28.1 C
Bhubaneswar
Friday, April 26, 2024
Homeଓଡିଶାବିଏମସି ରାଜଧାନୀବାସୀଙ୍କୁ ନିଜ ମୌଳିକ ଅଧିକାରରୁ ବଂଚିତ ନକରୁ: ବାବୁ ସିଂ

ବିଏମସି ରାଜଧାନୀବାସୀଙ୍କୁ ନିଜ ମୌଳିକ ଅଧିକାରରୁ ବଂଚିତ ନକରୁ: ବାବୁ ସିଂ

 ଏକ ସ୍ୱତନ୍ତ୍ର ଯୋଜନା କରି ଡେଙ୍ଗୁକୁ ଯୁଦ୍ଧକାଳୀନଭିତିରେ ନିୟନ୍ତ୍ରଣ କରୁ ବିଏମସି
 ରାଜଧାନୀବାସୀ କେତେ ଦିନ ଯାଏଁ ଡେଙ୍ଗୁରେ ଶିକାର ହେବେ?
 ଭୁବନେଶ୍ୱର ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ହୋଇଛି ବିଏମସି
 ରାଜଧାନୀରେ କରୋନା ପରେ ଡେଙ୍ଗୁ ଜ୍ୱର ଏକ ବଡ ସମସ୍ୟା ପାଲଟିଛି
ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ରାଜଧାନୀରେ
୩୯୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ରାଜଧାନୀ ବାସିନ୍ଦା ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ପ୍ରତିଦିନ ୩୦ରୁ ୪୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ରାଜଧାନୀରେ କରୋନା ପରେ ଡେଙ୍ଗୁ ଜ୍ୱର ଏକ ବଡ ସମସ୍ୟା ପାଲଟିଛି । କିନ୍ତୁ ଦୁର୍ଭାଗ୍ୟର କଥା ବିଏମସି ଏ ଦିଗରେ କୌଣସି ପଦକ୍ଷେପ ନନେଇ ଚୁପ୍ ବସିଛି । ରାଜଧାନୀରେ ଡେଙ୍ଗୁକୁ ନିୟନ୍ତ୍ରଣ କରିବା ଦାବିରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଶୈଳଶ୍ରୀ ବିହାରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜଧାନୀବାସୀ କେତେ ଦିନ ଯାଏଁ ଡେଙ୍ଗୁରେ ଶିକାର ହେବେ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ବିଏମସିକୁ ପଶ୍ନ କରିଛନ୍ତି ।
ଶ୍ରୀ ସିଂ କହିଛନ୍ତି ଯେ, ରାଜଧାନୀ ବାସିନ୍ଦାଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇଁ ବିଏମସି ପ୍ରତିଶୃତି ବଦ୍ଧ ହେବା ଦରକାର । କିନ୍ତୁ ବିଏମସି
ନିଜ କର୍ତବ୍ୟ ସଂପାଦନ କରିବାରେ ବିଫଳ ହୋଇଛି । ମହାମାରୀ କୋରନା ସମୟରେ ଯେପରି ବିଏମସି ଫେଲ୍ ମାରିଥିଲା ଏବେ ଡେଙ୍ଗୁ ଜ୍ୱରକୁ ନିୟନ୍ତ୍ରଣ କରିବାରେ ସମାନ ସ୍ଥିତି ଦେଖାଦେଇଛି । ସ୍ମାର୍ଟ ସିଟି ଅର୍ଥକୁ ହରି ଲୁଟ୍ କରାଯାଇଛି । ଭୁବନେଶ୍ୱର ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା,ଡ୍ରେନେଜ ସଫା କରିବା, ରାସ୍ତାଘାଟ ମରାମତି କରିବା ଦିଗରେ ବିଏମସି ସଂପୂର୍ଣ୍ଣଭାବେ ଚୁପ୍ ରହିଛି । ବିଭିନ୍ନ ପୁରୁଣା ଗାଡି ଗ୍ୟାରେଜରେ ଥିବା ଟାୟାର, ଫୁଲକୁଣ୍ଡ, ପଇଡ ଖୋଲ ଭିତରେ ପାଣି ଜମି ରହୁଥିବାରୁ ସେ ସ୍ଥାନଗୁଡିକରେ ମଶାଙ୍କର ବଂଶ ବୃଦ୍ଧି ହେଉଛି ଏବଂ ଡେଙ୍ଗୁ ରୋଗ ବ୍ୟାପୁଛିା ସେହି ସ୍ଥାନ ଗୁଡିକୁ ବିଏମସି ଚିହ୍ନଟ କରି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ଦରକାର ।
ବିଏମସି ରାଜଧାନୀବାସୀଙ୍କୁ ନିଜ ମୌଳିକ ଅଧିକାରରୁ ବଂଚିତ ନକରି ଡେଙ୍ଗୁ ପାଇଁ ଏକ ଯୋଜନା ପ୍ରସ୍ତୁତ କରି ପାଣିକୁ ସଫା କରିବା,
ଲୋକଙ୍କୁ ମଶାରୀ ବଂଟନ କରିବା, ଡ୍ରେନମାନଙ୍କରେ ମଶା ମରା ତେଲ ପକାଇବା ଆଦି କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ କରିବାକୁ ଶ୍ରୀ ସିଂହ ଦାବି
କରିଛନ୍ତି ।
ଏହି ବିକ୍ଷୋଭ ସମୟରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ
ହିମାଂଶୁ ଶେଖର ଛୋଟରାୟ, ଅଭିଷେକ ଆଚାର୍ଯ୍ୟ, ଜିଲ୍ଲା ଉପସଭାନେତ୍ରୀ ମାନସୀ ରାୟ, ସବିତା ପଟ୍ଟନାୟକ, ସୁନୀତା ପତି, ସଂପାଦକ କିଷ୍ଣା ମିଶ୍ର,
ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଂଜନ ମହାପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ରଜନୀ ବାଳା ଦାସ, ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ମନୋଜ କୁମାର ପଶ୍ଚିମ କବାଟ, ଜିଲ୍ଲା ବିଜେପି ମଣ୍ଡଳ ସଭାପତି ଦାମୋଦର ବେହେରା, ଜଗନ୍ନାଥ ବେହେରା, ରାମଚନ୍ଦ୍ର ରଣସିଂହ, ବିଜୟ କୁମାର ରାଉତ, ଅଂଜନ ନାଥ, ଯତୀନ୍ଦ୍ର ମହାନ୍ତିଙ୍କ ସମେତ ସ୍ଥାନୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking