29.1 C
Bhubaneswar
Monday, May 6, 2024
Homeଓଡିଶାଚଳିତ ବଜେଟରେ ଚାଷୀ, ଯୁବ ଓ ମହିଳାଙ୍କୁ ଅଣଦେଖା କରାଯାଇଛି : ସମୀର ମହାନ୍ତି

ଚଳିତ ବଜେଟରେ ଚାଷୀ, ଯୁବ ଓ ମହିଳାଙ୍କୁ ଅଣଦେଖା କରାଯାଇଛି : ସମୀର ମହାନ୍ତି

 ରାଜ୍ୟରେ ବିକାଶ ମୂଳକ କାମ, ଯୋଜନା ଓ ଅଣଯୋଜନା ଆଦି ଖର୍ଚ୍ଚ କରିବା ପାଇଁ ବାହ୍ୟ ଋଣ, କେନ୍ଦ୍ରୀୟ
ଅନୁଦାନ ଓ କେନ୍ଦ୍ରୀୟ ଟିକସ ଅର୍ଥ ଉପରେ ନିର୍ଭର କରିବେ ରାଜ୍ୟ ସରକାର
 ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ନୁହେଁ ବରଂ କେବଳ ଲୋକଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
 ଚଳିତ ବଜେଟରେ ଗରିବଙ୍କ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ
 ବଜେଟରେ ମହିଳା ସଶକ୍ତିକରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ
 ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ତାଲିକା ପଠାଉନାହାଁନ୍ତି କାହିଁକି?
 ରାଜ୍ୟର ଯୁବକଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରାଇବା, ଦାଦନ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା,
ରାଜ୍ୟରେ ନୂତନ ଉଦ୍ୟୋଗ ସ୍ଥାପନା କରିବା ଆଦି କ୍ଷେତ୍ରରେ କୌଣସି ବ୍ୟୟ ବରାଦ କରାଯାଇନାହିଁ
ଭୁବନେଶ୍ୱର : ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ନୁହେଁ ବରଂ କେବଳ ଲୋକଦେଖାଣିଆ କୁମ୍ଭୀର
କାନ୍ଦଣା କାନ୍ଦୁଛନ୍ତି ବୋଲି ଆଜି ରାଜ୍ୟ ବଜେଟରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ଚଳିତ ରାଜ୍ୟ ବଜେଟରେ ଚାଷୀଙ୍କ ଉପରେ
କୌଣସି ଫୋକସ୍ ଦିଆଯାଇନାହିଁ । ରାଜ୍ୟ ସରକାର କାଳିଆ ଯୋଜନା ନେଇ ବ୍ୟୟବରାଦ କରିବା ଚାଷୀକୂଳ ପାଇଁ ପରିହାସ ।
ରାଜ୍ୟ ସରକାର କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କ ତାଲିକା ଦେଇଥିବାବେଳେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ
ଯୋଜନା ପାଇଁ କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ତାଲିକା ପଠାଉନାହାଁନ୍ତି କାହିଁକି ବୋଲି ବିଜେପି ରାଜ୍ୟ ସଭାପତି ପୁଣି ଥରେ ପ୍ରଶ୍ନ
କରିଛନ୍ତି ।
ଚଳିତ ବଜେଟରେ ଗରିବଙ୍କ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ । ରାଜ୍ୟର ଯୁବକଙ୍କୁ ଆତ୍ମନିର୍ଭରଶୀଳ ଓ
ରୋଜଗାରକ୍ଷମ କରାଇବା, ଦାଦନ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା, ରାଜ୍ୟରେ ନୂତନ ଉଦ୍ୟୋଗ ସ୍ଥାପନା କରିବା ଆଦି
କ୍ଷେତ୍ରରେ କୌଣସି ବ୍ୟୟ ବରାଦ କରାଯାଇନାହିଁ । ସେହିପରି ଏହି ବଜେଟରେ ମହିଳା ସଶକ୍ତିକରଣ ପାଇଁ କୌଣସି ବ୍ୟବସ୍ଥା
ନାହିଁ । ମହିଳା ସୁରକ୍ଷା ଦିଗରେ ମଧ୍ୟ ରାଜ୍ୟ ସରକାର କୌଣସି ବ୍ୟୟ ବରାଦ କରି ନାହାଁନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟରେ ଯାହା ବିକାଶ ମୂଳକ କାମ, ଯୋଜନା ଓ ଅଣଯୋଜନା ବାବଦରେ ଯାହା ବି ଖର୍ଚ୍ଚ କରିବେ ରାଜ୍ୟ
ସରକାର ସେଥିପାଇଁ ବାହ୍ୟ ଋଣ, କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ଅର୍ଥରେ ହିଁ କରିବେ । ଚଳିତ ବଜେଟ ହେଉଛି ଏକ
କେନ୍ଦ୍ରୀୟ ଯୋଜନା ଆଧାରିତ ଓ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ବଜେଟ । ୨୧ ବର୍ଷର ଶାସନ ପରେ ବି ଯେଉଁ
ଭଳି ଭାବେ ରାଜ୍ୟର ଆର୍ଥୀକ ପ୍ରଗତି ହେବା କଥା ତାହା ହୋଇ ପାରିଲା ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking