28.1 C
Bhubaneswar
Friday, April 26, 2024
Homeଓଡିଶାଭୀମ ଭୋଇ ମେଡିକାଲ କଲେଜ: ସଂନ୍ଧ୍ୟା ୫ ସୁଦ୍ଧା ଖୋଲୁନି ନିଦାନ ବିଭାଗ, ରୋଗୀ...

ଭୀମ ଭୋଇ ମେଡିକାଲ କଲେଜ: ସଂନ୍ଧ୍ୟା ୫ ସୁଦ୍ଧା ଖୋଲୁନି ନିଦାନ ବିଭାଗ, ରୋଗୀ ପାଇ ପାରୁ ନାହାନ୍ତି ଉପଯୁକ୍ତ ଚିକିତ୍ସା

ବଲାଙ୍ଗିର – ଆଜି ସଂନ୍ଧ୍ୟାରେ ଭୀମ ଭୌଇ ମେଡିକାଲ ନିଦାନ ବିଭାଗ ସାମନାରେ ରୋଗୀଙ୍କ ଲମ୍ଭା ଲାଇନ ଦେଖିବାକୁ ମିଳିଥିଲା । ପଚାରା ଯିବାରୁ ସଂନ୍ଧ୍ୟା ୫ ଟା ସୁଦ୍ଧା ନିଦାନ ବିଭାଗ ଖୌଲି ନଥିବାରୁ ରୋଗୀ ଓ ପରିଜନ ଦୁଇ ଘଣ୍ଟା କାଳ ହେବ ଟେଷ୍ଟ ରିପୋର୍ଟର ଅପେକ୍ଷା ଲାଇନ ବାନ୍ଧି ଜଗି ରହିଥିବା ଅଭିଯୋଗ କରିଥିଲେ । ଅନ୍ୟ ପଟେ ରୋଗୀଙ୍କ ଅଭିଯୋଗ ଶୁଣିବା ଓ ତାର ସମାଧାନ କରିବା ପରିବର୍ତ୍ତେ ମେଡିକାଲ କର୍ତ୍ତୁପକ୍ଷ ଲାଇନ ବାନ୍ଧି ମେଡିକାଲକୁ ଆସୁଥିବା ପୂବର୍ତନ ସାଂସଦଙ୍କ ଅପେକ୍ଷା କରିଥିବା ଜଣାପଡିଥିଲା । ସୂଚନା ଅନୁସାରେ, ସକାଳୁ ଆଉଟଡୋର ଖୋଲୁ ଖୋଲୁ ଡାକ୍ତରମାନେ ରୋଗୀଙ୍କୁ ଦେଖିବା ପରେ ରୋଗର ନିର୍ଧାରଣ ପାଇଁ ରୋଗୀଙ୍କୁ ବିଭୀନ୍ନ ପରୀକ୍ଷା କରାଇ ନେବା ପାଇଁ ପରାମର୍ଶ ଦେଇଥାନ୍ତି । ପରୀକ୍ଷା ଫଳ ଆସିବା ପରେ ରିପୋର୍ଟ ମୁତାବକ ରୋଗୀଙ୍କୁ ଔଷଧ ଦିଅନ୍ତି । ଇନ୍ ଡୋର ରୋଗୀଙ୍କ ଅବସ୍ଥା ମଧ୍ୟ ସମାନ । ଡାକ୍ତର ରାଉଣ୍ଡରେ ଆସି ରୋଗୀଙ୍କୁ ଅବଶ୍ୟକତା ମୁତାବକ ଟେଷ୍ଟ କରିବାକୁ ପରାମର୍ଶ ଦିଅନ୍ତି । ରିପୋର୍ଟ ଆସିଲା ପରେ ଚିକିତ୍ସା ଆରମ୍ଭ ହୁଏ । କିନ୍ତୁ ପ୍ରତିଦିନ ରିପୋର୍ଟ ଆସୁ ଆସୁ ସନ୍ଧ୍ୟା ପାଇଯିବା ନିତି ଦିନିଆ କଥା ଓ ସେ ପର୍ଯ୍ୟନ୍ତ ଡାକ୍ତରମାନଙ୍କ କାର୍ଯ୍ୟ ଅବଧି ସମାପ୍ତ ହୋଇଯାଏ । ଫଳରେ ମେଡିକାଲ ଆସିବା ପରେ ମଧ୍ୟ ଅନେକ ରୋଗୀ ଅଚିକିତ୍ସିତ ହୋଇ ନିଜ ଗାଁ କୁ ଫେରି ଯାଆନ୍ତି । ସେହିପରି ମେଡିକାଲରେ ଭର୍ତ୍ତୀ ହୋଇଥିବା ରୋଗୀମାନଙ୍କୁ ଚିକିତ୍ସା ପାଇଁ ସଂନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡେ । ସେଭିତରେ କୌଣସି ରୋଗୀ ଗୁରୁତର ଥିଲେ, ଉପଯୂକ୍ତ ଚିକିତ୍ସା ନପାଇ ତାର ଜିବନ ଚାଲିଯିବା ମଧ୍ୟ ନଜିର ରହିଛି । ତେବେ, ନିଦାନ ବିଭାଗ ବାରମ୍ବାର ଘଣ୍ଟିଏ ଦୁ ଘନ୍ଟା ବିଳମ୍ବରେ ଖୋଲିୁଥିବା ବାରମ୍ବାର ଅବିଯୋଗ ହେବା ପରେ ମଧ୍ୟ ସ୍ଥିତିରେ କୌଣସି ସୁଧା ଆସୁ ନଥିବାବେଳେ ରୋଗୀ ମେଡିକାଲ କୁ ଆସିବା ପରେ ମଧ୍ୟ ଠିକଣା ସମୟରେ ଉପଯୁକ୍ତ ଚିକିତ୍ସା ପାଇ ପାରୁ ନଥିବା ପରିଜନ ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ, ଘରୋଇ ପରୀକ୍ଷା କେନ୍ଦ୍ର ମାନଙ୍କୁ ରୋଗୀ ଯୋଗାଇଦେବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking