33.1 C
Bhubaneswar
Monday, May 6, 2024
Homeଓଡିଶାଝାରସୁଗୁଡାରେ ଜିତିଲା ବିଜେଡି

ଝାରସୁଗୁଡାରେ ଜିତିଲା ବିଜେଡି

ଭୁବନେଶ୍ୱର:ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବାଜିମାତ୍ ।  ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ହୋଇଛି । ୪୮,୬୧୯ ଭୋଟରେ ଜିତିଲେ ଦୀପାଳି ଦାସ । ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ହରାଇଲେ ଦୀପାଳି । ଦୀପାଳି ଦାସ ପାଇଛନ୍ତି ମୋଟ ୧ ଲକ୍ଷ ୭ ହଜାର ୩ ଭୋଟ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଲେ ମୋଟ ୫୮ ହଜାର ୩୮୪ ଭୋଟ୍ । କଂଗ୍ରେସ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୭୩ ଖଣ୍ଡ ଭୋଟ ମିଳିଛି । ସମସ୍ତ ରାଉଣ୍ଡ ଶେଷ ହୋଇଥିବା ବେଳେ ବିଧିବଦ୍ଧ ଘୋଷଣା କରିବା ବାକି ରହିଛି ।

ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି । ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ। ହେଲେ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।। ସର୍ବଶେଷ ସୂଚନା ଅନୁଯାୟୀ, ଦୀପାଳିଙ୍କୁ ୧ ଲକ୍ଷ୭ହଜାର ୩ ଖଣ୍ଡ ଭୋଟ ମିଳିଛି। ଏଣେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୩୮୪ ଭୋଟ। ତେଣେ କଂଗ୍ରେସ ପ୍ରାର୍ଥୀ ୪୪୭୩  ଖଣ୍ଡ ଭୋଟ ପାଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୦୧୯ ବିଧାନସଭା ନିର୍ବାଚନରେ ନବ ଦାସ ମୋଟ୍ ୯୮, ୬୨୦ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ। ତାଙ୍କ ଭୋଟ ପ୍ରତିଶତ ଥିଲା ୫୫.୯୭।

ବିକାଶ ଆବାସିକ ବିଦ୍ୟାଳୟ ସି ବି ଏସ ସି ଛାତ୍ର ଛାତ୍ରୀଙ୍କ କୃତିତ୍ୱ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking