40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଟେଲିଗ୍ରାମରେ ବିକ୍ରି ହେଉଛି ଫେସବୁକ ଉପଭୋକ୍ତାଙ୍କ ଫୋନ ନମ୍ବର

ଟେଲିଗ୍ରାମରେ ବିକ୍ରି ହେଉଛି ଫେସବୁକ ଉପଭୋକ୍ତାଙ୍କ ଫୋନ ନମ୍ବର

ନୂଆଦିଲ୍ଲୀ: ସିକ୍ୱରିଟି ରିସର୍ଚ୍ଚର ଦାବି କରିଛି ଯେ, ଟେଲିଗ୍ରାମ ବୋଟ ପାଖରେ ପ୍ରାୟ ୫୦୦ ମିଲିୟନ ବ୍ୟବହାରକାରୀଙ୍କ ଫୋନ ନମ୍ବର ରହିଛି । ୨୦୧୯ରେ ଫେସବୁକ ର ତ୍ରୁଟି ହେତୁ ଏହି ସୂଚନା ଲିକ ହୋଇଥିବା ତଥ୍ୟର ଏକ ଅଂଶ ବୋଲି କୁହାଯାଉଛି । ଫେସବୁକର ଏହି ଭୁଲ ପାଇଁ ଉପଭୋକ୍ତାଙ୍କ ଫେସବୁକରେ ଫୋନ ନମ୍ବର ଏକ୍ସପୋଜ ହୋଇଥିଲା । ଏବେ ଏହି ଫୋନ ନମ୍ବର ଟେଲିଗ୍ରାମ ବୋଟ ମାଧ୍ୟମରେ ଅତି କମ୍ ଦାମରେ ବିକ୍ରି ହେଉଛି । ସିକ୍ୱିରିଟି ରିସର୍ଚ୍ଚର ଯିଏ ଟେଲିଗ୍ରାମ ରେ ବୋଟ ବନେଇଛନ୍ତି, ଦାବି କରିଛନ୍ତି ଯେ, ତାଙ୍କ ନିକଟରେ ସେହି ଡାଟାବେସର ଆକ୍ସେସ ଅଛି, ଯେଉଁଥିରେ ୫୦୦ ମିଲିୟନ ଫେସବୁକ ବ୍ୟବହାରକାରୀଙ୍କ ପୋନ ନମ୍ବର ରହିଛି । ସେ ଲେଖିଛନ୍ତି, ୨୦୨୦ ଆରମ୍ଭରେ ଫେସବୁକ ର ତ୍ରୁଟି ବିଷୟରେ ଜଣାପଡିଥିଲା । ରିପୋର୍ଟ ଅନୁସାରେ, ଟେଲିଗ୍ରାମର ଏହି ବୋଟ ଫେସବୁକ ଆଇଡି ଜରିଆରେ ବ୍ୟବହାରକାରୀଙ୍କ ଫୋନ ନମ୍ବର କହୁଛି, ଯାହାର ନମ୍ବର ଫେସବୁକ ଡାଟା ବ୍ରୀଚରେ ଲିକ୍ ହୋଇସାରିଛି । ତେବେ ଏଥିପାଇଁ ବୋଟକୁ ୨୦ ଡଲାର ବି ଦେବାକୁ ପଡିବ । ସିକ୍ୱରିଟି ରିସର୍ଚ୍ଚରର କହିବା କଥା ଯେ, ଏହା ଏତ ସାଇଜର ଡାଟାବେସ ସାଇବର କ୍ରାଇମ କମ୍ୟୁନିଟିରେ ବିକ୍ରି ହେଉଛି, ଯାହା ଲୋକଙ୍କ ପ୍ରାଇଭେସି ପାଇଁ ବିପଦପୂର୍ଣ୍ଣ । ଏହାକୁ ଫ୍ରଡ ଆକ୍ଟିଭିଟି ପାଇଁ ସାଇବର କ୍ରିମିନାଲ୍ସ ବ୍ୟବହାର କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking