29.1 C
Bhubaneswar
Wednesday, May 22, 2024
Homeଅପରାଧମା’କୁ ହତ୍ୟା କରି ପ୍ରେମିକା ସହ ଚମ୍ପଟ୍ ମାରିଛି ବାପା

ମା’କୁ ହତ୍ୟା କରି ପ୍ରେମିକା ସହ ଚମ୍ପଟ୍ ମାରିଛି ବାପା

ଗଞ୍ଜାମ : ମା’କୁ ହତ୍ୟା କରିଥିଲା ବାପା । ପରେ ପ୍ରେମିକା ସହ ଘର ଛାଡ଼ି ଚମ୍ପଟ ମାରିଥିଲା ୪ ପୁଅଝିଅର ବାପା । ଏହି ୪ ଜଣ ଅନାଥ ଶିଶୁ ଖୋଜୁଥିଲେ ସାହାରା । ସ୍ଥାନୀୟ ପ୍ରଶାସନ ଏହି ଚାରି ପିଲାଙ୍କୁ ସହାୟତା ଦେବାକୁ ନିଷ୍ପତ୍ତି ନେଇଛି । ସୂଚନା ଅନୁଯାୟୀ, କୁକୁଡାଖଣ୍ଡି ପଞ୍ଚାୟତ ନୂଆ ବାଉଁଶିଆପଲ୍ଲୀ ଗ୍ରାମର ଢମଣି ଦାସଙ୍କ କନ୍ୟାକୁ ମୁଣ୍ଡମରାଇ ପଞ୍ଚାୟତ ପୋଡାପଲ୍ଲୀ ଗ୍ରାମର ଶଙ୍କର ଦାଶ ୧୦ ବର୍ଷ ତଳେ ବିବାହ କରିଥିଲେ । ସେମାନଙ୍କ ୩ ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ସୁଖଦୁଃଖରେ ପରିବାର ଚାଲିଥିଲା । ଶଙ୍କର ଜଣେ ଦିନ ମଜୁରିଆ ହୋଇଥିବାରୁ କାମ କରିବା ପାଇଁ ଅନ୍ୟ ଗ୍ରାମକୁ ଯାଉଥିଲେ ।

ଏହି ସମୟରେ ରେଣୁଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶଙ୍କର ଜଣେ ମଦ୍ୟପ ବ୍ୟକ୍ତି ହୋଇଥିବାରୁ ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ଲାଗୁଥିଲା । ଲକ୍ ଡାଉନ୍ ପରବର୍ତ୍ତୀ ସମୟରେ ମାଆ ଘରେ ଲିଲି ରହୁଥିଲେ । ହଠାତ୍ ଶଙ୍କର ଆସି ଲିଲିକୁ ନେଇଥିଲେ ପଇସା ଦେବି କହ ସ୍ତ୍ରୀକୁ ଧରି କବିସୂର୍ଯ୍ୟନଗର ଅନ୍ତର୍ଗତ ଅତୁନ ଗ୍ରାମକୁ ଯାଇ ଏକ ନିଛାଟିଆ କାଜୁ ତୋଟାରେ ପ୍ରେମିକ ଓ ଶଙ୍କର ନିଜେ ମିଶି ହତ୍ୟା କରିଥିଲେ । ତାଙ୍କର ବଡପୁଅ ଚନ୍ଦନ(୯), ଚିଙ୍କୁ(୮), ଶନି ନାୟକ(୬), ଭୂମି ନାୟକଙ୍କୁ ସମାଜସେବୀ କେ. ମଣିବାବୁ ଥଇଥାନ ନିମନ୍ତେ ଦାବି କରିଥିଲେ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking