29.1 C
Bhubaneswar
Tuesday, May 7, 2024
Homeଓଡିଶାପିପିଲି ଉପନିର୍ବାଚନ : ଚତୁର୍ଥ ରାଉଣ୍ଡରେ ବିଜେଡିର ରୁଦ୍ର ମହାରଥୀ ଆଗୁଆ

ପିପିଲି ଉପନିର୍ବାଚନ : ଚତୁର୍ଥ ରାଉଣ୍ଡରେ ବିଜେଡିର ରୁଦ୍ର ମହାରଥୀ ଆଗୁଆ

ପୁରୀ: ପିପିଲି ଉପନିର୍ବାଚନର ଭୋଟ୍ ଗଣତିରେ ଚତୁର୍ଥ ରାଉଣ୍ଡରେ ୫୧୪୦ ଖଣ୍ଡ ଭୋଟରେ ବଜେଡି ଆଗୁଆ ରହିଛି। ଏହି ରାଉଣ୍ଡରେ ବଜେଡି ୧୬୯୬୮, ବିଜେପି ୧୧୮୨୮ ଓ କଂଗ୍ରେସକୁ ୧୩୮୩ ଖଣ୍ଡ ଭୋଟ୍ ମିଳିଛି। ପୂର୍ବରୁ ତୃତୀୟ ରାଉଣ୍ଡରେ ବିଜେଡି ୫୦୪୪ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାଯାଇଥିଲା। ଏହି ରାଉଣ୍ଡରେ ବିଜେଡିକୁ ୧୩୬୧୧, ବିଜେପିକୁ ୮୫୬୭ ଓ କଂଗ୍ରେସକୁ ୧୧୮୦ ଖଣ୍ଡ ଭୋଟ୍ ମିଳିଥିଲା। ପିପିଲି ଉପନିର୍ବାଚନ ଭୋଟ୍ ଗଣତି ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଜାରି ରହିଛି। ଏଥିଲାଗି ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ, ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗୋଟିଏ ହଲରେ ପୋଷ୍ଟାଲ ବାଲଟ୍ ଗଣତି ହୋଇଛି। ଦୁଇଟି ହଲରେ ଇଭିଏମ୍ ବାଲଟ୍ ଗଣତି ଚାଲିଛି। ଇଭିଏମ୍ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିଛି। ସେହି ହିସାବରେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି। ଭୋଟ୍ ଗଣତି କରିବାକୁ ୬୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲ୍ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରହିଛନ୍ତି।

ବିଜେଡି – ୧୬୯୬୮

ବିଜେପି -୧୧୮୨୮

କଂଗ୍ରେସ-୧୩୮୩

ପିପିଲି ଉପନିର୍ବାଚନ : ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ୫ହଜାର ୪୪ଖଣ୍ଡ ଭୋଟରେ ବିଜେଡି ଆଗୁଆ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking