28.1 C
Bhubaneswar
Friday, April 26, 2024
Homeଟେଲି ଦୁନିଆପୁଣି ସଲମାନ ଖୋଲିଲେ ଅରହାନଙ୍କ ପୋଲ୍

ପୁଣି ସଲମାନ ଖୋଲିଲେ ଅରହାନଙ୍କ ପୋଲ୍

ମୁମ୍ବାଇ: କର୍ଲସରେ ପ୍ରସାରିତ ଲୋକପ୍ରିୟ ଶୋ ବିଗ୍‌ବସରେ ପ୍ରତିଦିନ ନୂଆ ନୂଆ ଡ୍ରାମା ଦେଖିବାକୁ ମିଳିଥାଏ | ସିଜିନ୍‌ ୧୩ରେ ଗତ ଥର ଭଳି ଏଥର ମଧ୍ୟ ଅରହାନ ଖାନ ଟାର୍ଗେଟ୍‌ରେ ଥିଲେ । ଗତ “ୱିକେଣ୍ଡ କା ବାର”ରେ ଅରହାନଙ୍କ ବିବାହ ଓ ଛୁଆ ପିଲାଙ୍କ ଖୁଲାସା କରିଥିଲେ ସଲମାନ ଖାନ । ଏଥର ରଶ୍ମୀଙ୍କ ଭାଇ ଓ କାମ୍ୟା ପଞ୍ଜାବି ତାଙ୍କୁ ଅନେକ କଥା ବୁଝାଇଥିଲେ। କେବଳ ସେତିକି ନୁହେଁ ସଲମାନ ମଧ୍ୟ ଅରହାନଙ୍କୁ ଏମିତି କଥା ଘର ଲୋକଙ୍କ ସାମ୍ନାରେ କହିଲେ ଯାହା ଶୁଣି ଅରହାନ କାନ୍ଦିଥିଲେ।କାମ୍ୟା ପଞ୍ଜାବିଙ୍କ ବ୍ୟତୀତ ରଶ୍ମୀଙ୍କ ଭାଇ ବିଗ୍‌ବସ୍‌ ଘରକୁ ଆସିଥିଲେ। ଉଭୟ ଏକ ଟାସ୍କ ପାଇଁଘରକୁ ଆସିଥିଲେ। ଶୋ’ରେ ଆସି ଅରହାନଙ୍କୁ ଅନେକ କଥା ଶୁଣାଇ ନିଜ କ୍ଷୋଭ ପ୍ରକାଶ କରିଥିଲେ କାମ୍ୟା ।କାମ୍ୟା କହିଛନ୍ତି ଯେ, ରଶ୍ମୀଙ୍କ ଆକାଉଣ୍ଟ ପ୍ରଥମେ ଜିରୋ ଥିଲା ହେଲେ ଶୋ’ରେ ଆସିବା ପରେ ଅରହାନଙ୍କ ଆକାଉଣ୍ଟ ଜିରୋ ହୋଇଛି। ପ୍ରେମ ଏମିତି ହୁଏ ନାହିଁ। ଏହା ପରେ କାମ୍ୟା ରଶ୍ମୀଙ୍କୁ ବୁଝାଇଥିଲେ ଓ କହିଥିଲେ ଯେ, ମଣିଷ ଥରେ ଭୁଲ କରେ, ବାରମ୍ବାର କଲେ ତାହା ଭୁଲ ନୁହେଁ। ଏହା ସହ ରଶ୍ମୀଙ୍କୁ ମଜବୁତ କହିଥିଲେ। ଘରେ ରହିବା ପାଇଁ କାହାରି ସହଯୋଗ ଦରକାର ନୁହେଁ। ନିଜ ଖେଳ ଖେଳିବା ପାଇଁ ରଶ୍ମୀଙ୍କୁ କହିଛନ୍ତି କାମ୍ୟା।ଏଥର ରଶ୍ମୀଙ୍କ ଭାଇ ଗୌରବ ଦେଶାଇ ଶୋକୁ ଆସିଥିଲେ। ଗୌରବଙ୍କୁ ଦେଖି ରଶ୍ମୀ ଖୁସିରେ କାନ୍ଦିଥିଲେ। ଗୌରବ କହିଛନ୍ତି ଯେ, ରଶ୍ମୀ କେବେ ଏତେ ଖରାପ ସ୍ଥିତିରେ ନତିଲେ। “ୱ କଭି ସଡକ ପର ନହିଁ ଥି”। ରଶ୍ମୀଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ସହ ଅଛନ୍ତି । ଏହା ସହ ଗୌରବ ରଶ୍ମୀଙ୍କୁ କହିଛନ୍ତି ଯେ, ଅରହାନଙ୍କ ବିଷୟରେ କୌଣସି ନିଷ୍ପତ୍ତି ଏତେ ଶୀଘ୍ର ନେବା ଆବଶ୍ୟକ ନୁହେଁ। ଗୌରବ ଘରୁ ଯିବା ପରେ ସଲମାନ ରଶ୍ମୀଙ୍କୁ ପଚାରିଛନ୍ତି ଯେ, ଶୋକୁ ଆସିବା ପୂର୍ବରୁ ସେ ନିଜ ଘରର ଚାବି କାହାକୁ ଦେଇଛନ୍ତି। ରଶ୍ମୀ ଉତ୍ତରରେ ନିଜ ମ୍ୟାନେଜର ନିଧିଙ୍କ ନାଁ ନେଇଥିଲେ। ଏହା ସହ ସେ କହିଛନ୍ତି ଯେ, ଘରର ଆଉ ଏକ ଚାବି ଅରହାନଙ୍କୁ ଦେଇଛନ୍ତି ।ରଶ୍ମୀ ତାଙ୍କ ଘରେ ଏକା ରୁହନ୍ତି। ହେଲେ ଏବେ ତାଙ୍କ ଘରେ ୪-୫ ଜଣ ରହୁଛନ୍ତି। ଏନେଇ ସଲମାନ କହିଛନ୍ତି ଯେ, ଏବେ ରଶ୍ମୀଙ୍କ ଘରେ ଅରହାନଙ୍କ ପରିବାର ଲୋକେ ରହୁଛନ୍ତି। ଏହି ବିଷୟରେ ରଶ୍ମୀଙ୍କୁ ଜଣା ନଥିଲା। ଶୋ’ର ପ୍ରତିଯୋଗୀତା ବିକାଶ ଗୁପ୍ତା ମଧ୍ୟ କହିଛନ୍ତି ଯେ, ସେ ବାହାରୁ ଶୁଣିବାକୁ ପାଇଥିଲେ ଯେ, ଏବେ ରଶ୍ମୀଙ୍କ ଘରୋ ୪-୫ଜଣ ଲୋକେ ରହୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking