30.1 C
Bhubaneswar
Wednesday, April 24, 2024
Homeଓଡିଶାପୁଣି ତେଜିଲା ମାକଡଚୁଆଁ ପ୍ରସଙ୍ଗ, ମନ୍ତ୍ରୀଙ୍କୁ ଦାବୀପତ୍ର ଦେଲେ ଗ୍ରାମବାସୀ

ପୁଣି ତେଜିଲା ମାକଡଚୁଆଁ ପ୍ରସଙ୍ଗ, ମନ୍ତ୍ରୀଙ୍କୁ ଦାବୀପତ୍ର ଦେଲେ ଗ୍ରାମବାସୀ

ବଲାଙ୍ଗିର : ମାକଡଚୁଆଁ ଆଦିବାସୀ ଯୁବକଙ୍କୁ ଆକ୍ରମଣ ପ୍ରସଙ୍ଗ ପୁଣି ଜୋର ଧରିଛି । ଏହି ଘଟଣାରେ ପିଡିତ ମିର୍ଧା ପରିବାର ଓ ଗ୍ରାମବାସୀ ସ୍ଥାନୀୟ ଆଜି ସାର୍କିଟ ହାଉସ ଠାରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମିିର ଦାଶଙ୍କୁ ଦେଖା କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ମାକଡଚୁଆଁ ଅଦିବାସୀ ଯୁବକ ଶ୍ରୀକର ମିର୍ଧାଙ୍କୁ ମାଡ ଘଟଣାରେ ଜିଲ୍ଲା ଯୁବ ବିଜେଡି ସଭାପତି ତଥା ବରକାନୀ ସରପଞ୍ଚ ଓ ତାଙ୍କ କାକା ରତ୍ନାକର ହୋତା ଜଡିତ ଥିବା ବେଳେ ବାରମ୍ବାର ପୋଲିସକୁ ଅଭିଯୋଗ କରିବା ସତ୍ୱେ ପୋଲିସ ଏଦିଗରେ କୌଣସି ପଦକ୍ଷେପ ନେଉ ନାହିଁ । ଅନ୍ୟପଟେ ଗାଁ ର ଆଦିବାସୀ ମହିଳାମାନଙ୍କ ଉପରେ ଦିନ କୁ ଦିନ ଅତ୍ୟାଚାର ବଢି ବଢି ଚାଲିଛି । ପୁର୍ବରୁ ମଧ୍ୟ ହୋତା ପରିବାର ମଞ୍ଜୁଲତା ମୁଣ୍ଡା ନାମ୍ନି ଝନେ ଆଦିବାସୀ ମହିଳାଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିଲେ । ଗତ ୧୦/୧୧/୨୦ ଏହାକୁ ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । କିନ୍ତୁ ଏଯାଏଁ ସେହି ଘଟଣାରେ ମଧ୍ୟ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନାହିଁ । ଆହୁରି ସରପଞ୍ଚ ହୋତା ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ବଭିନ୍ନ ଜନହିତକର କାର୍ଯ୍ୟ ପାଇଁ ମଧ୍ୟ ଗ୍ରାମବାସୀମାନଙ୍କ ଠାରୁ ୧୫ହଜାର ଲେଖାଏଁ ଲାଞ୍ଚ ନେଉଛନ୍ତି ବୋଲି ଗ୍ରାମବାସୀମାନେ ମନ୍ତ୍ରୀ ଦାଶଙ୍କୁ ଅଭିଯୋଗ କରିଛନ୍ତି । ପରେ ପରେ ଗ୍ରାମବସୀ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କୁ ଦେଖାକରି ଏହି ଘଟଣାରେ ପୋଲିସର ନିଷ୍କ୍ରିୟତା ବିଷୟରେ ଅଭିଯୋଗ କରିଛନ୍ତି । ଘଟଣାକୁ ଏଭିତରେ ୨୫ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଏପର୍ଯ୍ୟନ୍ତ ଘଟଣାର ମାଷ୍ଟରମାଇଣ୍ଡ ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କୁ ଘଣ୍ଟ ଘୋଡାଇ ରଖିଥିବା ବେଳେ ତାଙ୍କ କାକା ରତ୍ନାକର ହୋତାଙ୍କୁ ଛାଡି ଦେଇଛି । ଫଳରେ ପିଡିତ ମିର୍ଦ୍ଧା ପରିବାର ଓ ସରଳ ଗ୍ରାମବାସୀଙ୍କ ପ୍ରତି ବିପଦ ଲାଗି ରହିଛି । ଅଭିଯୁକ୍ତଙ୍କୁ ଯଥା ଶିଘ୍ର ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଗାଁରେ ପୁଣି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବ ତାହା କେହି କହି ପାରିବେ ନାହିଁ ବୋଲି ଗ୍ରମାବାସୀ କହିଛନ୍ତି । ଆଜି ମାକଡଚୁଆଁ ଗ୍ରମାବାସୀଙ୍କ ସହିତ ମଞ୍ଜୁଲତା ମିର୍ଧା, ବଡ ମିର୍ଧା, ସାନ ମିର୍ଧା, ଅଭୟ ମିର୍ଧା , ଲାଲବିହାରୀ ନନ୍ଦ, ଶୁକଦେବ ଅରେଖ, ପିଡିତ ଶ୍ରୀକର ମିର୍ଧା ସମେତ ଅନେକ ମହିଳା ମନ୍ତ୍ରୀ ଓ ପୋଲିସ ଅଧିକ୍ଷକଙ୍କୁ ଦେଖା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking