29.1 C
Bhubaneswar
Thursday, April 25, 2024
Homeଓଡିଶାଭାରତ ବନ୍ଦକୁ ବଲାଙ୍ଗୀରରେ ଜୋରଦାର କରାଯିବ: ଦଳିତ ସମାଜ

ଭାରତ ବନ୍ଦକୁ ବଲାଙ୍ଗୀରରେ ଜୋରଦାର କରାଯିବ: ଦଳିତ ସମାଜ

ବଲାଙ୍ଗୀର : ହଜାର ହଜାର ବର୍ଷ ଧରି ଦଳିତ ଓ ଆଦିବାସୀ ତଥା ଭାରତ ବର୍ଷର ମୂଳ ଅଧିବାସୀମାନେ ନିଷ୍ପେସିତ ହୋଇ ରହି ଆସିଥିଲେ । ବାବା ସାହେବ ଆମ୍ବେଦକର ଏହି ବର୍ଗର ଅଧିକାର ପାଇଁ ଦୀର୍ଘ ଲଢେଇ ଲଢିଥିଲେ । ଦେଶର ସଂବିଧାନ ତିଆରି କରିବା ସମୟରେ ଏହି ବର୍ଗକୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ଆରକ୍ଷଣର ବ୍ୟବସ୍ଥା କରାଯାଇଛି । କିନ୍ତୁ ସେହି ଆରକ୍ଷଣକୁ ଛଡେଇନେବା ପାଇଁ ବିଭିନ୍ନ ପ୍ରକାର ଷଡଯନ୍ତ୍ର ଚାଲିଛି । ଏଭଳି କି ଇତି ମଧ୍ୟରେ ଆରକ୍ଷଣକୁ ନେଇ ସୁପ୍ରିମକୋର୍ଟ ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି । ଯାହାକି ସାରାଦେଶରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି ।
ତେଣୁ ଏସସି,ଏସଟି ଓ ଓବିସି ବର୍ଗର ଆରକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ଆସନ୍ତା ୨୩ ତାରିଖ ଭାରତ ବନ୍ଦ ପାଇଁ ଭୀମ ଆର୍ମି ଡାକରା ଦେଇଛି । ଏହି ବନ୍ଦକୁ ବଲାଙ୍ଗୀରରେ ଜୋରଦାର କରିବା ପାଇଁ ଜିଲ୍ଲା ଦଳିତ ସମାଜ ନିଷ୍ପତ୍ତି ନେଇଛି । ଏହି କ୍ରମରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସାଂବାଦିକ ଭବନ ଠାରେ ଆବାହକ ବିଜୟ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବନ୍ଦକୁ ସମ୍ପୁର୍ଣ୍ଣ ଗଣତାନ୍ତିକ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବନ୍ଦ ଦିନ ସ୍କୁଲ , କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ଦୋକନା ବଜାର ଓ ଯାନବାହାନ ଚଳାଚଳ ବନ୍ଦ କରାଯିବ ବୋଲି ଆବାହକ ଶ୍ରୀ ବାରିକ ସୂଚନା ଦେଇଛନ୍ତି । ଏହି ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲା ଆଦିବାସୀ ସଂଘ ଓ ଆଦିବାସୀ ମଂଚ ତଥା ବିଭିନ୍ନ ସଙ୍ଗଠନମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି । ୨୨ ତାରିଖ ସଂଧ୍ୟାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନ୍ଦକୁ ନେଇ ପ୍ରଚାର କରାଯିବ ଓ ଲୋକଙ୍କୁ ସଚେତନ କରାଇବା ପାଇଁ ଏକ ମୋଟର ସାଇକଲ ଶୋଭାଯାତ୍ରା ମଧ୍ୟ ସହର ପରିକ୍ରମା କରିବ ବୋଲି ଶ୍ରୀ ବାରିକ ସୂଚନା ଦେଇଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଶମ୍ଭୁ ନାଗ , ଦିନେଶ ନାଗ , ଦ୍ରୋଣ କୁମ୍ଭାର , କିଶୋର କୁମ୍ଭାର , ତ୍ରିଲୋଚନ ନନ୍ଦ ,ଭବାନୀ ଶଙ୍କର ମହାନନ୍ଦ , ନେପାଳ ବାଗ , ରଞ୍ଜନ ବାରିକ , ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ , ବିନୋଦ ମୁଗ୍ରୀ , ଶ୍ରୀକାନ୍ତ ମୁଗ୍ରୀ , ଅଚ୍ୟୁତ ମୁଗ୍ରୀ ଓ ଗଦାଧର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking