39.1 C
Bhubaneswar
Friday, April 26, 2024
Homeଓଡିଶାଗଣ୍ଡାବଜା ତରଫରୁ ଭୀମଭୋଇଙ୍କ ପୁଣ୍ୟତିଥି ପାଳିତ

ଗଣ୍ଡାବଜା ତରଫରୁ ଭୀମଭୋଇଙ୍କ ପୁଣ୍ୟତିଥି ପାଳିତ

ବଲାଙ୍ଗୀର: ଭୀମଭୋଇ ଥିଲେ ମାନବବାଦର ପ୍ରତୀକ । ତତ୍କାଳୀନ ସମୟର ସମାଜିକ ବ୍ୟବସ୍ଥା ବିରୁଦ୍ଧରେ ସେ ଯୁଦ୍ଧ ଘୋଷଣା କରିଥିଲେ । ସମାଜରେ ରହିଥିବା ଜାତିବାଦ ବିରୁଦ୍ଧରେ ତାଙ୍କ ଲେଖନୀ ଥିଳା ପ୍ରଖର । ଏକ ଜାତିବିହୀନ ଓ ଧର୍ମବିହୀନ ସମାଜର ପ୍ରତିଷ୍ଠା ପାଇଁ ସେ ସ୍ୱପ୍ନ ଦେଖୁଥିଲେ । ସେ ଥିଲେ ଜଣେ ସ୍ୱପ୍ନ ଦ୍ରଷ୍ଟା । ତାଙ୍କ ଦ୍ୱାରା ଲିଖିତ ପ୍ରତ୍ୟେକ ବାଣୀର ପ୍ରାସଙ୍ଗିତକାତ ଅତୀତରେ ଥିଲା , ଆଜି ମଧ୍ୟ ରହିଛି ଓ ଭବିଷ୍ୟତରେ ମଧ୍ୟ ରହିବ ବୋଲି ସ୍ଥାନୀୟ ସାଂବାଦିକ ଭବନ ଠାରେ ଗଣ୍ଡାବଜା ପତ୍ରିକା ତରଫରୁ ଅନୁଷ୍ଠିତ ସନ୍ଥ କବି ଭୀମଭୋଇଙ୍କ ପୁଣ୍ୟତିଥି ପାଳନ ଅବସରରେ ମତ ପ୍ରକାଶ ପାଇଛି । ଏହି ଅବସରରେ ଗଣ୍ଡାବଜର ପତ୍ରିକାର ସମ୍ପାଦକ ତ୍ରିଲୋଚନ ନନ୍ଦଙ୍କ ସଭାପତିତ୍ୱରେ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କିବା ସହୁ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ବାଣୀର ସାମ୍ପ୍ରତିକ ସମୟରେ ପ୍ରାସଙ୍ଗିକତାକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ଶିକ୍ଷାଧିକାରୀ ନେପାଳ ଚନ୍ଦ୍ର ବାଗ , ମୁଖ୍ୟବକ୍ତା ଭାବରେ କୁନା ବାଗ , ସମ୍ମାନୀତ ଅତିଥି ଭାବରେ ଆଇନଜୀବୀ ଦିନେଶ ନାଗ ,ଯୁବ ଅଧ୍ୟାପକ ମଦନ ସିଂ ମାଝି , ଦଳିତ ଚିନ୍ତକ କୁଶଧ୍ୱଜ ନାଗ ଓ ଯୁବ ସମାଜସେବୀ ରଶ୍ମୀ ରଞ୍ଜନ ବାଗ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଭୀମଭୋଇଙ୍କ ସମୟର ସାମାଜିକ ଓ ରାଜନୈତିକ ଅବସ୍ଥାର ଅବତାରଣା କରିବା ସଙ୍ଗେ ସାମ୍ପ୍ରତିକ ସମୟର ସାମାଜିକ ସ୍ଥିତି ଉପରେ ଆଲୋଚନା କରିଥିଲେ । ଅବକ୍ଷୟମୁକ୍ଷୀ ସମାଜକୁ ମାନବତାର ସ୍ରୋତରେ ସାମିଲ କରିବାକୁ ହେଲେ ଭୀମଭୋଇଙ୍କ ଦର୍ଶନକୁ ଆଧାର କରିବ ବୋଲି ଅତିଥିମାନେ କହିଥିଲେ । କାରଣ ଭୀମଭୋଇ ହିଁ ମାନବବାଦ୍ ର ଏକ ବଳିଷ୍ଠ ଭିତ୍ତିଭୂମି ଆମକୁ ଦେଇ ଯାଇଛନ୍ତି । ତେଣୁ ତାଙ୍କର ବାଣୀ ଆଜି ଜାତିସଂଘରେ ଲିଖିତ ହୋଇଅଛି ବୋଲି ଅତିଥିମାନେ କହିଥିଲେ । କାର୍ଯକ୍ରମ ଶେଷରେ ଦଳିତ ନେତା ବିଜୟ ବାରିକ ଧନ୍ୟବାଦ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking