33.1 C
Bhubaneswar
Saturday, April 27, 2024
Homeଓଡିଶାଡ. ସୁଧିର ପରିଚ୍ଛାଙ୍କ ବିୟୋଗରେ ନରସିଂହଙ୍କ ଗଭିର ଶୋକ

ଡ. ସୁଧିର ପରିଚ୍ଛାଙ୍କ ବିୟୋଗରେ ନରସିଂହଙ୍କ ଗଭିର ଶୋକ

ଦଳ ତଥା କୃଷକ ସମାଜ ପାଇଁ ଏକ ବଡ କ୍ଷତି
ବଲାଙ୍ଗିର : ସୁଧିର ର ଅସମୟ ମୃତ୍ୟୁ ମୋତେ ବହୁତ ବ୍ୟଥିତ କରିଛି । ଏହା ମୋ ପାଇଁ ତଥା ଦଳ ପାଇଁ ଏକ ବହୁତ ବଡ କ୍ଷତି ଅଟେ। ରାଜ୍ୟ ତଥା ଜିଲ୍ଲାର ବିଶିଷ୍ଟ କୃଷକ ନେତା ଡ. ସୁଧିର ପରିଚ୍ଛା ଆଉ ଆମ ଗହଣରେ ନାହାନ୍ତି । ତାର ଅସମୟ ବିୟୋଗ ଜିଲ୍ଲା ପାଇଁ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି କରିଗଲା । ଏହା ରାଜ୍ୟ ତଥା ଜିଲ୍ଲାର କୃଷକ ଆନ୍ଦୋଳନ ପାଇଁ ଏକ ବଡ ଦୁଃଖର ବିଷୟ । ବ୍ୟକ୍ତିଗତ ଭାବରେ ମଧ୍ୟ ସୁଧିରର ଅସମୟରେ ମୃତ୍ୟୁ ମତେ ବହୁତ ବ୍ୟଥିତ କରିଛି ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ଶୋକ ବାର୍ତ୍ତାରେ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଗାଁରୁ ସହର ପର୍ଯ୍ୟନ୍ତ ଜିଲ୍ଲା ରୁ ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ କୃଷକମାନଙ୍କ ନ୍ୟାର୍ଯ୍ୟ ହକ୍ ପାଇଁ ଅନବରତ ଲଢେଇ ପାଇଁ ସେ ଚାଷୀ ସମାଜରେ ସବୁବେଳେ ମନେ ରହିବେ ।

ତାଙ୍କର ଆତ୍ମା ସଦଗତି ପାଇଁ ତଥା ଏପରି ଏକ ଦୁଃଖଦ ମୁହୁର୍ତ୍ତରେ ତାଙ୍କ ପରିବାର ବର୍ଗଙ୍କୁ ଧର୍ଯ୍ୟ ଓ ସହାସ ଇଶ୍ୱର ଦିଅନ୍ତୁ ବୋଲି ମୁଁ ପ୍ରାର୍ଥନା କରେଁ । ଏଠାରେ ସୂଚନାଯୋଗ୍ୟ ଯେ ଡ. ସୁଧିର ପରିଚ୍ଛା ବହୁ ମାସ ହେବ ଲିଭର ଜନିତ ସମସ୍ୟା ନେଇ ରାଜ୍ୟ ବାହାରେ ହାଇଦ୍ରାବାଦରେ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ । ଏପରି କି ସଫଳତା ସହ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯାଇଥିବା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା ଏବଂ ଦୁଇ ଦିନ ପୂର୍ବରୁ ତାଙ୍କୁ ପୁଣି ଥରେ ସେହି ହସ୍‌ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking