27.1 C
Bhubaneswar
Thursday, April 25, 2024
Homeଓଡିଶାସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଦଳମତ ନିର୍ବିଶେଷରେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଲାଗୁ ହେଉ - ନିରଞ୍ଜନ

ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଦଳମତ ନିର୍ବିଶେଷରେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଲାଗୁ ହେଉ – ନିରଞ୍ଜନ

ଭୁବନେଶ୍ଵର-ସ୍ଵାଧୀନତା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୯୭ ଲକ୍ଷ ୫୦ ହଜାର ପରିବାର ବା ୩ କୋଟି ୩୦ ଲକ୍ଷ ଜନସାଧାରଣଙ୍କ ପାଇଁ ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ପ୍ରଦାନ ପାଇଁ ଘୋଷଣାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସ୍ଵାଗତ ଜଣାଇ ଏହାକୁ ଦଳମତ ନିର୍ବିଶେଷରେ ସାରା ଓଡ଼ିଶାର  ସମସ୍ତ ଜନସାଧାରଣଙ୍କ ପାଇଁ ଲାଗୁ କରିବାକୁ ଦାବି କରିଛନ୍ତି । ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡରେ ପ୍ରତ୍ୟେକ ପରିବାର ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଉଭୟ ସରକାରୀ ଓ ୨୦୦ ରୁ ଊର୍ଦ୍ଧ୍ୱ ବେସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ପାଇବାକୁ ହକଦାର ହେବେ ଏହା ଭଲ ପଦକ୍ଷେପ, କିନ୍ତୁ ପାଖାପାଖି କୋଟିଏ ଓଡ଼ିଶାବାସୀ ଏ ଭଳି  ସେବା ପାଇବାରୁ କ’ଣ ପାଇଁ ବଞ୍ଚିତ ହେବେବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି | ଏହି କୋଟିଏ ଲୋକଙ୍କ ଭିତରୁ ଅନ୍ତତଃ ୯୦ଲକ୍ଷ ଲୋକଙ୍କର ୫ଲକ୍ଷ ଟଙ୍କା ତ ଦୂରର କଥା ଲକ୍ଷେ ବା ଦୁଇ ଲକ୍ଷ ଟଙ୍କା ବାର୍ଷିକ ଡାକ୍ତରଖାନାରେ ଖର୍ଚ୍ଚ କରିବାର ସମ୍ବଳ ନାହିଁ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ଓ ନିଜେ ସ୍ଵାଧୀନ ବ୍ୟବସାୟ କରି ଚଳୁଥିବା ଜନତା ସର୍ବାଧିକ ଭୁକ୍ତଭୋଗୀ ହେବେ । ପଡ଼ୋଶୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ବଙ୍ଗଳାର ସମସ୍ତ ୯ କୋଟି ଜନତାଙ୍କ ପାଇଁ ସ୍ୱାସ୍ଥ୍ୟ ସାଥୀ କାର୍ଡ ପ୍ରଦାନ କରିଛନ୍ତି । ତେଣୁ ଓଡ଼ିଶା ସରକାର ମଧ୍ୟ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ତୁରନ୍ତ ଏହି ସ୍କିମ୍ ପରିବର୍ତିତ କରି ଲାଗୁ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି | ସ୍ୱାସ୍ଥ୍ୟସେବା ଏକ ମୌଳିକ ଅଧିକାର । ତେଣୁ ଏଥିରୁ ୨୬ ଭାଗ ଜନସାଧାରଣଙ୍କୁ ବଞ୍ଚିତ କରିବାର ଅଧିକାର ଓଡ଼ିଶା ସରକାରଙ୍କ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଯେଉଁମାନଙ୍କର ସ୍ଵାସ୍ଥ୍ୟବୀମା ଭଳି ଆନୁସଙ୍ଗିକ ସୁବିଧାସୁଯୋଗ ରହିଛି, ସେମାନେ ସ୍ୱେଚ୍ଛାକୃତ ଭାବେ ସରକାରୀ ପ୍ରୋତ୍ସାହନକୁ ପରିତ୍ୟାଗ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking