟିଏମସି ଗୁଣ୍ଡା ଅପହରଣ କରି ନେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କିଛି ଦିନ ପୂର୍ବରୁ ପୁରନ୍ଦରପୁରରେ ବିଜେପି ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ବିଜେପି ଟିଏମସି ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲା । ବର୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking