30.1 C
Bhubaneswar
Friday, April 26, 2024
Homeଓଡିଶାଆଶ୍ରିତ ପଟ୍ଟନାୟକ ପିପିଲିର ବିଜେପି ପ୍ରାର୍ଥୀ

ଆଶ୍ରିତ ପଟ୍ଟନାୟକ ପିପିଲିର ବିଜେପି ପ୍ରାର୍ଥୀ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ଲାଗି ଆଜି ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିଛି । ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି । ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ଦେବାକୁ ଯାଉଛି । ୨୩ ମାର୍ଚ୍ଚରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣାକୁ ଅପେକ୍ଷା ଥିଲା । ଏହି ଦୌଡ଼ରେ ଶାସକ ବିଜେଡି ଓ କଂଗ୍ରେସ ଦଳକୁ ପଛରେ ପକାଇ ପ୍ରଥମେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଚର୍ଚ୍ଚା ମୁତାବକ ପୁରୀ ଜିଲ୍ଲା ବିଜେପି ସଭାପତି ତଥା ଗତ ସାଧାରଣ ନିର୍ବାଚନରେ ପିପିଲିରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କ ଉପରେ ସୁନା କଳସ ଢାଳିଛନ୍ତି ଦଳର ହାଇକମାଣ୍ଡ । ଆଶ୍ରିତ ହିଁ ପିପିଲିରେ ବିଜେପିର ସେନାପତି ସାଜିବେ ଏ କଥା ଏକପ୍ରକାର ସ୍ଥିର ଥିଲା । କାରଣ, ୨୦୧୯ ନିର୍ବାଚନରେ ପିପିଲିରେ ପ୍ରଦୀପ ମହାରଥୀ ଏବଂ ଆଶ୍ରିତ ପଟ୍ଟନାୟକଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ବେଳେ ମାତ୍ର ୧୫, ୭୮୫ ଭୋଟ୍‌ରେ ଜିତିଥିଲେ ମହାରଥୀ । ସ୍ୱର୍ଗତ୍ ମହାରଥୀଙ୍କୁ ୮୮,୫୧୮ ଖଣ୍ଡ ଭୋଟ ମିଳିଥିବା ବେଳେ ଆଶ୍ରିତଙ୍କୁ ମିଳିଥିଲା ୭୨,୭୩୧ ଖଣ୍ଡ ଭୋଟ । କଂଗ୍ରେସକୁ ମାତ୍ର, ୯,୮୩୦ ଖଣ୍ଡ ଭୋଟ ମିଳିଥିଲା । ଏଣୁ ବିଜେପି କ୍ୟାମ୍ପ୍‌ରେ ପ୍ରାର୍ଥୀ ଚୟନ ନେଇ ବେଶୀ ଅଙ୍କକଷା ଚାଲିନଥିଲା । ଆଶ୍ରିତଙ୍କ ସପକ୍ଷରେ ଦଳର ସବୁ ବରିଷ୍ଠ ନେତା ଯୁକ୍ତି ରଖୁଥିଲେ । ପ୍ରଦୀପ ମହାରଥୀଙ୍କ ଭଳି ଟାଣୁଆ ନେତାଙ୍କ ସହ ଲଢ଼ି କଡ଼ା ଟକ୍କର ଦେଇଥିବାରୁ ଏବେ ତାଙ୍କ ଅନୁପସ୍ଥିତିରେ ବିଜେପି ବାଜିମାତ୍ କରିବ ବୋଲି ଆଶାବାଦୀ ଅଛି । ନିକଟରେ ଏଠାରେ ହୋଇଥିବା ଏକ ସରପଞ୍ଚ ଉପନିର୍ବାଚନରେ ବିଜେପି ପ୍ର୍ରାର୍ଥୀ ଜିତିଥିବାରୁ ପିପିଲିବାସୀ ପରିବର୍ତ୍ତନ ଚାହୁଁଥିବା ଦଳ ବାରମ୍ବାର କହୁଛି । ଅନ୍ୟପଟେ ବିଜେଡି ପିପିଲିକୁ ନିଜର ଗଡ଼ କହିବା ସାଙ୍ଗକୁ ନିର୍ବାଚନୀ ପ୍ରସ୍ତୁତି ପର୍ବରେ ସର୍ବାଗ୍ରେ ଥିବାର ଦୃଢ଼ୋକ୍ତି ରଖିଛି । ତେବେ ଶାସକ ଦଳର ପ୍ରାର୍ଥୀ କିଏ ହେବ ଏହାକୁ ହିଁ ଅପେକ୍ଷା ରହିଛି । ମହାରଥୀ ପରିବାର ନା ବାହାରୁ କେହି, ଯଦି ମହାରଥୀ ପରିବାର ତେବେ ମା’ ନା ପୁଅ? ଏନେଇ କଳ୍ପନାଜଳ୍ପନା ଲାଗି ରହିଛି । ଆସନ୍ତା ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବ । ନିର୍ବାଚନ ଲାଗି ଚଳିତ ମାସ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ । ଏହାସହ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରହିଛି । ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking