29.1 C
Bhubaneswar
Friday, April 26, 2024
Homeଅପରାଧରିଲ୍ସ ତିଆରି କରିବାରୁ ପତ୍ନୀକୁ ହତ୍ୟା କଲା ସ୍ୱାମୀ

ରିଲ୍ସ ତିଆରି କରିବାରୁ ପତ୍ନୀକୁ ହତ୍ୟା କଲା ସ୍ୱାମୀ

ପାଟନା: ବିହାର ଭୋଜପୁରରେ ଘରୋଇ କଳହ ପରେ ପତ୍ନୀକୁ ହତ୍ୟା କରିଛି ସ୍ୱାମୀ । ଏହାକୁ ନେଇ ନବାଦା ଥାନା ଅଞ୍ଚଳ ଅନାଇଠ ମହଲାରେ ଏହି ଘଟଣା ଘଟିଛି । ମୃତକ ଗଜଦିଶିପୁର ଥାନା ଅଞ୍ଚଳ ଅନୁ ଖାତୁନ୍ ବୋଲି ଜଣା ପଡ଼ିଛି । ଘଟଣା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ପଚରାଉଚରା ବେଳେ ସୋସିଆଲ ମିଡିଆରେ ରିଲ୍ସ ତିଆରି କରୁଥିବାରୁ ପତ୍ନୀକୁ ହତ୍ୟା କରିଥିବା କଥା ସ୍ୱୀକାର କରିଛି ସ୍ୱାମୀ । ଅନିଲ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ରିଲ୍ସ ତିଆରି କରିବାକୁ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା । ରବିବାର ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା । ଆପ୍ଲିକେଶନକୁ ମୋବାଇଲରୁ ଡିଲିଟ କରିବାକୁ ଅନିଲ ଅନୁଙ୍କୁ କହିଥିଲା । ତେବେ ତାହା କରିବାକୁ ଅନୁ ମନା କରିଦେଇଥିଲେ । କ୍ରୋଧରେ ଅନୁର ଗଳା ଚିପି ହତ୍ୟା କରିଛି ଅନିଲ୍ । ହତ୍ୟା କରିବା ପରେ ବି ସେଠାରୁ ଫେରାର ହୋଇନଥିଲା ଅଭିଯୁକ୍ତ ।

ପୁରା ରାତି ପତ୍ନୀର ମୃତଦେହ ପାଖରେ ବସି ରହିଥିଲା । କୌଣସିମତେ ଏହି ଘଟଣାକୁ ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ୧୦ ବର୍ଷ ପୂର୍ବେ ଅନୁ ଅନିଲ ଚୌଧୁରୀଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା । ପ୍ରଥମେ ପତିପତ୍ନୀ ଉଭୟ ପରିବାର ଠାରୁ ଅଲଗା ରହୁଥିଲେ । ଏହାପରେ ଫେରି ଆସି ପରିବାର ସହ ରହିବାକୁ ଲାଗିଲେ । ଏହାପୁର୍ବରୁ ମୃତକ ମହିଳାଙ୍କ ଆଉ ଏକ ବିବାହ ହୋଇଥିଲା । ଏହାକୁ ନେଇ ଅଭିଯୁକ୍ତଙ୍କ ବାପା କହିଛନ୍ତି, “ପୁଅ ଓ ବୋହୁଙ୍କ ମଧ୍ୟରେ ଅନେକ ସମୟରେ ରିଲ୍ସ ତିଆରି କରିବାକୁ ନେଇ କଳହ ଲାଗି ରହୁଥିଲା । ଅନୁକୁ ରିଲ୍ସ ନକରିବା ପାଇଁ ଅନିଲ ଅନେକ ଥର କହିଥିଲା । ତେବେ ତା କଥା ଶୁଣିନଥିଲା ଅନୁ । ରବିବାର ପୁଅ ଉପର ଘରେ ଥିବା ବେଳେ ଏହାକୁ ନେଇ ପୁନଃ ବିବାଦ ଆରମ୍ଭ ହୋଇଯାଇଥିଲା । ସୋମବାର ବାହାରକୁ କବାଟ ବାଡେଇବା ସତ୍ତ୍ୱେ କେହି କବାଟ ଖୋଲି ନଥିଲେ । ଏହାପରେ କବାଟ ଭାଙ୍ଗି ଘରେ ପଶିଥିଲୁ । ଦେଖିବାକୁ ପାଇଲୁ ଅନିଲ ନିଜ ପତ୍ନୀକୁ ହତ୍ୟା କରି ପାଖରେ ବସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking