36.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗତଥାଗତଙ୍କ ଅଜ୍ଞତା ନେଇ ପ୍ରଶ୍ନ କଲେ ଭର୍ତ୍ତୃହରି

ତଥାଗତଙ୍କ ଅଜ୍ଞତା ନେଇ ପ୍ରଶ୍ନ କଲେ ଭର୍ତ୍ତୃହରି

ଭୁବନେଶ୍ୱର,(ଓଏନଏ ): ଇତିହାସ ବିଷୟରେ ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ଅଜ୍ଞତା ନେଇ ପ୍ରଶ୍ନ ଉଠାଇଛନ୍ତି ସାଂସଦ ଭତୃହରି ମହତାବ । ତଥାଗତ ଧରିତ୍ରୀର ସଂପାଦକ ହୋଇଥିବା ବେଳେ ଭର୍ତ୍ତୃହରି ହେଉଛନ୍ତି ପ୍ରଜାତନ୍ତ୍ର ସଂପାଦକ । ଉଭୟେ ଏକଦା ବିଜେଡିରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ ଓ ସାଂସଦ ହୋଇଥିଲେ । ଭର୍ତ୍ତୃହରି ଏବେ ବିଜେଡିର ସାଂସଦ ଥିବା ବେଳେ ତଥାଗତ ଆଉ ବିଜେଡିରେ କି ରାଜନୀତିରେ ସକ୍ରିୟ ନାହାନ୍ତି । ତଥାଗତଙ୍କ ଇତିହାସ ଜ୍ଞାନ ନେଇ ଭର୍ତ୍ତୃହରି ପ୍ରଶ୍ନ ଉଠାଇବା ପରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଭଳି ବିବାଦର ମୁଣ୍ଡ ପୁରାଉନଥିବା ଶାନ୍ତ ସରଳ ସ୍ୱଭାବର ଭର୍ତ୍ତୃହରି ହଠାତ ତଥାଗତଙ୍କୁ ଆକ୍ଷେପ କରି କଟ୍ୟୁକ୍ତି କରିବା ଫଳରେ ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନେତାଜୀ ସୁଭାଷ ବୋଷଙ୍କ ସଂପର୍କରେ ତଥାଗତ ଦେଇଥିବା ମତ ଉପରେ ଭର୍ତ୍ତୃହରି ପ୍ରତିକ୍ରିୟାଶୀଳ ହୋଇ ସମାଲୋଚନା କରିଛନ୍ତି ।
କଟକରେ ଯେଉଁ ନୂତନ ବସଷ୍ଟାଣ୍ଡ ହେବାକୁ ଯାଉଛି ତାହା ନେତାଜୀଙ୍କ ନାଁରେ ନାମିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୨୩ ତାରିଖରେ ତାଙ୍କ ଜୟନ୍ତୀ ଅବସରରେ ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି । ମୁଖ୍ୟମନ୍ତ୍ରୀ ନିଜେ କଟକ ଯାଇ ଏହି କାର୍ଯ୍ୟକ୍ରମର ଶୁଭ ଦେଇଛନ୍ତି ।
ଏହି ଘଟଣା ପରେ ତଥାଗତ ଧରିତ୍ରୀର ୨୫ ତାରିଖ ସଂସ୍କରଣରେ ଏକ ସଂପାଦକୀୟ ଲେଖି ବେଶ୍ କଟୁ ମନ୍ତବ୍ୟ ଦେଇ ନେତାଜୀ ସୁଭାଷ ବୋଷଙ୍କୁ ଓଡିଶାର ବୋଲି କହିବା ଘଟଣାକୁ କଡା ଭାଷାରେ ସମାଲୋଚନା କରିଛନ୍ତି । ଏନେଇ ‘ଟାଣି ଆଣି ସମ୍ମାନ’ଶୀର୍ଷକରେ ତଥାଗତ ଜାତୀୟ ସ୍ତରର ବିଶେଷ କରି କଲିକତାରେ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଓ ମମତା ବାନାର୍ଜୀଙ୍କ କ୍ଷୋଭ ସଂପର୍କରେ ଉଲ୍ଲେଖ କରିଛନ୍ତି । ଏଥିସହ ସେ ଓଡିଶା ପକ୍ଷରୁ ତାଙ୍କୁ ଯେଉଁ ନିଜର ବୋଲି ଦାବି କରାଯାଉଛି ତାକୁ କଡା ଆକ୍ଷେପ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି , ସୁଭାଷ ବୋଷଙ୍କୁ ଓଡିଶାର ବୋଲି ଗୌରବ କରିବା ଆଶ୍ଚର୍ଯ୍ୟର କଥା । ଏଭଳି ଚିନ୍ତାଧାରା ତ୍ରୁଟିପୂର୍ଣ୍ଣ ବୋଲି ସେ କହିଛନ୍ତି । ସେ ଯୁକ୍ତି ଦର୍ଶାଇଛନ୍ତି ଯେ, ଓଡିଶାରେ ଜନ୍ମ ହୋଇଥିବା ନେଇ ସୁଭାଷ ବୋଷ କେବେ ବି ତାଙ୍କ ଭାଷଣରେ, ଲେଖାରେ କି ବିବୃତିରେ ଥରେ ହେଲେ ଉଲ୍ଲେଖ କରିନାହାନ୍ତି । ଏକଥାକୁ ଆହୁରି ବାଖ୍ୟା କରିବାକୁ ଯାଇ ଅତି କଦର୍ଯ୍ୟ ଭାବରେ ଦର୍ଶାଇଛନ୍ତି ଯେ, ଟ୍ରେନରେ ଜଣେ ଗର୍ଭବତୀ ମହିଳା ଯାଉଥିବା ବେଳେ ବାଟରେ ଯଦି କୌଣସି ସ୍ଥାନରେ ଜନ୍ମଗ୍ରହଣ କଲା ତାହେଲେ ସେ ପିଲାର ଜନ୍ମ ସେଠିକାର ବୋଲି କହିବା ଯାହା ସୁଭାଷ ବୋଷ କଟକରେ ଜନ୍ମ ହୋଇଥିଲେ ବୋଲି କହିବା ତାହା । ଏକଥା ସେ ଦର୍ଶାଇବାକୁ ଚାହିଁଛନ୍ତି । ଏଣୁ କଟକ ବସଷ୍ଟାଣ୍ଡକୁ ସୁଭାଷ ବୋଷଙ୍କ ନାମରେ ନାମିତ କରିବା ଘଟଣା ଓଡିଶା ଜାତି ପ୍ରତି ଅସମ୍ମାନ ବୋଲି ସେ ଦର୍ଶାଇଛନ୍ତି । ଓଡିଶା ଜାତି ନିଜ ସନ୍ତାନ ଅପେକ୍ଷା ସବୁବେଳେ ବାହାର ଲୋକଙ୍କୁ ଉପରେ ପଡି ‘ଟାଣିଆଣି ସମ୍ମାନ’ ଦେଉଛି । ଏଭଳି ପଦକ୍ଷେପ ଫଳରେ ଆସନ୍ତା ପିଢୀର ଅସ୍ମିତାକୁ ଆମେ ଧ୍ୱସଂ କରୁଛେ ବୋଲି ତଥାଗତ ଉଲ୍ଲେଖ କରିଛନ୍ତି ।


ତଥାଗତଙ୍କ ଏଭଳି ମତ ବେଶ୍ ହଇଚଇ ସୃଷ୍ଟି କରି଼ଛି । ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନଙ୍କୁ ସମାଲୋଚନା କରିଛନ୍ତି । ସୁଭାଷ ବୋଷଙ୍କ ନାଁରେ ବସଷ୍ଟାଣ୍ଡକୁ ନାମିତ କରି ମୁଖ୍ୟମନ୍ତ୍ରୀ ଓଡିଆ ଜାତିକୁ ଅସମ୍ମାନ କରିଛନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାରଙ୍କ ପାଖରେ ସୁଭାଷ ବୋଷ କଟକରେ ଜନ୍ମ ହୋଇଥିବା ନେଇ ସେଭଳି କୌଣସି ତଥ୍ୟ ନାହିଁ । ପରଲୋକକୁ ଆଣି ନିଜର କରି ଗର୍ବ କରିବା ଭଳି କାର୍ଯ୍ୟ ହୋଇଥିବା ତଥାଗତ ଦର୍ଶାଇବାକୁ ଚାହିଁଛନ୍ତି ।
ତଥାଗତଙ୍କ ଏହି ମତ ସହ କଟକ ସାସଂଦ ଭର୍ତ୍ତୃହରି ମହତାବ ସହମତ ହୋଇନାହାନ୍ତି । ତଥାଗତ ଇତିହାସ ବିଷୟରେ କିଛି ଜାଣିନାହାନ୍ତି । ବାସ୍ତବ ଚିତ୍ର ଅନୁଧ୍ୟାନ ନକରି ମତ ରଖିଥିବା ସେ ଦର୍ଶାଇବାକୁ ଚାହିଁଛନ୍ତି । ‘ଟାଣି ଆଣି ସମ୍ମାନ’ ଉପରେ ଭର୍ତ୍ତୃହରି କହିଛନ୍ତି ‘ଭୁଲ କଥା , ଅନେକ ସମୟରେ ନିଜର ଅଜ୍ଞତା ଆଶୀର୍ବାଦ ହୋଇପାରେ କେତେକଙ୍କ ପାଇଁ । ଏହା ଭୁଲ କଥା । କିନ୍ତୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକରେ ଜନ୍ମଗ୍ରହଣ କରିଥିଲେ । ଖାଲି ଏଠି ତାଙ୍କ ଶୈଶବ ଅତିବାହିତ କରିଛନ୍ତି, ତାହା ନୁହେଁ, ସେ ଏଠୁ ମାଟ୍ରିକ ପାସ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ କଲିକତା ପ୍ରେସିଡେନ୍ସି କଲେଜରୁ ରଷ୍ଟିକେଟ ହେବା ପରେ ଏଠି ଆସି ଦେଢ ବର୍ଷ ରହିଥିଲେ । କଟକ ଓଡିଆ ବଜାରରେ ରହୁଥିଲେ । ସେ ତାଙ୍କ ପଡୋଶୀମାନଙ୍କ ସହ ଓଡିଆରେ କଥା ହେଉଥିଲେ । ଏପରିକି ଯେତେବେଳେଯାଜପୁର ଓ ସାଲେପୁର ଯାଇଛନ୍ତି ଓଡ଼ିଆ ଲୋକଙ୍କ ସହ ମିଶି ମହାମାରୀ ବିରୋଧରେ ମଧ୍ୟ କାର୍ଯ୍ୟକରିଛନ୍ତି । ତାଙ୍କୁ ଯଦି କୁହାଯିବ ଟାଣି ଆଣି ସମ୍ବର୍ଦ୍ଧନା ଦିଆଗଲା , ମୁଁ ଭାବୁଛି ଏହା ଏକ ଅଶ୍ୱିୟା କାର୍ଯ୍ୟ । ସମଗ୍ର ବିଶ୍ୱ ଗର୍ବ କରେ ତାଙ୍କ ଅଦ୍ୟମ ସାହସ ପାଇଁ । ତାଙ୍କ ନିଷ୍ଠା ଓ ଦେଶପ୍ରୀତି ପାଇଁ ସେ ନମସ୍ୟ । ତାଙ୍କୁ ନେଇ ଏପ୍ରକାର ଲେଖା ଲେଖିବା ଠିକ ହେଲା ନାହିଁ’ ।
ଏଥିରୁ ଭର୍ତ୍ତୃହରି ଦର୍ଶାଇ ଦେଲେ ଯେ, ନେତାଜୀଙ୍କ ବିଷୟରେ ତଥାଗତଙ୍କର ଜ୍ଞାନ ନାହିଁ । କିଛି ନଜାଣି ନଶୁଣି ଏଭଳି ଲେଖା ଲେଖିଛନ୍ତି । ସରକାରୀ ତଥ୍ୟ ନଥିଲେ କୌଣସି ପରିସ୍ଥିତିରେ ତାଙ୍କ ନାଁରେ ବସଷ୍ଟାଣ୍ଡ କରାଯାଇନଥାନ୍ତା କି ସମ୍ମାନ ଦିଆଯାଉନଥାନ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking