27.1 C
Bhubaneswar
Friday, March 29, 2024
Homeଅପରାଧଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଦଶମ ଶ୍ରେଣୀ ଛାତ୍ର

ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଦଶମ ଶ୍ରେଣୀ ଛାତ୍ର

ଅମୃତସର : ଦେଶରେ ଦୁଷ୍କର୍ମର ପରିମାଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି | ଅମୃତସରର ରଇଆ-ବ୍ୟାସ ହାଇଓ୍ବେର ଏକ ପ୍ରତିଷ୍ଠିତ ସ୍କୁଲରେ ଲଜ୍ଜା | ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ୮ବର୍ଷର ଶିଶୁ ସହ ଦଶମ ଶ୍ରେଣୀର ଛାତ୍ର ଦୁଷ୍କର୍ମ କରିଛି । ଗତ ଶୁକ୍ରବାର ସ୍କୁଲରେ ସମୟ ପୂର୍ବରୁ ପହଞ୍ଚିଥିବା ଶିଶୁକୁ ସକାଳ ୮:୩୦ରେ ନାବାଳକ ଦୁଷ୍କର୍ମ କରିଛି। ଏହା ପରେ ଶିଶୁଟି ଇଂରାଜୀ ଶିକ୍ଷକଙ୍କୁ ଛାତ୍ର ବିରୋଧରେ ଅଭିଯୋଗ କରିଛି। ଏହା ପରେ ପ୍ରଧାନ ଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ଜଣାଯାଇଥିଲା।
ସ୍କୁଲ୍ ମ୍ୟାନେଜମେଣ୍ଟ ତୁରନ୍ତ ଶିଶୁଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଶିଶୁଙ୍କ ଯୌନାଙ୍ଗରେ ଯନ୍ତ୍ରଣା ଅଭିଯୋଗ ହେବାରୁ ପୋଲିସ ପୀଡ଼ିତା ଶିଶୁଙ୍କ ମାଆଙ୍କ ବୟାନକୁ ଆଧାର କରି ୧୬ବର୍ଷ ବୟସ୍କ ବବଲୁ (ଛଦ୍ମନାମ) ବିରୋଧରେ ପୋକ୍ସୋ ଆକ୍ଟ ୨୦୧୨ ଏବଂ ୩୭୬ ଅନୁସାରେ ମାମଲା ରୁଜୁ କରିଥିବାର ଜଣା ପଡିଛି । ନାବାଳକର ଡାକ୍ତରୀ ମାଇନା କରାଯାଇ ତାକୁ ହୋଶିୟାରପୁରର ଜୁଭେନାଇଲ୍ ଜେଲକୁ ପଠାଇ ଦିଆଯାଇଥିବାର ସୂଚନା ମିଳିଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking