33.1 C
Bhubaneswar
Saturday, April 27, 2024
Homeଓଡିଶା୪ ଦିନ ପାଇଁ ସବୁ ବ୍ୟାଙ୍କ ବନ୍ଦ

୪ ଦିନ ପାଇଁ ସବୁ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର : ଆଜି ଠାରୁ ୪ ଦିନ ପାଇଁ ରାଜ୍ୟରେ ସବୁ ବ୍ୟାଙ୍କ ବନ୍ଦ ରହିବ। ସେହିପରି ଭାରତ ବର୍ଷରେ ଶୁକ୍ରବାର ଠାରୁ ୩ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ। ସରସ୍ୱତୀ ପୂଜା ପାଇଁ କେବଳ ଓଡ଼ିଶାରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଜାନୁଆରୀ ୩୧ ଓ ଫେବୃଆରୀ ୧ ରେ ବ୍ୟାଙ୍କ ୟୁନିଅନ ପକ୍ଷରୁ ସମଗ୍ର ଦେଶରେ ଆନ୍ଦୋଳନର ଡାକରା ଦିଆଯାଇଛି। ଏଥିରେ ଓଡ଼ିଶାରେ ଥିବା ବ୍ୟାଙ୍କ ସଂଗଠନଗୁଡ଼ିକ ସାମିଲ ହେବେ। ତେଣୁ ୨ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ସେହିପରି ଫେବୃଆରୀ ୨ ରବିବାର ଥିବାରୁ ବ୍ୟାଙ୍କ ସ୍ୱଭାବିକ ଭାବେ ଛୁଟି ରହିବ।
ତେଣୁ ଲଗାତର ୪ଦିନ ବ୍ୟାଙ୍କ ବନ୍ଦ ରହୁଛି। ୨୦୧୭ରୁ ବ୍ୟାଙ୍କ ୟୁନିଅନଗୁଡ଼ିକ ଦରମା ବୃଦ୍ଧି ପାଇଁ ଦାବି କରୁଥିଲେ ହେଁ ସରକାରୀ ସ୍ତରରେ ଏହାକୁ ଗୁରୁତ୍ୱର ସହ ନିଆଯାଉନାହିଁ। ତେଣୁ ୟୁନିଅନ ଦୁଇ ଦିନ ଧରି ବନ୍ଦ ଡାକରା ଦେଇଛି। ଯଦି ସରକାର ଏହାକୁ ନଶୁଣିବେ, ତା’ହେଲେ ଏପ୍ରିଲ ମାସରୁ ୟୁନିଅନ ଅର୍ନିଦ୍ଦିଷ୍ଟ କାଳ ପାଇଁ ହରତାଲ କରିବ। ଏହାପୂର୍ବରୁ ମାର୍ଚ୍ଚ ୧୧, ୧୨ ଓ ୧୩ ତିନି ଦିନ ଧରି ମଧ୍ୟ ବ୍ୟାଙ୍କ ୟୁନିଅନ ହରତାଲ କରିବାକୁ ଚେତାବନୀ ଦେଇଛି।
https://onakhabar.com/2020/01/29/corona-viurs/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking