36.1 C
Bhubaneswar
Thursday, May 2, 2024
Homeଓଡିଶାହକି ଷ୍ଟାଡିୟମ ବୁଲି ଦେଖିପାରିବେ ଦର୍ଶକ; ରାଜ୍ୟ ସରକାରଙ୍କ ତରଫରୁ ମିଳିଲା ଅନୁମତି

ହକି ଷ୍ଟାଡିୟମ ବୁଲି ଦେଖିପାରିବେ ଦର୍ଶକ; ରାଜ୍ୟ ସରକାରଙ୍କ ତରଫରୁ ମିଳିଲା ଅନୁମତି

ଭୁବନେଶ୍ୱର: କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶା ଆୟୋଜନ କରୁଛି ହକି ବିଶ୍ୱକପ୍ । ତେଣୁ ଏହି ବିଶ୍ୱସ୍ତରୀୟ ଇଭେଣ୍ଟକୁ ସଫଳତାର ସହ ସମାପନ କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି ରାଜ୍ୟ ସରକାର । ଏହି ଅବସରରେ ରାଜ୍ୟକୁ ଦେଶ ବିଦେଶର ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ସେଥିପାଇଁ ଦୁଇ ସହର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାକୁ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି ।

ତେବେ ଏହା ମଧ୍ୟରେ ରାଜ୍ୟ ସରକାର ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ହକି ଷ୍ଟାଡିୟମ ଭିତରକୁ ସାଧାରଣ ଲୋକେ ପ୍ରବେଶ କରି ମଜା ନେଇ ପାରିବେ । ମ୍ୟାଚ ଦିନରେ ଟିକେଟ ଧାରୀମାନେ ଓ ଅନ୍ୟ ଦିନମାନଙ୍କରେ ସାଧାରଣ ଜନତା ଷ୍ଟାଡିୟମରେ ବୁଲି ପାରିବେ । ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ ଦର୍ଶକମାନେ ଅପରାହ୍ଣ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବୁଲି ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking