31.1 C
Bhubaneswar
Thursday, May 23, 2024
Homeଅପରାଧବନ୍ଧୁକ ମୁନରେ ଲୁଟ ଉଦ୍ୟମ

ବନ୍ଧୁକ ମୁନରେ ଲୁଟ ଉଦ୍ୟମ

ପାରାଦୀପ: ଦିନ ଦି ପହରେ ଘରେ ପଶି ଲୁଟ୍ ଉଦ୍ୟମ। ସେ ପୁଣି ଖଣ୍ଡା,ଭୁଜାଲି ଓ ବନ୍ଧୁକ ଧରି। ଏଭଳି ଘଟଣା ଘଟିଛି ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ନିକଟସ୍ଥ ଫୁଲବେଲାରୀ ଗ୍ରାମରେ। ଓମ୍ ପ୍ରକାଶ ଦାସ ନାମକ ଜଣେ ବ୍ୟକ୍ତି ଅପରାହ୍ନ ସମୟରେ ଘରେ ନିଜ ମା ସହିତ ଖାଉଥିବା ବେଳେ ହଠାତ୍ ୩ ଜଣ ଦୁର୍ବୁତ ଖଣ୍ଡା,ଭୁଜାଲି ଓ ବନ୍ଧୁକ ଧରି ଘରେ ପଶି ଓମ୍ ପ୍ରକାଶ ଙ୍କୁ ଆଲମିରା ଚାବି ମାଗିଥିଲେ। ତେବେ ଓମ୍ ପ୍ରକାଶ ବାରଣ କରିବାରୁ ଦୁର୍ବୁତ ମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଓମ୍ ପ୍ରକାଶ କୌଣସି ବଳରେ ଘରୁ ଖସି ଆସି ବାହାରେ ବଡ଼ ପାଟିକରି ଲୋକମାନଙ୍କୁ ଡାକିବାରୁ ବାହାରେ ୨ଟି ମୋଟରସାଇକେଲ ରେ ଅପେକ୍ଷା କରିଥିବା ଆଉ ଦୁଇ ଜଣ ଦୁର୍ବୁତ ସହିତ ଫେରାର ହୋଇଯାଇଥିଲେ। ଦୁର୍ବୁତ ଙ୍କ ଆକ୍ରମଣ ରେ ଓମ୍ ପ୍ରକାଶ ଆହତ ହୋଇଥିବା ବେଳେ ପାରାଦୀପ ଲକ୍ ଥାନା ତଦନ୍ତ ଆରମ୍ଭ କରିଛି। ତେବେ ଦିର୍ଘବର୍ଷ ହେବ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଏଭଳି ଘଟଣା କିଏ ଓ କାହିଁକି ଘଟାଇଲା ଏ ନେଇ ତଦନ୍ତ ହେଲେ ଜଣାପଡିବବୋଲି ଓମ୍ ପ୍ରକାଶ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking