30.1 C
Bhubaneswar
Sunday, May 5, 2024
Homeଓଡିଶାନିମାପଡ଼ାରେ ବିଜେଡି-ବିଜେପି ମୁହାଁମୁହିଁ

ନିମାପଡ଼ାରେ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର : ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓକୁ ନେଇ ତେଜିଲା ରାଜନୀତି । ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଅଭିଯୋଗ ଆଣି ତାଙ୍କୁ ବହିଷ୍କାର ସହ ଗିରଫ କରିବାକୁ ଜୋର୍ ଧରିଛି ଦାବି । ନିମାପଡା ଓ ପିପିଲିରେ ଆଜି ବିଜେପି ପ୍ରତିବାଦ କରିଥିବା ବେଳେ ଭୁବନେଶ୍ୱରରେ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଛି ଛାତ୍ର କଂଗ୍ରେସ । ନିମାପଡା ବିଜେପି ପକ୍ଷରୁ ଶତାଧିକ କର୍ମୀ ଜୟଶ୍ରୀ ଛକ ଠାରେ ପ୍ରତିବାଦ କରିଛନ୍ତି । ନିମାପଡ଼ା-ପିପିଲି-ବାଲିପାଟଣା ରାସ୍ତା ଅବରୋଧ କରିବା ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଜାଳିଛନ୍ତି । ଦାବି କରିଛନ୍ତି, ମନ୍ତ୍ରୀ ସମୀର ଦାସଙ୍କୁ ବହିଷ୍କାର କର, ଗିରଫ କର । ସେହିପରି ପୁରୀ ସାତସଂଖ ଠାରେ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଥିଲେ ଦଳୀୟ ନେତା ଓ ଶତାଧିକ କର୍ମୀ । ଏପଟେ ରାଜ୍ୟ ବିଜେପି ପ୍ରେସମିଟ୍ କରି ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବି କରିଛି । ଏପରିକି ମନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବାକୁ ଦାବି କରିଛି ଦଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking