38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମା’ ହେବ ‘ଆଶା’

ମା’ ହେବ ‘ଆଶା’

ଭୋପାଲ: ମା’ ହେବ ‘ଆଶା’। ନାମିବ୍ୟାରୁ ଅଣାଯାଇଥିବା ୮ ଚିତା ବାଘଙ୍କୁ ମଧ୍ୟରୁ ଅନ୍ୟତମ ଚିତା ‘ଆଶା’ ଏବେ ଗର୍ଭବତୀ ଥିବା ସୂଚନା ମିଳିଛି। ଯାହାକୁ ନେଇ ଚିତା ବଂଶବିସ୍ତାର ଉଦ୍ୟମ କରୁଥିବା ଟିମ୍ ଭିତରେ ଖୁସିର ମାହୋଲ ଭରି ଯାଇଛି। ପ୍ରକଳ୍ପ ସଫଳ ହେବା ନେଇ ସମସ୍ତେ ଆଶାବାଦୀ ହୋଇପଡ଼ିଛନ୍ତି। ଏହି ଚିତା ‘ଆଶା’ ଭିତରେ ମା’ ହେଉଥିବାର ସମସ୍ତ ଲକ୍ଷଣ ଦେଖାଯାଇଛି। ତେଣୁ ପ୍ରକଳ୍ପର ଦେଖାରଖା କରୁଥିବା ସିସିଏଫ୍ କାର‌୍ୟ୍ୟକାରୀ ନିର୍ଦ୍ଦେଶକ ଲୈାରୀ ମାର୍କର କହିଛନ୍ତି, ଆଶା ଯଦି ଗର୍ଭବତୀ ଅଛି, ତେବେ ସେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛି। ତେଣୁ କେହି ଯେପରି ତାର ଶାନ୍ତି ଭଙ୍ଗ ନ କରିବ ସେଥିବାନିମନ୍ତ ଧ୍ୟାନ ଦିଆଯିବ। ଏଥିସହ ଖାଦ୍ୟପେୟର ବିଶେଷ ଦେଖାରଖା କରାଯିବ। ବ୍ୟବହାରିକ ଓ ଶାରୀରିକ ଲକ୍ଷଣରୁ ଆଶା ମା’ ହେବ ବୋଲି ଜଣାପଡ଼ୁଥିଲେ ହେଁ ଚଳିତ ମାସ ଶେଷ ସୁଦ୍ଧା ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପ୍ରକଳ୍ପ ଅଧିକାରୀମାନେ ପ୍ରକାଶ କରିଛନ୍ତି। ସୂଚନା ଥାଉକି, କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମ ଦିନରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏହି ଚିତାମାନଙ୍କୁ ଛାଡ଼ିଥିଲେ। ଦୀର୍ଘ ୭୦ ବର୍ଷ ପରେ ଭାରତ ମାଟିରେ ଚିତା ପାଦ ରଖିଥିବାରୁ ମୋଦି ଏହାକୁ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଥିଲେ। ନାମିବ୍ୟାରୁ ଏହି ଚିତାଗୁଡ଼ିକ ଅଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking