36.1 C
Bhubaneswar
Monday, May 6, 2024
Homeଓଡିଶାଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ବିଳମ୍ବିତ, ଆତ୍ମାହୁତି ଦେବାକୁ ଛାତ୍ରଛାତ୍ରୀଙ୍କ ଚେତାବନୀ

ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ବିଳମ୍ବିତ, ଆତ୍ମାହୁତି ଦେବାକୁ ଛାତ୍ରଛାତ୍ରୀଙ୍କ ଚେତାବନୀ

ବାଲେଶ୍ୱର: ନୀଳଗିରି କଲେଜରେ ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ଧନ୍ଦାମୂଳକ ଶିକ୍ଷାର ଫଳାଫଳ ପ୍ରକାଶ ବିଳମ୍ବିତାକୁ ନେଇ ଛାତ୍ରଛାତ୍ରୀମାନେ ଶେଷରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ୨୦୧୮-୧୯ ମସିହାରେ ଉକ୍ତ କଲେଜରେ ଧନ୍ଦାମୂଳକ ଶିକ୍ଷା ବିଭାଗ ଖୋଲା ଯାଇଥିବାବେଳେ ୫୦ଜଣ ଛାତ୍ରଛାତ୍ରୀ ଆଡ଼ମିଶନ ହୋଇଥିଲେ । ରାଜ୍ୟ ସରକାର ଉକ୍ତ ବିଭାଗ ଖୋଲିବା ପାଇଁ ନିର୍ଦ୍ଦେଶ ଦେବା ପରେ ୫୧ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୨୫ ଅକ୍ଟୋବର ୨୦୧୮ରେ କ୍ଲାସ୍ ଆରମ୍ଭ କରାଯାଇଥିଲା । ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଉକ୍ତ ବିଭାଗ ଖୋଲିବା ପାଇଁ ଗତ ଜାନୁଆରୀ ୨୦୧୯ରେ ପ୍ରଥମ ସେମିଷ୍ଟାର ପରୀକ୍ଷା ଦେଇଥିଲେ । ଅଦ୍ୟାବଧି ୧ବର୍ଷ ବିତିଯାଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶିତ ହୋଇପାରି ନାହିଁ ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି ।

ଛାତ୍ରଛାତ୍ରୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଧନ୍ଦାମୂଳକ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶକରି ଆଡ଼ମିଶନ ହୋଇଥିଲେ । ଏହା ଭିତରେ ଦକ୍ଷତା ବିକାଶ ଭାରତ ସରକାର ଦୁଇଟି ସେମିଷ୍ଟାର ପରୀକ୍ଷାର ଫଳ ପ୍ରକାଶିତ କରିଥିବା ବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଥମ ସେମିଷ୍ଟାର ଫରୀକ୍ଷାର ଫଳ ପ୍ରକାଶ କରିବାରେ କର୍ତ୍ତୃପକ୍ଷ ଅହେତୁକ ବିଳମ୍ବ କରୁଛନ୍ତି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । କର୍ତ୍ତୃପକ୍ଷ ଯଦି ଆଗାମୀ ସାତଦିନ ମଧ୍ୟରେ ଏହି ପରୀକ୍ଷାଫଳ ପ୍ରକାଶ ନ କରନ୍ତି ତେବେ ନୀଳଗିରି କଲେଜ ଆଗରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିବା ସହ ଆଗାମୀ ଦିନରେ ଆତ୍ମାହୁତି ଦେବେ ବୋଲି କଲେଜ ଅଧ୍ୟକ୍ଷ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବାଲେଶ୍ୱର ଜିଲ୍ଲାପାଳ, ବାଲେଶ୍ୱର ଏସ.ପି., ନୀଳଗିରି ଆଇଆଇସି, ଏସ୍‌ଡିପିଓ, ବିଶ୍ୱବିଦ୍ୟାଳୟର କୁଳପତି, ନୋଡାଲ ଅଫିସର, ବି. ଭୋଳଙ୍କୁ ଲିଖିତଭାବେ ଜଣାଇଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking