29.1 C
Bhubaneswar
Monday, May 6, 2024
Homeରାଜନୀତିପଂଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ କ୍ଷମତାକୁ ସଂକୁଚିତ କରାଯାଇ ତାଙ୍କ ଗୁରୁତ୍ୱକୁ ହ୍ରାସ କରାଯାଇଛି...

ପଂଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ କ୍ଷମତାକୁ ସଂକୁଚିତ କରାଯାଇ ତାଙ୍କ ଗୁରୁତ୍ୱକୁ ହ୍ରାସ କରାଯାଇଛି : ରଘୁନାଥ ମହାନ୍ତି

 ପଂଚାୟତରାଜ ବ୍ୟବସ୍ଥାର ନିୟମକୁ ଫୁ କରି ଦେଇ ଶାସକ ଦଳର ବିଧାୟକମାନଙ୍କ ଚିଠାରେ
ବ୍ଲକର ସମସ୍ତ କାର୍ଯ୍ୟ ହେଉଛି
 ହିତାଧିକାରୀ ତାଲିକା ଦଳୀୟ ଆଧାରରେ ସିଧାସଳଖ ଶାସକ ଦଳର ବିଧାୟକଙ୍କ ଘରେ ପ୍ରସ୍ତୁତ
ହେଉଛି
 ସାଧାରଣ ଗରୀବ ଓ ପ୍ରକୃତ ହିତାଧିକାରୀଙ୍କୁ ତାଙ୍କ ନ୍ୟାର୍ଯ୍ୟ ହକ୍ ପ୍ରଦାନ କରିବା ପାଇଁ ବିଜେପି
ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ
ଭୁବନେଶ୍ୱର, : ଶାସକ ବିଜେଡି ଦଳ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟକୁ ଜୋରଜବରଦସ୍ତ ଭାବେ ଅକ୍ତିଆର
କରି ଦୁର୍ନୀତିର ଗନ୍ତାଘର କରିଦେଇଛି । ସାଧାରଣ ଜନତାଙ୍କ ପାଇଁ ଆସୁଥିବା ବିଭିନ୍ନ ପ୍ରକାରର ଜନକଲ୍ୟାଣ ଯୋଜନାଗୁଡିକୁ ଶାସକ
ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ ଅମଲାମାନଙ୍କ ଜରିଆରେ ବ୍ୟାପକ ହରିଲୁଟ୍ କରାଯାଉଛି । ବାସଗୃହ, ପାନୀୟ ଜଳ, ବିଜୁଳି, ସ୍ୱାସ୍ଥ୍ୟ,
ରାସ୍ତାଘାଟ ଆଦି ନିର୍ମାଣ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ହରିଲୁଟ୍ କରାଯାଇ ସାଧାରଣ ଗରୀବ ହିତାଧିକାରୀଙ୍କୁ ତାଙ୍କ ମୈାଳିକ
ହକ୍‌ରୁ ବଂଚିତ କରାଯାଉଛି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଗ୍ରାମଂଚଳର ବିକାଶ ପାଇଁ ବ୍ୟାପକ ଅର୍ଥ ସିଧାସଳଖ
ପଂଚାୟତ ଓ ବ୍ଲକ ଆକାଂଉଟକୁ ଦେଉଥିବାବେଳେ ତାହାର ବାଟମାରଣା କରାଯାଉଛି । ବ୍ଲକ ଓ ପଂଚାୟତକୁ ଶାସକ ଦଳ ତାଙ୍କର ଅର୍ଥ
ରୋଜଗାର କରିବାର ସଂସ୍ଥା ଭଳି ବ୍ୟବହାର କରୁଛନ୍ତି । ପଂଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ କ୍ଷମତାକୁ ସଂକୁଚିତ କରାଯାଇ ତାଙ୍କ
ଗୁରୁତ୍ୱକୁ ହ୍ରାସ କରାଯାଇଛି । ପଂଚାୟତ ବ୍ୟବସ୍ଥା ଅନୁଯାୟୀ ବିଡିଓ ପଂଚାୟତ ସମିତିର ନିର୍ବାହୀ ଅଧିକାରୀ ଅଟନ୍ତି । କିନ୍ତୁ, ବିଧିବ୍ୟବସ୍ଥା
ବିରୋଧରେ ଯାଇ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ବିଡିଓଙ୍କୁ ଅଧିକ କ୍ଷମତାଶୀଳ କରି ବ୍ୟାପକ ଦୁର୍ନୀତିର ମାଧ୍ୟମ କରିଛନ୍ତି ।
ପଂଚାୟତରାଜ ବ୍ୟବସ୍ଥାର ନିୟମକୁ ଫୁ କରି ଦେଇ ଶାସକ ଦଳର ବିଧାୟକମାନଙ୍କ ଚିଠାରେ ବ୍ଲକର ସମସ୍ତ କାର୍ଯ୍ୟ ହେଉଛି ଏବଂ
ଶାସକ ଦଳର ନେତା ଓ କର୍ମୀମାନେ କେବଳ ଉପକୃତ ହେଉଛନ୍ତି । ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା ଆଦି ହିତାଧିକାରୀ
ଚୟନ ପ୍ରକ୍ରିୟାରେ ପଂଚାୟତ ସ୍ତରର ନିର୍ବାଚିତ ଜନପ୍ରତିନିଧିମାନଙ୍କ କୈାଣସି ଭୂମିକା ରହୁ ନାହିଁ । ହିତାଧିକାରୀ ତାଲିକା ଦଳୀୟ
ଆଧାରରେ ସିଧାସଳଖ ଶାସକ ଦଳର ବିଧାୟକଙ୍କ ଘରେ ପ୍ରସ୍ତୁତ ହେଉଛି । ସାଧାରଣ ଗରୀବ ଏବଂ ପ୍ରକୃତ ହିତାଧିକାରୀ ସେମାନଙ୍କ
ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ ହେଉଛନ୍ତି । ସାଧାରଣ ଗରୀବ ଓ ପ୍ରକୃତ ହିତାଧିକାରୀଙ୍କୁ ତାଙ୍କ ନ୍ୟାର୍ଯ୍ୟ ହକ୍ ପ୍ରଦାନ କରିବା ପାଇଁ ବିଜେପି
ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆଜି ଅନୁଷ୍ଠିତ ବ୍ଲକ ଅଧ୍ୟକ୍ଷ ଓ ଉପଧ୍ୟକ୍ଷ କର୍ମଶାଳାରେ ନିଷ୍ପତି ନିଆଯାଇଛି ବୋଲି
ପଂଚାୟତରାଜ ସମିତିର ରାଜ୍ୟ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତି କହିଛନ୍ତି ।
ଆଜିର ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର
ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶୀନି, ରାଜ୍ୟ ସଂଯୋଜକ ଶଂକର
ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ସୁଶାନ୍ତ ପ୍ରଧାନ, ବିନାୟକ ତ୍ରିପାଠୀ, ପ୍ରଶାନ୍ତ ଆଦିତ୍ୟ ଓ ପ୍ରଶାନ୍ତ କୁମାର ନାୟକ
ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking