40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ

ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନ ସରକାର ଭୁଟାନ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରକ୍ ଗୟାଲପୋ’ରେ ସମ୍ମାନିତ କରିଛନ୍ତି । ଭୁଟାନ ରାଜା ଜିଗମେ ଖେସର ନାମଗିଲ୍ ୱାଙ୍ଗଚୁକ୍ ନିଜେ, ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷେ ମୋଦୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏସମ୍ପର୍କରେ ଏକ ପୋଷ୍ଟ କରିଛନ୍ତି । ମୋଦୀ ଏହି ସମ୍ମାନକୁ ୧୪୦ କୋଟି ଭାରତୀୟଙ୍କୁ ଉତ୍ସର୍ଗ କରୁଥିବା ଉଲ୍ଳେଖ କରିଛନ୍ତି ।
ଭୁଟାନ୍ ସରକାରଙ୍କ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ନେତୃତ୍ୱର ଏକ ଉତ୍କୃଷ୍ଟ ପରିଚୟ । ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥୀନତିରେ ପରିଣତ ହୋଇଛି ଏବଂ ୨୦୨୩୦ ସୁଦ୍ଧା ଭାରତ ସମଗ୍ର ବିଶ୍ୱର ୩ୟ ସର୍ବବୃହତ୍‌୍ ଅର୍ଥନୀତି ହେବା ଲକ୍ଷ୍ୟରେ ଆଗକୁ ବଢ଼ୁଛି । ବିବୃତ୍ତିରେ ଭୁଟାନ ସରକାର ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ଭାରତ-ଭୁଟାନ୍ ସମ୍ପର୍କ ମଜବୁତ୍ ହେବା ପଛରେ ମୋଦୀଙ୍କ ଯୋଗଦାନ ସର୍ବାଧିକ ରହିଛି । ଭୁଟାନ ତଥା ଭୁଟାନବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନିରବଚ୍ଛିନ୍ନ ଭାବେ ଦେଇଆସିଥିବା ସମର୍ଥନ ଏବଂ ସହଯୋଗ ପାଇଁ ମୋଦୀଙ୍କୁ ଭୁଟାନ ପକ୍ଷରୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରାଦନ କରାଯାଉଛି ।
ସୂଚନାଯୋଗ୍ୟ, ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରହଣ କରିବା କ୍ଷେତ୍ରରେ ମୋଦୀ ପ୍ରଥମ ବିଦେଶୀ ରାଷ୍ଟ୍ରାଧ୍ୟକ୍ଷ ହେବାର ଏକ ବିରଳ କୃତୀତ୍ୱ ମଧ୍ୟ ହାସଲ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ, ଆଜି ଠାରୁ ଦୁଇଦିନିଆ ଭୁଟାନ୍ ଗସ୍ତ କରିଛନ୍ତି । ଭୁଟାନରେ ପହଞ୍ôଚବା ପରେ ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଭୁଟାନର ରାଜଧାନୀ ଥିମ୍ପୁ ସ୍ଥିତ ପାରୋ ବିମାନବନ୍ଦରରେ ମୋଦୀ ଅବତରଣ କରିବା ପରେ ତାଙ୍କୁ ସେଠାରେ ବିଶାଳ ଶୋଭାଯାତ୍ରାରେ ନିଆଯାଇଥିଲା । ପ୍ରାୟ ୨୫ କିମି ଲମ୍ବ ଏହି ଶୋଭାଯାତ୍ରାରେ ଭୁଟାନବାସୀ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାଶ୍ୱର୍ରେ ଛିଡା ମୋଦୀଙ୍କୁ ଅଭିବାଦନ ଜଣାଇଥିଲେ । ମୋଦୀ ମଧ୍ୟ ଭୁଟାନବାସୀଙ୍କ ଏପ୍ରକାର ସ୍ନେ୍‌ହ ଶ୍ରଦ୍ଧାରେ ଆତ୍ମବିଭୋର ହୋଇପଡିବା ସହ ସେମାନଙ୍କ ଅଭିବାଦନ କ୍ରହଣ କରିଥିଲେ । ବିଶେଷକରି ସ୍କୁଲ କଲେଜରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତି ଏବଂ ସେମାନଙ୍କ ହାତରେ ଭାରତୀୟ ତ୍ରିରଙ୍ଗାକୁ ଦେଖି ମୋଦୀ ବେଶ୍ ଖୁସି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking