30.1 C
Bhubaneswar
Saturday, May 4, 2024
Homeଅପରାଧକେରଳରେ ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ଉପରକୁ ଟେକାମାଡ଼; ୩ ଦିନରେ ୩ୟ ଘଟଣା

କେରଳରେ ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ଉପରକୁ ଟେକାମାଡ଼; ୩ ଦିନରେ ୩ୟ ଘଟଣା

ତିରୁଅନନ୍ତପୁରମ୍‌ : ବୁଧବାର ଦିନ ଅଜ୍ଞାତ ଦୁର୍ବୃତ୍ତମାନଙ୍କ ଟେକାମାଡ଼ରେ କାସରଗୋଡ଼-ତିରୁଅନନ୍ତପୁରମ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ କ୍ଷତିଗ୍ରସ୍ତ ହୋଇଥିବା କଥା ରେଳବାଇ ଅଧିକାରୀମାନେ କହିଛନ୍ତି।ଏହା ହେଉଛି ୩ ଦିନରେ ଏହି ପ୍ରକାରର ୩ୟ ଘଟଣା। ଏହି ଟେକାମାଡ଼ ଘଟଣାରେ ଟ୍ରେନ୍‌ର ଝରକା କାଚ ନଷ୍ଟ ହୋଇଯାଇଛି।ରେଳବାଇ ଅଧିକାରୀମାନଙ୍କ କହିବା ଅନୁସାରେ, ଅପରାହ୍ଣ ୪ଟାରୁ ୪.୩୦ ମଧ୍ୟରେ ବଟକରା ନିକଟରେ ଏହି ଟେକା ପଡ଼ିଥିଲା। ବାହାରପଟୁ ଝରକା କାଚ ଭାଙ୍ଗି ଚୂନା ହୋଇଯାଇଛି। କିନ୍ତୁ, ଭି‌ତରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି। ଟ୍ରେନ୍‌ର ‘ସି-୮’ କୋଚ୍‌ର ଝରକା ଉପରେ ଏହି ଟେକା ମାଡ଼ ହୋଇଥିଲା।ଉଲ୍ଲେଖଯୋଗ୍ୟ, ମାତ୍ର ୩ ଦିନ ତଳେ ଉତ୍ତର ‌କନ୍ନୁର ଜିଲ୍ଲାରେ ୨ଟି ଟ୍ରେନ୍‌ ଉପରକୁ ଟେକା ମାଡ଼ ହେବା ପରେ ଉପରୋକ୍ତ ଘଟଣା ଘଟିଛି।ସେହିପରି, ଦକ୍ଷିଣ କନ୍ନୁର ଓ ବାଲାପଟନମ୍‌ ଜିଲ୍ଲାରେ ପହଞ୍ଚିବା ପରେ ରବିବାର ଦିନ ମାଙ୍ଗାଲୁରୁ-ଚେନ୍ନାଇ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌ ଓ ନେତ୍ରାବତୀ ଏକ୍ସ୍‌ପ୍ରେସ୍‌ ଉପରକୁ ଟେକାମାଡ଼ ହୋଇଥିଲା। ଏହି ଘଟଣାରେ ଦୁଇଟିଯାକ ଟ୍ରେନ୍‌ର ‘ଏସି’ କୋଚ୍‌ର ଝରକା କାଚ ନଷ୍ଟ ହୋଇଯାଇଥିଲା।ଅଳ୍ପ ଦିନ ତଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଂସଦରେ ସୂଚନା ଦେଇଥିଲେ ଯେ, ୨୦୧୯ରୁ  ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ଉପରେ ହୋଇ ଆସୁଥିବା ଟେକାମାଡ଼ ଘଟଣାରେ ରେଳବାଇର ୫୫ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ହେଲାଣି।ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ୍‌ ୨୫ ତାରିଖ ଦିନ ତିରୁଅନନ୍ତପୁରମ୍‌ ଓ କାସରଗୋଡ଼ ମଧ୍ୟରେ କେରଳ ରାଜ୍ୟର ପ୍ରଥମ ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ଚଳାଚଳ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking