34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିଶ୍ୱର ସବୁଠୁ ମହଙ୍ଗା ଘର ଆଣ୍ଟିଲିଆ

ବିଶ୍ୱର ସବୁଠୁ ମହଙ୍ଗା ଘର ଆଣ୍ଟିଲିଆ

ଭୁବନେଶ୍ୱର : ଭାରତର ବିଜନେସ ଟାଇକୋଣ୍ଡ ମୁକେଶ ଆମ୍ବାନୀଙ୍କ ଘର ଆଣ୍ଟିଲିଆ । କୁହାଯାଏ ଏହି ଘରର ଆନୂମାନିକ ମୁଲ୍ୟ ୧ ବିଲିୟନ ଡଲାର ବା ୧୫ ହଜାର କୋଟି ଟଙ୍କା । କେତେକ ଲୋକ ଏହା ମଧ୍ୟ କହିଥାନ୍ତି ଯେ, ଆଣ୍ଟିଲିଆ ନୁହଁ ବେକିଙ୍ଗହୋମ ଏହି ଦୁନିଆର ସବୁଠାରୁ ମହଙ୍ଗା ଘର ଅଟେ । ଏହି ପ୍ୟାଲେସର ମୁଲ୍ୟ ୫ ବିଲିୟନ ଡଲାର ଅଟେ । କିନ୍ତୁ ବକିଙ୍ଗହୋମ ପ୍ୟାଲେସ ଏକ କ୍ରାଉନ ପ୍ରପଟି ଅଟେ ଓ ଆଣ୍ଟିଲିଆ ଏକ ପ୍ରାଇଭେଟ ଘର । ତେଣୁ ଯାଦି ଏହା କୁହାଯିବ ଯେ ଆଣ୍ଟିଲିଆ ବିଶ୍ୱର ସବୁଠାରୁ ମହଙ୍ଗା ଘର ତେବେ ଭୂଲ ହେବ ନାହିଁ । ଏହି ବିଳାସପୁର୍ଣ୍ଣ ଘରେ କ’ଣ ଏମିତି ଅଛି ଯାହା ଏହି ଘରକୁ ବିଶ୍ୱର ମହଙ୍ଗା ଘର ବନାଇଥାଏ ।

ଏହି ଘରେ ଏପରି ଅନେକ ରୁମ ରହିଛି ଯାହାର ଛାତ ଦୁଇଗୁଣା ଅଟେ । ତେଣୁ ଏହି ୨୭ ମହଲା ବିଶିଷ୍ଟ ଘର ୫୦ ମହଲା ଘର ଭଳି ପ୍ରତୀତ ହୋଇଥାଏ । ଏହାର ତଳ ଫ୍ଲୋରରେ ଏକ ବିଳାସପୁର୍ଣ୍ଣ କାର ପାର୍କିଂ ରହିଛି ଯେଉଁଠାରେ ୧୭୦ ଟି ଗାଡି ଏକା ସମୟରେ ପାର୍କ କରାଯାଇପାରିବ । ଏହ ସହିତ ଏହି ଘରେ ଏକ କାର ସର୍ଭିସ ଷ୍ଟେସନ ମଧ୍ୟ ରହିଛି ଯେଉଁଠାରେ କେବଳ ଆମ୍ବାନୀ ପରିବାରର କାର ସର୍ଭିସ ହୋଇଥାଏ ଏହାସହ ଆଣ୍ଟିଲିଆର ଛାତ ଉପରେ ୩ ଟି ହେଲିପ୍ୟାଡ ମଧ୍ୟ ରହିଛି । ଏହାଛଡା ଘରର ୨ ଟି ଫ୍ଲୋରରେ ସୁଇମିଂ ପୁଲ, ଜିମ, ଡାନ୍ସ ଷ୍ଟୁଡିଓ, ଯୋଗ ଶାଳା ରହିଛି । ଏହାର ଉପର ମହଲାରେ ଏକ ସ୍ପା ସେଲୁନ ଓ ମସାଚ୍ ରୁମ ମଧ୍ୟ ରହିଛି । ଏଣ୍ଟଟେନମେଣ୍ଟର କଥା କୁହାଗଲେ ଏହି ଘରେ ଏକ ସିନମା ହଲ ମଧ୍ୟ ରହିଛି ଯେଉଁଠି ୫୦ ଲୋକ ଏକା ସହ ବସି ଫିଲ୍ମ ଦେଖିପାରିବେ । ଖରାଦିନେ ମୁମ୍ବାଇରେ ଯେବେ ୪୦ ଡିଗ୍ରୀ ରହିଥାଏ । ସେହି ସମୟରେ ଆଣ୍ଟିଲିଆର ଏକ ମହଲାରେ -୧୦ ଡିଗ୍ରୀ ରହିଥାଏ । ଏହି ଘରେ ଏକ ୱିଣ୍ଟର ୱଣ୍ଡରଲ୍ୟାଣ୍ଡ ମଧ୍ୟ ରହିଛି ଯେଉଁଠି ସ୍ନୋ-ଫଲ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।

ଏହି ବିଳାସ ପୁର୍ଣ୍ଣ ଘରର ଡିସାଇନ ଚିକାଗୋର ଏକ ଆର୍କିଟେକଚର ଫାର୍ମ ପର୍କିନ୍ସ ଏବଂ ଓି୍ୱଲ କରିଛନ୍ତି । ଏହି ଘରର ଇଣ୍ଟେରିୟର ଡିସାଇନ ଏକ ଅଷ୍ଟ୍ରେଲିଆ କମ୍ପାନୀ କିମକ ଗ୍ରୁପ ଦ୍ୱାରା କରାଯାଇଛି । ଏହି ୪ ଲକ୍ଷ ବର୍ଗଫୁଟର ଘର କେବଳ ୫ ଜଣ ଲୋକ ରହିବା ପାଇଁ ବନାହୋଇଛି ।
ସବୁଠାରୁ ଆଶ୍ଚର୍ଯ୍ୟକଥା ହେଉଛି ଏହି ୫ ଜଣଙ୍କ ସେବାରେ ଓ ଘର ଦେଖାରଖା କରିବା ପାଇଁ ମୋଟ ୬୦୦ କର୍ମଚାରୀ ଅଛନ୍ତି । ସେଫ,କ୍ଲିନର,ଡ୍ରାଇଭର,ସେକ୍ୟୁରିଟି ଷ୍ଟାଫ ଇଲେକଟ୍ରିସିଆନ୍ସ ଓ ପ୍ଲମ୍ବର ସାମିଲ ଅଛନ୍ତି । ଏମାନଙ୍କ ରହିବା ପାଇଁ ଆଣ୍ଟିଲିଆରେ ଗୋଟିଏ ଫ୍ଲୋର ରହିଛି । ଏହି ଘର ନିର୍ମାଣ କାର୍ଯ୍ୟରେ ମୋଟ ମାର୍ବଲ, କ୍ରିଷ୍ଟାଲ ଓ ମୋତିର ବ୍ୟବହାର କରାଯାଇଛି । ଏହସହ ଏହି ଘରେ ଗୋଟିଏ ମନ୍ଦିର ଓ ଅନେକ ଦେବା ଦେବୀଙ୍କ ଷ୍ଟାଚ୍ୟୁ ମଧ୍ୟ ରହିଛି । ଏହି ଆଣ୍ଟିଲିଆ ହେଉଛି ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ନିଜ ଘର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking