33.1 C
Bhubaneswar
Wednesday, April 24, 2024
Homeଓଡିଶାଟ୍ରକ ଚକାତଳେ ଚାଲିଗଲା ହାତୀର ଜୀବନ

ଟ୍ରକ ଚକାତଳେ ଚାଲିଗଲା ହାତୀର ଜୀବନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଟ୍ରକ ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଢ଼େଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୫୫ର ସଦର ରେଞ୍ଜ ଜୀବନଖୋଲ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଟ୍ରକ ତଳେ ହାତୀଟି ଚାପି ହୋଇ ରହିଥିବା ଦେଖିବାକୁ ମିଳିଛି। ହାତୀର ଦାନ୍ତଟି ଭାଙ୍ଗି ଖଣ୍ଡେ ଦୂରରେ ପଡ଼ିଛି । ଆଉ ଗୋଟିଏ ହାତୀ ଆହତ ହୋଇ ଜଙ୍ଗଲକୁ ପଳାଇଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଉକ୍ତ ରାସ୍ତାରେ ହାତୀ ଚଳାଚଳର ସୂଚନା ଫଳକ ଲାଗିଥିବା ସତ୍ୱେ ଖାମଖିଆଲ ଭାବେ ଗାଡିଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏନେଇ ବନ ବିଭାଗପକ୍ଷରୁ ତନାଘନା ଆରମ୍ଭ ହୋଇଛି ।
https://onakhabar.com/2020/01/29/bus-accident-7-dead-40-injured/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking