31.1 C
Bhubaneswar
Wednesday, May 8, 2024
Homeଓଡିଶାଭାକ୍‌ସିନ୍‌ ନେବା ପାଇଁ ଆଉ ଟିକାକରଣ କେନ୍ଦ୍ରକୁ ଯିବେନି ବୟସ୍କ

ଭାକ୍‌ସିନ୍‌ ନେବା ପାଇଁ ଆଉ ଟିକାକରଣ କେନ୍ଦ୍ରକୁ ଯିବେନି ବୟସ୍କ

କଟକ : କରୋନା ଟେଷ୍ଟିଂ ହେଉ କିମ୍ବା ଟିକା ନେବା ପାଇଁ, ବୟସ୍କ ଲୋକଙ୍କୁ ଆଉ ଟିକାକରଣ କେନ୍ଦ୍ରକୁ ଦଉଡିବାକୁ ପଡ଼ିବ ନାହିଁ। ୭୦ ବର୍ଷରୁ ଅଧିକ ଲୋକଙ୍କ ପାଇଁ କଟକ ମହାନଗର ନିଗମ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। କଟକରେ ବୟସ୍କ ଲୋକଙ୍କ ପାଇଁ ଭ୍ୟାକ୍ସିନେସନ ଆଣ୍ଡ ଟେଷ୍ଟିଂ ଅନ୍ ହୁଇଲ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଅନୁସାରେ, ବୟସ୍କ ଲୋକମାନେ କରୋନା ଟେଷ୍ଟିଂ କିମ୍ବା ଟିକା ନେବା ପାଇଁ ଘରୁ କୁଆଡ଼େ ଯିବାକୁ ପଡ଼ିବ ନାହିଁ। ଏଥିପାଇଁ ସଂପୃକ୍ତ ବିଭାଗୀୟ କର୍ମଚାରୀ ଘରକୁ ଆସି ଟିକା ଦେବା ସହ ନମୂନା ସଂଗ୍ରହ କରିନେବେ। ୭୦ ବର୍ଷରୁ ଅଧିକ ବୟସର ଲୋକ ଓ ଦିବ୍ୟାଙ୍ଗଙ୍କ ପାଇଁ ଏହି ବ୍ୟବସ୍ଥା କରିଛି କଟକ ମହାନଗର ନିଗମ। ଆଜିଠାରୁ କଟକ ବାସିନ୍ଦାଙ୍କୁ ଏହି ସେବା ମିଳିବ। ଘରକୁ ଘର ଯାଇ ଟିକା ଦେବା ସହିତ ସାମ୍ପଲ ଟେଷ୍ଟ କରିବ ମୋବାଇଲ ଭ୍ୟାନ ସୋମବାରରୁ ଶୁକ୍ରବାର ଯାଏ ସକାଳ ୧୦ଟାରୁ ଅପରାହ୍ନ ୩ଟା ଯାଏ ଏହି ସେବା ଉପଲବ୍ଧ ହେବ। ବୟସ୍କ ଲୋକ ଓ ଦିବ୍ୟାଙ୍ଗ ଟିକା କେନ୍ଦ୍ର ଓ ଟେଷ୍ଟିଂ ସେଣ୍ଟରକୁ ଯିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ପାଇଁ ଏହି ସୁବିଧା କରିଛି ସିଏମ୍‌ସି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking