31.1 C
Bhubaneswar
Tuesday, April 30, 2024
Homeଖେଳୟୁପିଏସସି ପରୀକ୍ଷାରେ ୧୭୮ ରାଙ୍କ ହାସଲ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି

ୟୁପିଏସସି ପରୀକ୍ଷାରେ ୧୭୮ ରାଙ୍କ ହାସଲ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି

ନୂଆଦିଲ୍ଲୀ : ୟୁପିଏସସି ପରୀକ୍ଷାରେ ୧୭୮ ରାଙ୍କ ହାସଲ କରିଛନ୍ତି ବ୍ୟାଡମିଣ୍ଟନ ପ୍ଲେୟାର କୁହୁ ଗର୍ଗ। ତେବେ ସେ ବ୍ୟାଡମିଣ୍ଟନ ଖେଳରେ ୫୬ ଟି ଅଲଇଣ୍ଡିଆ ମେଡାଲ୍ , ୧୮ଟି ଅନ୍ତର୍ଜାତୀୟ ମେଡାଲ ପାଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ବ୍ୟାଡମିଣ୍ଟନରେ ୩୪ ତମ ସ୍ଥାନରେ ସେ ରହିଥିଲେ। ବ୍ୟାଡମିଣ୍ଟନ ଖେଳି ଦେଶ ପାଇଁ ଗୌରବ ଆଣିଥିବା କୁହୁ ଗର୍ଗ ୟୁପିଏସସିରେ ମଧ୍ୟ ବିଜୟର ଧ୍ୱଜା ଉଡାଇଛନ୍ତି। ଖେଳରେ ନିଜର ପାରଦର୍ଶୀତା ପ୍ରମାଣ କରିବା ପରେ ବାପାଙ୍କୁ ଦେଖି ପ୍ରଶାସନିକ ସେବାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ୟୁପିଏସସି ପରୀକ୍ଷା ଉତୀର୍ଣ୍ଣ ହେବ ପାଇଁ ସେ ଦିନକୁ ୭ରୁ ୮ଘଣ୍ଟା ପରିଶ୍ରମ କରୁଥିଲେ । ଏପରିକି ନିଜ ଖେଳାକୁ ମଧ୍ୟ ସେତିକି ଗୁରୁତ୍ୱ ଦେଉଥିଲେ କୁହୁ। ତେଣୁ ତାଙ୍କର ଏହି ବହୁ ପରିଶ୍ରମ ପାଇଁ ତାଙ୍କୁ ଏହି ସଫଳତା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking