28.9 C
Bhubaneswar
Sunday, May 5, 2024
Homeଓଡିଶାଜାନୁଆରୀ ୭ରୁ ହୀରାକୁଦରେ ପକ୍ଷୀଗଣନା

ଜାନୁଆରୀ ୭ରୁ ହୀରାକୁଦରେ ପକ୍ଷୀଗଣନା

ସମ୍ବଲପୁର : ହୀରାକୁଦ ଡ୍ୟାମ୍ ଜଳଭଣ୍ଡାରକୁ ଆସିଥିବା ଅତିଥି ପକ୍ଷୀଙ୍କ ଗଣନା ଜାନୁଆରୀ ୭ ତାରିଖରୁ କରାଯିବ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍‌, ସମ୍ବଲପୁର ଓ ଝାରସୁଗୁଡ଼ା ବନଖଣ୍ଡ ପକ୍ଷରୁ ମିଳିତ ଭାବେ ହେବାକୁ ଥିବା ଏହି ଗଣନା ପାଇଁ ହୀରାକୁଦ ଜଳଭଣ୍ଡାର ଓ ପାଶ୍ୱର୍ବର୍ତ୍ତୀ ଡେବ୍ରିଗଡ଼ ଅଭୟାରଣ୍ୟ, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଓ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବନରେଞ୍ଜ ଅନ୍ତର୍ଗତ ଜଙ୍ଗଲ ତଥା ପାୱାର ଚ୍ୟାନେଲକୁ ୨୧ଟି ସେକ୍ଟରରେ ବିଭାଜିତ କରାଯାଇଛି । ପ୍ରତି ସେକ୍ଟରରେ ୩ ଜଣ ଲେଖାଏଁ ବନ କର୍ମଚାରୀ ଦାୟିତ୍ୱରେ ରହିବେ । ମୋଟ୍ ୬୩ ଜଣ ନିୟୋଜିତ ହେବେ । ଏଥିପାଇଁ ଡଙ୍ଗା, ବାଇନାକୁଲର୍ ଓ ଡାଟା ସିଟ୍ ପ୍ରସ୍ତୁତ କରାଯାଇଥିବା ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫ୍‌ଓ ପ୍ରତାପ କୋଟାପଲ୍ଲୀ କହିଛନ୍ତି । ପକ୍ଷୀଗଣନାରେ ପକ୍ଷୀ ବିଶେଷଜ୍ଞମାନଙ୍କୁ ମଧ୍ୟ ସାମିଲ କରାଯିବ । ଏଠାରେ ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଶୀତଋତୁ ଆଗମନ ସହ ଉତ୍ତର ଭାରତ, ହିମାଳୟ ପର୍ବତ ସମେତ ସୁଦୂର ସାଇବେରିଆ ଓ କାସ୍ପିଆନ ସାଗର ଅଞ୍ଚଳରୁ ହୀରାକୁଦ ଡ୍ୟାମ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ଜଳଭଣ୍ଡାରରେ ଜଳକ୍ରୀଡ଼ା ସହ ଏହି ସମୟରେ ଜଳସ୍ତର କମ୍ ରହୁଥିବାରୁ ପକ୍ଷୀମାନଙ୍କୁ ଯଥେଷ୍ଟ ଖାଦ୍ୟ ଉପଲବ୍ଧ ହୋଇଥାଏ ଏବଂ ପାଶ୍ୱର୍ବର୍ତ୍ତୀ ଡେବ୍ରିଗଡ଼ ଅଭୟାରଣ୍ୟ ସେମାନଙ୍କ ପାଇଁ ପ୍ରଜନନ କ୍ଷେତ୍ର ଓ ଆଶ୍ରୟସ୍ଥଳୀ ପାଲଟିଥାଏ ।

 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking