30.1 C
Bhubaneswar
Saturday, May 18, 2024
Homeଓଡିଶାସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ 20 ଅକ୍ସିଜେନ କଂସେଣ୍ଟ୍ରାଟର ପ୍ରଦାନ 

ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ 20 ଅକ୍ସିଜେନ କଂସେଣ୍ଟ୍ରାଟର ପ୍ରଦାନ 

ଦେବଗଡ଼ : ଦେବଗଡ଼ ଜିଲ୍ଲାର ଅଧିବାସୀଙ୍କୁ କରୋନା ମହାମାରୀ ରୁ ସୁରକ୍ଷା ପାଇଁ ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଅତ୍ୟାଧୁନିକ ବ୍ୟବସ୍ଥା ପହଞ୍ଚିଇବା ପାଇଁ ଉଦ୍ଦେଶ୍ଯ ରେ ଆଜି ପଶ୍ଚିମ ଓଡିଶା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ୟୁନlଇଟେଡ ୱାଏ,ଭୁମୀ ଓ ସିଡ଼ି ସମ୍ବଲପୁର ଇଣ୍ଟିଗ୍ରେଟେଡ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ ପକ୍ଷରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ 20 ଟି ଅକ୍ସିଜେନ କନସେନଟେଟର ଓ ପାଞ୍ଚ ହଜାର ଏନ୍ 95 ମାକ୍ସ ପ୍ରଦାନ କରାଯାଇଛି l ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ବଲପୁର ଇଣ୍ଟିଗ୍ରେଡ଼ ଡେଭଲପମେଣ୍ଟ ଇନ୍ଷ୍ଟିଟ୍ୟୁଟ ର ଅଧ୍ୟକ୍ଷ ଅଭିରାମ ପାଣିଗ୍ରାହୀ ଓ ପ୍ରୋଗ୍ରେସିଭ ସମ୍ବଲପୁର ର ଆବାହକ ସଂଜିତ ମହାନ୍ତି ଉପସ୍ଥିତ ରହି ଉପୋରକ୍ତ ସ୍ୱାସ୍ଥ୍ୟ ସାମଗ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ଙ୍କୁ ପ୍ରଦାନ କରିଥିଲେ l ଏଥିସହ ଆଗାମୀ ଦିନରେ ଅକ୍ସିଜେନ ସିଲିଣ୍ଡର, ଭେଣ୍ଟିଲେଟର, ଅକ୍ସି ଫ୍ଲୋ ମିଟର ଓ ଅକ୍ସି ମିଟର ଆଦି 33 ପ୍ରକାରର ସ୍ୱାସ୍ଥ୍ୟ ସମାଗ୍ରୀ ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଥିବା ପ୍ରକାଶ କରିଥିଲେ l ସେହିପରି ପୂର୍ବାହ୍ନ ରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉପାଧ୍ୟୟଙ୍କ ସହ ଆଲୋଚନା କରି ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ଉପକରଣ କୁ ବିନିଯୋଗ ପାଇଁ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ତାଲିମ୍ ଦେଇ ଗ୍ରାମାଞ୍ଚଳରେ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି l ସେହିପରି ଆଗାମୀ ଦିନରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ବିକାଶ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରୟାସ ଜାରୀ ରହିବ ବୋଲି ପ୍ରକାଶ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏସଡିସିସି ବ୍ୟାଙ୍କ ର ପୂର୍ବତନ ଅଧ୍ୟକ୍ଷ ଅମରେନ୍ଦ୍ର ଗଙ୍ଗ ଦେବ, ତିଳେଇବଣି ବ୍ଲକ ଉପାଧ୍ୟକ୍ଷ ଭୂପେନ୍ଦ୍ର ପ୍ରସାଦ ନାୟକ,

ଦିବ୍ୟ ପାଲ ପ୍ରଧାନ, ସଙ୍କର୍ଷଣ ମହାପାତ୍ର, ମଣ୍ଟୁ ମହାନ୍ତି, ଟିକନ ଶର୍ମା, ଚନ୍ଦ୍ର ଶେଖର ଭୁକ୍ତା

ପ୍ରଶାନ୍ତ କୁମାର ଭଞ୍ଜ , ବିକାଶ କୁମାର ମିଶ୍ର, ଅଜୟ କୁମାର ସାହୁ ଓ ସୁମନ୍ତ ନାୟକ ପ୍ରମୂଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking