34.1 C
Bhubaneswar
Wednesday, May 1, 2024
Homeଓଡିଶାଅଷ୍ଟପ୍ରହରୀ ଗାଦିକୁ ନେଇ ଗୋଷ୍ଠୀ ସଂଘର୍ଷ, ୬ପୁଲିସଙ୍କୁ ବାନ୍ଧି ପୋଡ଼ିଦେଲେ ଗାଡ଼ି

ଅଷ୍ଟପ୍ରହରୀ ଗାଦିକୁ ନେଇ ଗୋଷ୍ଠୀ ସଂଘର୍ଷ, ୬ପୁଲିସଙ୍କୁ ବାନ୍ଧି ପୋଡ଼ିଦେଲେ ଗାଡ଼ି

ବାଲିଚନ୍ଦ୍ରପୁର : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ବାଲିଚନ୍ଦ୍ରପୁର ଥାନା ଭରତପୁର ପଣସୁଦା ଗ୍ରାମରେ ଅଷ୍ଟପ୍ରହରୀ ଗାଦିକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି । ଗଣ୍ଡଗୋଳ ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳକୁ ଯାଇଥିବାବେଳେ ଉତ୍ତ୍ୟକ୍ତ ଲୋକେ ୨ଟି ପୁଲିସ ଭ୍ୟାନ୍ ପୋଡ଼ିଦେଇଛନ୍ତି । ୬ଜଣ ପୁଲିସ କର୍ମଚାରୀଙ୍କୁ ଲୋକେ ବାନ୍ଧି ଭ୍ୟାନ୍ ପୋଡ଼ିଛନ୍ତି ।

ସୂଚନା ଅନୁଯାୟୀ,  ଭରତପୁରରେ ଗ୍ରାମରେ ପୂର୍ବରୁ ଦୁଇଗୋଷ୍ଠୀ ମଧ୍ୟରେ ଗ୍ରାମର ଉନ୍ନୟନ କାର୍ଯ୍ୟକୁ ନେଇ ବିବାଦ ଲାଗି ରହିଥିଲା । ଏକସପ୍ତାହ ଧରି ଦୁଇଗୋଷ୍ଠୀ ଛକାପଞ୍ଝାରେ ଥିଲେ । ଅଷ୍ଟପହରୀ ଗାଦିକୁ ନେଇ ଶନିବାର ଉକ୍ତ ବିବାଦ ଉଗ୍ରରୂପ ନେବା ପରେ ଆରମ୍ଭ ହୋଇଥିଲା ମାର୍‌ପିଟ୍ । ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମରେ ବାଲିଚନ୍ଦ୍ରପୁର ପୁଲିସ ଟିମ୍ ପହଞ୍ଚିିଥିବା ବେଳେ ଉତ୍ତ୍ୟକ୍ତ ଲୋକମାନେ ପୁଲିସ ସହ ଯୁକ୍ତିତର୍କ କରିବା ସହ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଖବର ପାଇ ଅନ୍ୟ ଏକ ଗାଡ଼ିରେ ଆଉ ଅଧିକ ପୁଲିସ କର୍ମଚାରୀ ପହଞ୍ଚିବା ପରେ ସେମାନଙ୍କୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ବାନ୍ଧି ପକାଇଥିଲେ ।

ପରେ ପୁଲିସ ଗାଡ଼ି ଦୁଇଟିରେ ସେମାନେ ନିଆଁ ଲଗାଇଦେଇଥିଲେ । ତେବେ ଘଟଣାପଛରେ ରାଜନୈତିକ ଆକ୍ରୋଶ ଥିବା କୁହାଯାଉଛି । ଅଙ୍ଗନୱାଡ଼ି କେନ୍ଦ୍ରକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଘଟଣା ପରେ ଗ୍ରାମରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ବରିଷ୍ଠ ପୁଲିସ ଅଧିକାରୀ ଏବଂ ତହସିଲ୍‌ଦାର ଘଟଣାସ୍ଥଳକୁ ଯାଇ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରଚେଷ୍ଟା କରୁଛନ୍ତି । ତେବେ ଘଟଣା ପରେ ଗ୍ରାମ ପୁରୁଷଶୂନ୍ୟ ହୋଇପଡ଼ିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking