37.1 C
Bhubaneswar
Sunday, May 5, 2024
Homeଓଡିଶାଡିଏଭି ପୋଖରୀପୁଟରେ ଦ୍ୱାବିଂଶତମ କାର୍ଗିଲ୍ ବିଜୟ ଦିବସ ପାଳିତ

ଡିଏଭି ପୋଖରୀପୁଟରେ ଦ୍ୱାବିଂଶତମ କାର୍ଗିଲ୍ ବିଜୟ ଦିବସ ପାଳିତ

ଭୁବନେଶ୍ୱର : ଡିଏଭି ପୋଖରୀପୁଟରେ ଦ୍ୱାବିଂଶତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । କାର୍ଗିଲ ବିଜୟ ଦିବସ ଆମର ସଶସ୍ତ୍ର ସୈନ୍ୟ ବାହିନୀର ନିର୍ଭୀକ ନିଷ୍ଠା ଏବଂ ଅତୁଳନୀୟ ବୀରତାର ପ୍ରତୀକ ।  ଜୁଲାଇ ୧୯୯୯ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ସହିଦ୍ ଯବାନଙ୍କ ତ୍ୟାଗ ଓ ବଳିଦାନର ସ୍ମୃତିକୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍‌ଜୀବିତ କରିବା ପାଇଁ ଭର୍ଚୁଆଲ୍ ପ୍ଲାଟଫର୍ମକୁ ବର୍ତ୍ତମାନ ପରିବେଶରେ ଉପଯୁକ୍ତ ମାଧ୍ୟମରୂପେ ଗ୍ରହଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଏନ୍‌.ସି.ସି. , ସ୍କାଉଟ୍ , ଗାଇଡ଼୍‌ର ଦାୟିତ୍ୱରେଥିବା ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହିବା ସହ ସହିଦ୍ ଅମର ଯବାନ୍‌ଙ୍କୁ ଗାଡ଼୍ ଅଫ ଅନର ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ତଥା ଡିଏଭି ଜୋନ୍ -୧ର ଆଞ୍ଚଳିକ ସହ ନିର୍ଦ୍ଦେଶିକା ଡ.ସୁଜାତା ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସହିଦ୍ ଯବାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତତ୍‌ସହିତ ମାନନୀୟା ଅଧ୍ୟକ୍ଷାଙ୍କ ଆହ୍ୱାନକ୍ରମେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଅମର ସହିଦ୍‌ମାନଙ୍କ ଅମର ଆତ୍ମାର ସଦ୍‌ଗତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନାକରିଥିଲେ । ଏନ୍‌.ସି.ସି. ବିଭାଗର ଅଫିସର ସ୍ମୃତି ନାୟକଙ୍କତତ୍ତ୍ୱାବଧାନରେ ସମସ୍ତ କାର‌୍ୟ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି ଅବସରରେଭର୍ଚୁଆଲ୍ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରିୟାକଳାପ ଆୟୋଜିତ ହୋଇଥିଲା । ଶ୍ରେଣୀ ତୃତୀୟରୁ ଦଶମ ଶ୍ରେଣୀ ମଧ୍ୟରେ ‘ୱାର୍ ଏଣ୍ଡ ପିସ୍‌’ ଶୀର୍ଷକ ପୋଷ୍ଟର ମେକିଂ ପ୍ରତିଯୋଗିତା , ଜିଙ୍ଗଲ୍ ପ୍ରତିଯୋଗିତା, ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ,‘‘କାର୍ଗିଲ୍ ବିଜେତାଙ୍କ ଏକ ଜୀବନ ଇତିହାସ’’ ଶୀର୍ଷକ ପାୱାର ପଏଣ୍ଟ ଉପସ୍ଥାପନ ଭଳି ଜାତୀୟ ଭାବଧାରାକୁ କେନ୍ଦ୍ର କରି କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା ଜ୍ଝ ଗାଇଡ୍ କ୍ୟାପ୍‌ଟେନ୍ ନୀନା ତ୍ରିପାଠୀ କାର୍ଗିଲ୍ ଦିୱସ୍ ବିଷୟରେ କିଛି ମୂଲ୍ୟବାନ ସୂଚନା ପ୍ରଦାନ କରିଥିଲେ । ରେଡ୍‌କ୍ରସ୍ କାଉନସିଲର ଶ୍ରୀ ମନୋଜ କୁମାର ନାହକ ଏକ ଦେଶାତ୍ମକ ହିନ୍ଦୀ କବିତା ପାଠକରିଥିଲେ । ସ୍କାଉଟ୍ ମାଷ୍ଟର ସଞ୍ଜୟ ସାହୁ ଏକ ଦେଶାତ୍ମବୋଧକ ଗୀତ ଗାନ କରିଥିଲେ । ଅନ୍ତିମ ପର‌୍ୟ୍ୟାୟରେ ଏନ୍‌.ସି.ସି. ସଙ୍ଗୀତ ‘‘ ହମ୍ ସବ୍ ଭାରତୀୟ ହେଁ ’’ ଗାନ କରାଯାଇଥିଲା । ଉକ୍ତ କାର‌୍ୟ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ନିରୀକ୍ଷକ ଓ ନିରୀକ୍ଷିକା ଶିତିକଣ୍ଠ ପତି , ରଞ୍ଜନ କୁମାର ସ୍ୱାଇଁ , ସ୍ମରଣିକା ପଟ୍ଟନାୟକ , ପି. ଅନୁରାଧା ତଥା ଏନ୍‌.ସି.ସି. ଶିକ୍ଷକ-ଶିକ୍ଷୟିତ୍ରୀ ପି.ଏସ୍‌, ରାଓ, ବିଶ୍ୱମୋହନ ମହାନ୍ତି ତଥା ଶିକ୍ଷକ ସନ୍ତୋଷ କୁମାର କର , ଦୀପକ ରଞ୍ଜନ ବେହେରା , ନରୋତ୍ତମ ଷଡଙ୍ଗୀ , ଶକ୍ତି ପ୍ରସନ୍ନ ମହାନ୍ତି , କେଶବ ଚନ୍ଦ୍ର ପ୍ରଧାନ ଆଦି ସକ୍ରିୟ ଅଂଶ ଗ୍ରହଣ କରିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking