30.1 C
Bhubaneswar
Monday, May 20, 2024
Homeଓଡିଶାଅକ୍ସିଜେନ୍ ସୁପରିଚାଳନା ପାଇଁ ଗଠନ ହେଲା ଟାସ୍କଫୋର୍ସ

ଅକ୍ସିଜେନ୍ ସୁପରିଚାଳନା ପାଇଁ ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ୱର : ରାଜ୍ୟରେ ଅକ୍ସିଜେନ୍ ସୁପରିଚାଳନା ପାଇଁ ଗଠନ ହେଲା ଟାସ୍କଫୋର୍ସ । ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅକ୍ସିଜେନ ଯୋଗାଣ ପାଇଁ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା କିଭଳି ପରିଚାଳନା କରି ହେବ ସେଥିପାଇଁ ଏହି ଟାସକ ଫୋର୍ସ ଗଠନ କରାଯାଇଛି । ଏଥିରେ ୯ ଜଣ ସଦସ୍ୟ ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି । ଏହି ଟାସ୍କଫୋର୍ସ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ ଓ ବିତରଣର ତଦାରଖ କରିବ । ମେଡିକାଲ ଅକ୍ସିଜେନ୍ ଉପରେ ଦୀର୍ଘ ମିଆଦି ଯୋଜନା କରିବାକୁ ଟାସ୍କଫୋର୍ସକୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ଏହି ଟାସ୍କଫୋର୍ସ ବିଭିନ୍ନ ଅକ୍ସିଜେନ ସିଲିଣ୍ଡରର ଉପଲବ୍ଧତା ଏବଂ ଟ୍ୟାଙ୍କର ଷ୍ଟୋରେଜର ସ୍ଥିତି ନେଇ ଷ୍ଟେକ ହୋଲଡରଙ୍କ ସହ ଯୋଗସୂତ୍ର ରକ୍ଷା କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking