40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଏଲଭିଶ୍ ଯାଦବଙ୍କୁ ଜାମିନ୍‌

ଏଲଭିଶ୍ ଯାଦବଙ୍କୁ ଜାମିନ୍‌

ନୋଏଡା: ସାପ ବିଷ କାରବାର କରୁଥିବା ଅଭିଯୋଗ ଆଧାରରେ ଗିରଫ ହୋଇଥିବା ୟୁଟ୍ୟୁବର ଏବଂ ବିଗ୍‌ବସ୍ ଓଟିଟି ପ୍ଲାଟଫର୍ମ-୨ ବିଜେତା ଏଲଭିଶ ଯାଦବଙ୍କୁ ଆଜି ଜାମିନ୍ ମିଳିଛି । ଗତ ୧୭ତାରିଖରେ ଦିଲ୍ଲୀ ପୁଲିସ୍ ତାଙ୍କୁ ଗିରଫ କରିଥିଲା ଏବଂ ସେବେଠାରୁ ସେ ନୋଏଡା ଜେଲ୍‌ରେ ରହିଆସୁଥିଲେ । ତେବେ ଶୁକ୍ରବାର ୫୦ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଅର୍ଥ ପୈଠ ସର୍ତ୍ତରେ ତାଙ୍କ ଜାମିନ୍ ଆବେଦନକୁ କୋର୍ଟ ମଞ୍ଜୁରି ଦେଇଛନ୍ତି । ପ୍ରକାଶ, ଗତ ବର୍ଷ ସେକ୍ଟର ୩୯ରେ ନୋଏଡା ପୁଲିସ୍ ଏଲଭିଶ୍‌ଙ୍କ ସାପ କାରବାର ସମ୍ପର୍କରେ ସୂଚନା ପାଇଥିଲା ଏବଂ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା । ତେବେ ଗତ ୧୭ ତାରିଖରେ ଏସମ୍ପର୍କରେ ଏଲଭିଶ୍‌ଙ୍କୁ ଜେରା କରିବା ସହ ଦିଲ୍ଲୀ ପୁଲିସ୍ ତାଙ୍କୁ ଗିରଫ କରିଥିଲା । ପରେ କୋର୍ଟରେ ତାଙ୍କୁ ହାଜର କରାଇବା ସହ ଜେଲ୍ ପଠାଇଦିଆଯାଇଥିଲା । ଆଜି ତଳ କୋର୍ଟ ଏଲଭିଶ୍‌ଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ପ୍ରକାଶ, ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଥିବା ବଡ଼ ବଡ଼ ତାରକା ହୋଟେଲରେ ଆୟୋଜନ ହେଉଥିବା ରେଭ୍ ପାର୍ଟିକୁ ସାପ ବିଷ ଯୋଗାଇବା ସହ କୋଟି କୋଟି ଟଙ୍କାର ଅର୍ଥ ରୋଜଗାର କରୁଥିଲେ ଏଲଭିଶ୍ ଯାଦବ । ରେଭ୍ ପାର୍ଟିରେ ସାମିଲ ହେଉଥିବା ଯୁବଗୋଷ୍ଠୀ ନିଶାସେବନ ଉଦ୍ଦେଶ୍ୟରେ ସ୍ନେକ୍ ବାଇଟ୍ ନେଉଥିଲେ ଏବଂ ଏଥିପାଇଁ କୋଟି କୋଟି ଟଙ୍କା ସେମାନେ ପୈଠ ମଧ୍ୟ କରୁଥିଲେ । ତେବେ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଏଲଭିଶ୍ ପୁଲିସ୍ ନିକଟରେ ସ୍ୱୀକାର କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking