29.1 C
Bhubaneswar
Sunday, May 5, 2024
Homeଓଡିଶାନ୍ୟାୟ ନପାଇବାରୁ ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ନ୍ୟାୟ ନପାଇବାରୁ ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର : ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ନ୍ୟାୟ ନ ମିଳିବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଜଣେ ମହିଳା । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଆଗରେ । ସୂଚନା ଅନୁଯାୟୀ, ଜଣେ ମହିଳା ଫେସ୍‌ବୁକ୍‌ରେ ମାଧ୍ୟମରେ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଫେସ୍‌ବୁକ୍‌ରେ କିଛି ଦିନ କଥା ହେବା ପରେ ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା । ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ହେଲେ ବିବାହର ମାସେ ପର୍ଯ୍ୟନ୍ତ ସେମାନେ ଚେନ୍ନାଇରେ ରହିବା ପରେ ଓଡ଼ିଶା ଫେରି ଆସିଥିଲେ । ହେଲେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଯୁବକ ଜଣଙ୍କ ତାଙ୍କୁ ଭୁବନେଶ୍ୱରରେ ଛାଡ଼ି କେଉଁ ଆଡ଼େ ପଳାଇଛନ୍ତି । ଏହାପରେ ଯବତୀ ସିମୁଳିଆ ଥାନାରେ ଏନେଇ ଅଭିଯୋଗ କରିଥିଲେ । ହେଲେ ଥାନାରେ ଅଭିଯୋଗ କରିବା ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ମହିଳାଙ୍କୁ ନ୍ୟାୟ ମିଳିନଥିଲା । ବାରମ୍ବାର ଥାନାକୁ ଯାଇଥିଲେ ମଧ୍ୟ ପୋଲିସ ତାଙ୍କ କଥା ଗୁରୁତ୍ୱ ଦେଇନଥିଲା । ଫଳରେ ସେ ଥାନାରୁ ନିରାଶ ହେବା ପରେ ନିଜ ଦେହରେ ଥାନା ବାହାରେ କେରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଅଗରପଡା ଅଞ୍ଚଳର ଏହି ମହିଳା ଜଣକ ସିମୁଳିଆ ଥାନା କୁପୁରା ଗାଁର ଜସିମ୍ ସାହଜିଙ୍କୁ ବିବାହ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking