30.1 C
Bhubaneswar
Friday, May 3, 2024
Homeଅପରାଧନକଲିକୁ ବାନ୍ଧିଲା ଅସଲି ପୁଲିସ୍

ନକଲିକୁ ବାନ୍ଧିଲା ଅସଲି ପୁଲିସ୍

ଫୁଲବାଣୀ : ବାଲିଗୁଡ଼ା ଥାନା ଅଞ୍ଚଳରେ ଅସଲି ପୁଲିସ୍ ହାତରେ ଧରାପଡ଼ିଛନ୍ତି ୨ ନକଲି ପୁଲିସ୍ । ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ପୁଲିସ ପୋଷକ ସହ ଖେଳଣା ବନ୍ଧୁକକୁ ପୁଲିସ ଜବତ କରିଛି । ଗିରଫ ଦ୍ୱୟ କଟକ ଜିଲ୍ଲା ଚଣ୍ଡିଛକ ଓ କନିକା ଛକ ଅଞ୍ଚଳର । ଏହି ଘଟଣା ସମଗ୍ର କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟିକରିଛି । ସୂଚନା ଅନୁଯାୟୀ,  ଶୁକ୍ରବାର ବିଳମ୍ବିତ ରାତ୍ରରେ ବାଲିଗୁଡ଼ା ପୁଲିସ୍ ପାଟ୍ରୋଲିଂ କରୁଥିଲା । ସେ ସମୟରେ ସିନ୍ଦିରିଗାଁ ନିକଟସ୍ଥ ଖଡ଼ଗନଦୀ ଶଙ୍ଖ ନିକଟରେ ଏକ ଅନ୍ଧାରରେ କିଛି ସନ୍ଧିଗ୍ଧ ବସିଥିବା ବେଳେ ପୁଲିସ୍ ଅତିର୍କିତ ଭାବେ ଚଢ଼ଉ କରିଥିଲା । ପୁଲିସ୍‌କୁ ଦେଖି ୩ ଜଣ ଖସି ପଳାଇଥିବା ବେଳେ ପୁଲିସ ପୋଷାକରେ ଥିବା ୨ଜଣଙ୍କୁ ଅସଲି ପୁଲିସ କାବୁ କରିଥିଲା । ସେମାନଙ୍କୁ ପଚରା ପରେ ସେମାନେ ଡକାୟତି ପାଇଁ ଯୋଜନା ଚଳାଇଥିଲେ ବୋଲି ଜଣାପଡ଼ିଛି । ପୁଲିସ୍ ଘଟଣାସ୍ଥଳରୁ ଏକ ମାରୁତି ଡିଜାୟର କାର୍‌, ପୁଲିସ୍ ଲାଠି, ଲୁହାରଡ୍ ଭଳି ମାରଣାସ୍ତ୍ର ସହିତ ପୁଲିସ୍ ପୋଷାକ, ଖେଳଣା ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking