26.1 C
Bhubaneswar
Friday, March 29, 2024
Homeଓଡିଶା୨୩ ତାରିଖ ବନ୍ଦ ଡାକରକୁ ଏ.ପିଆ.ଇ. ର ସମର୍ଥନ

୨୩ ତାରିଖ ବନ୍ଦ ଡାକରକୁ ଏ.ପିଆ.ଇ. ର ସମର୍ଥନ

ବଲାଙ୍ଗୀର: ଆରକ୍ଷଣ ହେଉଛି ଏସସି/ଏସଟି ଓ ଓବିସିଙ୍କର ସାଂବିଧାନିକ ଅଧିକାର । କିନ୍ତୁ ଏହି ଅଧିକାରକୁ ନେଇ ନିକଟରେ ସୁପ୍ରିମକୋର୍ଟ ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି । ତେବେ ଏହି ବର୍ଗର ଆରକ୍ଷଣର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଆସନ୍ତା ୨୩ ତାରିଖ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆ ବଲାଙ୍ଗୀର ଶାଖା ତରଫରୁ ସମ୍ପୁର୍ଣ୍ଣ ସମର୍ଥନ ଘୋଷଣା କରାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଅନୁଯାୟୀ ଆରକ୍ଷଣ ଏସସି, ଏସଟି ଓ ଓବିସି ମାନଙ୍କର ଏକ ମୌଳିକ ଅଧିକାର ନୁହେଁ , ଏହାର ରାଜ୍ୟମାନଙ୍କର ଇଚ୍ଛାଧିନ ବିଚାର ଓ ନିଷ୍ପତ୍ତି ଉପରେ ନିର୍ଭର କରେ , ଏହା ରାଜ୍ୟମାନଙ୍କର ପସନ୍ଦ ଉପରେ ନିର୍ଭର କରେ , ବାସ୍ତବିକ ତଥ୍ୟ ଉପରେ ନୁହେଁ , ଯଦି ସରକାର ଆରକ୍ଷଣ ନ ଦେବାର ନିଷ୍ପତ୍ତି ନ ଦେବାର ନିଷ୍ପତ୍ତି ନେଇଥାନ୍ତି , ତେବେ ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କୁ ସରକାରୀ ଚାକିରୀରେ ସଠିକ ପ୍ରତିନିଧିତ୍ୱ ଅଛି କି ନାହିଁ ସେହି ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକ ନାହିଁ , ରାଜ୍ୟମାନେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଚାକିରୀ ଓ ସେବା କ୍ଷେତ୍ରରେ ଅପର୍ଯ୍ୟାପ୍ତ ପ୍ରତିନିଧିତ୍ୱ କୁ ଉଚିତ ସିଦ୍ଧ ବା ପ୍ରମାଣ କରିବା ଆବଷ୍ୟକ ନାହିଁ ।
ଆରକ୍ଷଣ ଏକ ଯୋଗ୍ୟ ଏବଂ ସକ୍ଷମ ବନାଇବା ବ୍ୟବସ୍ଥା ଅଟେ, ସମାନତାର ଅଧିକାର ବା ସାମାଜିକ ନ୍ୟାୟର ବ୍ୟବସ୍ଥା ବୋଲି କୋର୍ଟ କହିଛନ୍ତି । ତେବେ ଅନସୁଚତି ଜାତି , ଅନୁସୂଚିତ ଜନଜାତି ଓ ଓବିସିମାନଙ୍କର ପ୍ରତିନିଧିମୂଳକ ଆରକ୍ଷଣ ର ଅଧିକାର ସୁନିଶ୍ଚିତ କରିବା ନିମନ୍ତେ ଭାରତର ସଂବିଧାନରେ ସକରାତ୍ମକ ଓ ବ୍ୟାପକତାର ସହିତ ସଂଶୋଧନ କରାଯାଉ ବୋଲି ଦାବି କରାଯାଇଛି । ସମ୍ବିଧାନର ୧୬(୪କ) କୁ ସଂଶେଧନ କରି ଓବିସିମାନଙ୍କୁ ପଦନ୍ନୋତିରେ ଆରକ୍ଷଣ ସୁନିଶ୍ଚିତ କରାଯାଉ ଓ ସଂବିଧାନର ୯ମ ଅନୁସୂଚୀରେ ଆରକ୍ଷଣକୁ ସ୍ଥାନିତ କରାଯାଉ ବୋଲି ଏ.ପ.ଆଇ ରଜ୍ୟ ସଭାପତି ଦିନେଶ ନାଗ ଦାବି କରିଛନ୍ତି । ସମୁଦାୟ ୮ ଦଫା ସମ୍ବଳିତ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ସେହିପରି୨୪ତାରଖ ଦିନ ବଲାଙ୍ଗିର ଜିଲ୍ଲାପାଳ କାଯ୍ୟାଳୟ ସମ୍ମୁଖରେ ଏହାକୁ ନେଇ ଏକ ପ୍ରତିବାଦ ସଭା ତଥା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରିଙ୍କ ଉଦ୍ଦେଶ୍ୟରେ ୮ ଦଫା ସମ୍ବଳିତ ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ଦିଆଯିବାର ସୁଚନା ରହିଛି । ତେଣୁ ସମସ୍ତ ଏସିସଏସଟି ଓ ଓବିସି ବର୍ଗ ଏକଜୁଟ ହୋଇ ବନ୍ଦକୁ ସଫଳ କରିବା ସଙ୍ଗେ ସଙ୍ଗେ ୨୪ ତାରିଖ ପ୍ରତିବାଦ ସଭା କୁ ସଫଳ କରିବା ପାଇଁ ଆଗେଇ ଆସିବାକୁ ଶ୍ରୀ ନାଗ ଆହ୍ୱାନ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking