30.1 C
Bhubaneswar
Wednesday, April 24, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩"କର୍ଣ୍ଣାଟକରେ ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ୍": ଯତୀନ୍ଦ୍ର ସିଦ୍ଧରମୈୟା

“କର୍ଣ୍ଣାଟକରେ ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ୍”: ଯତୀନ୍ଦ୍ର ସିଦ୍ଧରମୈୟା

ବେଙ୍ଗାଲୁରୁକର୍ଣ୍ଣାଟକରେ ବିଜୟୀ ମୁହାଁ କଂଗ୍ରେସ । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ କଂଗ୍ରେସ ଶାସକ ବିଜେପି ଠାରୁ ଅନେକ ଆସନରେ ଆଗୁଆ ରହିଛି । ତେଣୁ ଚଳିତ ନିର୍ବାଚନରେ କଂଗ୍ରେସ ବାଜି ମାରିବ ବୋଲି ଚର୍ଚ୍ଚା ଜୋର ଧରିଲାଣି । ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟାଙ୍କ ପୁଅ ବଡ ବୟାନ ଦେଇଛନ୍ତି । ଭୋଟ ଗଣତି ନସୁରୁଣୁ ବାପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ଆଶା ବାନ୍ଧିଛନ୍ତି ଯତୀନ୍ଦ୍ର ସିଦ୍ଧରମୈୟା । କର୍ଣ୍ଣାଟକରେ ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ୍ ବୋଲି ସେ କହିଛନ୍ତି ।

ଯତୀନ୍ଦ୍ର ସିଦ୍ଧରମୈୟା କହିଛନ୍ତି, ”ବିଜେପିକୁ କ୍ଷମତାରୁ ହଟାଇବାକୁ ଆମେ ସବୁ କିଛି କରିବୁ । କଂଗ୍ରେସ ନିଶ୍ଚିତ ଭାବେ ପୂର୍ଣ୍ଣ ବହୁମତ ସହ ଏକାକୀ ସରକାର ଗଢିବ । ମୋ ବାପା ସିଦ୍ଧରମୈୟା ମଧ୍ୟ ବିପୁଳ ଭୋଟ ବ୍ୟବଧାନରେ ବରୁଣା ଆସନରୁ ବିଜୟୀ ହେବେ । କର୍ଣ୍ଣାଟକର ସ୍ବାର୍ଥ ଦୃଷ୍ଟିରୁ ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ୍ । ପୁଅ ଭାବେ ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହେଁ । ଯଦି ସେ ସିଏମ୍ ହୁଅନ୍ତି ତାହାହେଲେ ବିଜେପି ଶାସନ କାଳରେ ଯାହା ବି ଦୁର୍ନୀତି ହୋଇଛି ସେସବୁ ଠିକ୍ କରିଦେବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking