40.1 C
Bhubaneswar
Thursday, April 25, 2024
Homeଓଡିଶାଆଜି ଶ୍ରୀପଞ୍ଚମୀ : ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ

ଆଜି ଶ୍ରୀପଞ୍ଚମୀ : ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର : ଆଜି ମାଘ ମାସ ଶୁକ୍ଳ ପକ୍ଷ ପଂଚମୀ । ଏହା ମାତା ସରସ୍ୱତୀଙ୍କର ଅତ୍ୟନ୍ତ ପ୍ରିୟ। ଏହି ସମୟରୁ ବସନ୍ତ ଋତୁ ଆରମ୍ଭ ହେଉଥିବାରୁ ଏହାକୁ ବସନ୍ତ ପଂଚମୀ ମଧ୍ୟ କୁହାଯାଏ । ମା’ ସରସ୍ୱତୀ ଜ୍ଞାନ ବିଦ୍ୟାର ଦେବୀ । ସେ ସମସ୍ତ ଜ୍ଞାନର ଉତ୍ସ । ସେ ବ୍ରହ୍ମାଣ୍ଡ ପତ୍ନୀ ଏବଂ ସ୍ୱୟଂ ସୃଷ୍ଟି କର୍ତା ତାଙ୍କଠାରୁ ପ୍ରେରଣା ପାଇ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ । ସରସ୍ୱତୀ ମହାମାୟାଙ୍କ ଅନ୍ୟତମ ୍ରଅବତାର । ପୁରାଣ ଅନୁଯାୟୀ ଏକଦା ଶୁମ୍ଭ ଓ ନିଶୁମ୍ଭ ରାକ୍ଷାସ ଦ୍ୱୟଙ୍କ ଉତ୍ପାତରେ ଥରହର ହେଉଥିଲା, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ । ଦେବତାମାନେ ସୁଦ୍ଧା ତ୍ରାହି ତ୍ରାହି ଡ଼ାକ ଛାଡ଼ି ମହାମାୟାଙ୍କ ଶରାଣାପନ୍ନ ହୁଅନ୍ତେ, ଦେବୀ ରାକ୍ଷାସ ଦ୍ୱୟଙ୍କ ବିନାଶ ପାଇଁ ନିଜ ଶରୀରରୁ ସରସ୍ୱତୀଙ୍କୁ ସୃଷ୍ଟି କରିଥିଲେ । ସରସ୍ୱତୀ ସେମାନଙ୍କୁ ପରାଜିତ କରି ଦେବକୂଳକୁ ରକ୍ଷା କରିଥିଲେ । ମହାମାୟା ସରସ୍ୱତୀ ସକଳ ପ୍ରଜ୍ୟା, ମେଧା, ବୁଦ୍ଧି, ସାହିତ୍ୟ, ଗୀତ, କଳା ଆଦିରେ ଅଧିଷ୍ଠାତ୍ରୀ ଦେବୀ ।
ତାଙ୍କ ପୂଜା ଉପାସନା ଦ୍ୱାରା ମନରୁ ସଂଶୟଭାବ ଦୂର ହେବା ସହ ସିଦ୍ଧି ପ୍ରାପ୍ତ ହୋଇଥାଏ । ଅଜ୍ଞାନ ରୂପୀ ଅନ୍ଧକାର ହଟି ମଣିଷର ଆତ୍ମା ଆଲୋକିତ ହୁଏ । କିମ୍ବଦନ୍ତି ଅନୁଯାୟୀ ମହାଦେବଙ୍କ ତୃତୀୟ ନୟନର ସମ୍ମୁଖିନ ହୋଇଥିଲେ କେବଳ ସରସ୍ୱତୀ । ସେଠାରୁ ନିର୍ଗତ ତେଜ ତାଙ୍କର କୌଣସି କ୍ଷତି କରି ପାରିନଥିଲା । ଏହାର ଅର୍ଥ; କେବଳ ଅଶୁଦ୍ଧତା ଅଜ୍ଞାନତାକୁ ହିଁ ଧ୍ୱଂସ କରିପାରେ । ଶିବଙ୍କ ତୃତୀୟ ନୟନ ନିର୍ଗତ ଅଗ୍ନି । ସରସ୍ୱତୀ ନଦୀ ରୂପ ଧାରଣ କରି, ସେହି ଦାବାନଳକୁ ସମୂଦ୍ର-ଗର୍ଭକୁ ଭସାଇ ନେଇଥିଲେ ଏବଂ ତାହାକୁ ଅଗ୍ନି ନିର୍ଗତକାରୀ ଏକ ଭୟଙ୍କର ଦାନବରେ ପରିଣତ କରିଥିଲେ ।
ବାଗ୍‌ଦେବୀଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ। ବିଶେଷ କରି ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଦେବୀ ସରସ୍ୱତୀଙ୍କୁ ଆବାହନ କରି ପୂଜା କରିବା ସହିତ ଆଶିଷ ମାଗିଛନ୍ତି। ସେହିପରି ଶ୍ରୀପଞ୍ଚମୀରେ ଶିଶୁମାନଙ୍କର ଖଡ଼ି ଛୁଆଁ ଯାଇଥାଏ।  ଅନ୍ୟପକ୍ଷରେ ବସନ୍ତ ପଞ୍ଚମୀ ଅବସରରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବାର ପରମ୍ପରା ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking