40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଜାନୁୟାରୀ ମାସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ, ଖୋଲିବ ସିନେମା ହଲ୍‌

ଜାନୁୟାରୀ ମାସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ, ଖୋଲିବ ସିନେମା ହଲ୍‌

ଭୁବନେଶ୍ୱର,(ଓଏନଏ):ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଆସନ୍ତୁ ଜାଣିବା ଜାନୁୟାରୀ ମାସ ପାଇଁ ସରକାର ଗାଇଡଲାଇନରେ କଣ ଆଣିଛନ୍ତି ।
ଜାନୁଆରୀରେ ସିନେମା ହଲ୍‌, ଥିଏଟର ଖୋଲିବାକୁ ଅନୁମତି ମିଳିଛି
୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ଅନୁମତି
ଯାତ୍ରା, ମୁକ୍ତାକାଶ ରଂଗମଂଚ ସ୍ଥାନୀୟ ପ୍ରଶାସନର ଅନୁମତିରେ ଖୋଲିପାରିବ
କୋଭିଡ ଗାଇଡଲାଇନ ଅନୁସାରେ ଖୋଲିବାକୁ ଅନୁମତି ମିଳିପାରିବ
ଜାନୁଆରୀ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା
ସର୍ବାଧିକ ୨ଶହ ଲୋକଙ୍କୁ ନେଇ ଚାଲିପାରିବ ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ
କ୍ରୀଡା, ମନୋରଂଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ବି ଚାଲିପାରିବ
ଇଣ୍ଡୋର ହଲରେ ମୋଟ ସିଟର ୫୦ ପ୍ରତିଶତ ଦର୍ଶକରେ ଚାଲିବ କାର୍ଯ୍ୟକ୍ରମ
ଖୋଲା ସ୍ଥାନରେ ଜାଗା ପରିଧି ଦେଖି ଲୋକସଂଖ୍ୟା ଅନୁମତି ମିଳିବ
ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କାନିଂ, ହ୍ୟାଣ୍ଡ ଓାସ ବାଧ୍ୟତାମୂଳକ
ସ୍କୁଲ, କଲେଜ ଖୋଲିବାକୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ
ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ ବିଭାଗୀୟ କର୍ତ୍ତୃପକ୍ଷ
ପରୀକ୍ଷା, ଖାତାଦେଖା, ଅନଲାଇନ ପାଠପଢା ଜାରି ରହିବ
ଜାନୁୟାରୀ ୩୧ ଯାଏ ରାଜ୍ୟର ସମସ୍ତ ଅଙ୍ଗନବାଡୀ ବନ୍ଦ ରହିବ
ବିବାହ କାର୍ଯ୍ୟରେ ସର୍ବାଧିକ ୨ଶହ ଲୋକଙ୍କୁ ଏକାଠି ପାଇଁ ଅନୁମତି
ଦାହ ସଂସ୍କାର, ମୃତକର୍ମ ପାଇଁ ସର୍ବାଧିକ ଶହେ ଲୋକଙ୍କୁ ଅନୁମତି
ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତିରେ ଖୋଲିପାରିବ ଧର୍ମାନୁଷ୍ଠାନ
ଏସଓପି ଅନୁଯାୟୀ ସ୍ୱିମିଂ ପୁଲ୍ , କ୍ରିଡା ବିଭାଗ ଖୋଲିପାରିବ
ଅତିକମରେ ୬ ଫୁଟ ଦୂରତା ବଜାୟ ରହିବ
ସମସ୍ତ ସପ୍ ଓ ବାଣିଜ୍ୟିକ ଅନୁଷ୍ଠାନରେ ସମସ୍ତ କର୍ମଚାରୀ ସାମାଜିକ ଦୂରତା ବଜାୟ ରଖିବେ
ସାଲୁନ, ସ୍ପା, ବିୟୁଟି ପାର୍ଲର, ବାର୍ବର ସପ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବେ
ସର୍ବସାଧାରଣରେ ଛେପ ପକାଇବା ଉପରେ ବାରଣ
ରାଜ୍ୟ ରାଜ୍ୟ ଯାତାୟତ ଭିତରେ କୌଣସି କଟକଣା ନାହିଁ
ଆନ୍ତରାଜ୍ୟ ମଧ୍ୟରେ ଯାତାୟତ ଉପରେ ବି ନାହିଁ କଟକଣା
୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବାହାରକୁ ନଯିବାକୁ ପରାମର୍ଶ
ଏହାସହିତ ଅନ୍ୟରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ବୟସର ପିଲା ମଧ୍ୟ ବାହାରକୁ ନବାହାରିବାକୁ ପରାମର୍ଶ
ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ପରାମର୍ଶ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking