38.1 C
Bhubaneswar
Friday, April 26, 2024
Homeରାଜନୀତିହେଲ୍‌ଥ କାର୍ଡ ନୁହେଁ ଶାସକ ବିଜେଡିର ନିର୍ବାଚନୀ ପୁସିଙ୍ଗ କାର୍ଡ : ଲେଖାଶ୍ରୀ

ହେଲ୍‌ଥ କାର୍ଡ ନୁହେଁ ଶାସକ ବିଜେଡିର ନିର୍ବାଚନୀ ପୁସିଙ୍ଗ କାର୍ଡ : ଲେଖାଶ୍ରୀ

ଭୂବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂପୂର୍ଣ୍ଣ ଫେଲ୍‌
ମାରିଛି । ବର୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଯୋଜନା ସଠିକ୍ କାର୍ଯ୍ୟକାରୀ ହେବାରେ ବିଫଳ ହୋଇଛି । ନିଜ
ବିଫଳତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାକୁ ଆଳ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ଆରମ୍ଭ
କରିଦେଇଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ
ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ୨୮ ଲକ୍ଷ ଓଡିଶାବାସୀ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେଉଥିଲେ ।
ମୋଦି ସରକାର ଏହି ଯୋଜନାର ସୁଫଳ ଦେଶର ସାଧାରଣ ଗରୀବ ଓ ପ୍ରକୃତ ହିତାଧିକାରୀଙ୍କୁ ଯୋଗାଇ ଦେବା ପାଇଁ ରାଷ୍ଟ୍ରୀୟ
ସ୍ୱାସ୍ଥ୍ୟ ବୀମା ଯୋଜନାକୁ ବ୍ୟାପକ କରି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଥିଲେ । ଅସହିଷ୍ନୁ ରାଜ୍ୟ ସରକାର ଏହି
ଯୋଜନାରେ ସାମିଲ ନହେବା କାରଣରୁ କେନ୍ଦ୍ରରୁ ଆସୁଥିବା ଅନୁଦାନ ଅର୍ଥ ଆସି ପାରିନାହିଁ । ରାଜ୍ୟ ସରକାର ନିଜର ବିଫଳତା
ଓ ଅସହିଷ୍ନୁତା ମନୋଭାବ କାରଣରୁ ରାଜ୍ୟବାସୀଙ୍କୁ ପ୍ରତାରିତ କରିବାକୁ ଯାଇ ନିଜସ୍ୱ ବ୍ୟବସ୍ଥାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ
ଯୋଜନା ଆରମ୍ଭ କରିଥିଲେ, କିନ୍ତୁ ଯୋଜନା ପାଇଁ ଟଙ୍କାଟିଏ ମଧ୍ୟ ବ୍ୟୟବରାଦ କରିବାରେ ବିଫଳ ହେଲେ ।
ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ବୈାଦ୍ଧ, ଦେବଗଡ, ମାଲକାନଗିରି ଆଦି ଜିଲ୍ଲାରେ ଗୋଟିଏ ହେଲେ
ତାଲିକାଭୁକ୍ତ ହସ୍ପିଟାଲ ନଥିବା କାରଣରୁ ଉପାନ୍ତ ଅଂଚଳବାସୀ ସହରାଂଚଳକୁ ଆସି ଚିକିତ୍ସା ସୁବିଧା ପାଇବାରେ ବହୁ ସମସ୍ୟାର
ସମ୍ମୁଖୀନ ହେଉଛନ୍ତି । ବିଶେଷ ଭାବେ କଟକ କିମ୍ବା ଭୂବନେଶ୍ୱରକୁ ଆସି ଚିକିତ୍ସିତ ହେବାରେ ବହୁ ଅସୁବିଧାର ସମ୍ମୁଖୀନ
ହେଉଛନ୍ତି । ପୂର୍ବ ବକେୟା ଅର୍ଥ ନପାଇଥିବା କାରଣରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଦେଖିବା ମାତ୍ରେ କଟକ ଓ
ଭୂବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଘୋଉଢେଇ ଦେଉଛନ୍ତି । ରାଜ୍ୟ ସରକାର ସବୁ ଜାଣିଶୁଣୀ ମଧ୍ୟ ନୀରବଦ୍ରଷ୍ଟା
ସାଜି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କ୍ଷୋଭ ପ୍ରକାଶ କରବା ସହ ଗରୀବ ଲୋକମାନେ କେମିତି ସ୍ୱାସ୍ଥ୍ୟ ସେବା ପାଇବେ
ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ରାଜ୍ୟର ସମସ୍ତ ସରକାରୀ ଏବଂ ୨୦୮ଟି ବେସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେବା ସମୟରେ ରାଜ୍ୟ ସରକାର ଘୋଷଣା କରିଥିଲେ । ବିଧାନସଭା ତଥ୍ୟ ଅନୁଯାୟୀ
କେବଳ ୧୮୩ଟି ହସ୍ପିଟାଲରେ ଚିକିତ୍ସା ସୁବିଧା ଉପଲବ୍ଧ ହେଉଥିବାବେଳେ ଘରୋଇ ହସ୍ପିଟାଲ ଗୁଡିକର ପାଖାପାଖି ୫୦
କୋଟି ଟଙ୍କା ବକେୟା ରଖିଥିବା କାରଣରୁ ବର୍ତମାନ ଅନେକ ଘରୋଇ ହସ୍ପିଟାଲ ଚିକିତ୍ସା ଯୋଗାଇ ଦେବାକୁ କୁଣ୍ଠାବୋଧ
କରୁଛନ୍ତି । ଏଥିରୁ ରାଜ୍ୟ ସରକାରଙ୍କ ବିଫଳତା ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ରାଜ୍ୟ ଗ୍ରାମାଂଚଳର ପ୍ରାୟ ୩୩.୪୫ ପ୍ରତିଶତ ଲୋକ ବାହାରକୁ ଯାଇ କାମଧନ୍ଦା କରୁଛନ୍ତି । ପ୍ରାୟ ୨୫ ଲକ୍ଷ ଓଡିଆ
ବାହାର ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ରାଜ୍ୟ ଭିତରେ ବାସ କରୁଥିବା ଓଡିଆମାନେ
ଉପକୃତ ହେଉଥିବାବେଳେ, ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟବାସୀଙ୍କ ସମେତ ପ୍ରବାସୀ ଓଡିଆ ସର୍ବାଧିକ ଉପକୃତ
ହୋଇପାରିବେ । କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବାରମ୍ବାର ଅନୁରୋଧ କରୁଥିଲେ
ସୁଦ୍ଧା, ରାଜ୍ୟ ସରକାର କାହିଁକି କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ନିର୍ବାଚନ କୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣି ଥରେ ସ୍ମାର୍ଟ ହେଲ୍‌ଥ କାର୍ଡ ନାମରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ
ଲଗାଇ ନୂଆ ପ୍ରହସନ ଆରମ୍ଭ କରିଦେଇଛନ୍ତି । ଏହା ହେଲ୍‌ଥ କାର୍ଡ ନୁହେଁ ବରଂ ଶାସକ ବିଜେଡିର ନିର୍ବାଚନୀ ପୁସିଙ୍ଗ କାର୍ଡ
ବୋଲି ଡ.ଲେଖାଶ୍ରୀ ତାତ୍ସଲ୍ୟ କରି କହିଛନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରେ ବାସ କରୁଥିବା ସାଢେ ୪ କୋଟି ଓଡିଆଙ୍କ ସ୍ୱାର୍ଥ
ପାଇଁ କାଳବିଳମ୍ବ ନକରି ଯଥାଶୀଘ୍ର ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଡ.ଲେଖାଶ୍ରୀ ପୁଣି ଥରେ
ଦାବୀ ଜଣାଇଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ
ତ୍ରିପାଠୀ ଏବଂ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking