29.1 C
Bhubaneswar
Wednesday, May 8, 2024
Homeଅପରାଧଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ

ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ

ଭୋପାଳ :ଦିନକୁ ଦିନ ହତ୍ୟା , ଆକ୍ରମଣ ଭଳି ଘଟଣା ବଢିବାରେ ଲାଗିଛି । କେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତ କେବେ ଗୋଷ୍ଠୀ ସଂଘର୍ଷ ଦ୍ୱାରା ଆକ୍ରମଣ ହୋଇଥାଏ । ତେବେ ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଧାର ଜିଲ୍ଲା ଅଧୀନସ୍ଥ ବୋରଲାଇରେ ଦେଖିବାକୁ ମିଳିଛି । ଘଟଣାକ୍ରମରେ ଜଣେ କୃଷକଙ୍କୁ ପିଟିପିଟି ହତ୍ୟା କରାଯାଇଛି ।
ସୂଚନାନୁଯାୟୀ , ମୃତ କୃଷକ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଟଙ୍କା ପାଇଁ ବିବାଦ ଉପୁଜିଥିଲା । ୬ ଜଣ କୃଷକ ସେମାନଙ୍କ କ୍ଷେତରେ କାମ କରିବାପାଇଁ କିଛି ଶ୍ରମିକଙ୍କୁ ଟଙ୍କା ଦେଇଥିଲେ । କିନ୍ତୁ ଏହି ଶ୍ରମିକମାନେ ଟଙ୍କା ନେଇ ଆଉ ଧରାଛୁଆଁ ଦେଇନଥିଲେ । କୃଷକମାନେ ଏଥିରେ ଅତିଷ୍ଠ ହୋଇ ଆଜି ବୋରଲାଇ ଗ୍ରାମକୁ ଯାଇଥିଲେ ଏବଂ ଶ୍ରମିକଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲେ । କିନ୍ତୁ ଟଙ୍କା ନେଇଥିବା ଶ୍ରମିକମାନେ ଟଙ୍କା ଫେରାଇ ନଥିଲେ କି କାମକୁ ଆସିବେନି ବୋଲି ରୋକଠୋକ୍ ମନା କରିଦେଇଥିଲେ । ଏହି ଘଟଣାକୁ ନେଇ ଉଭୟ କୃଷକ ଏବଂ ଶ୍ରମିକଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ସ୍ଥିତି ଅତି ଭୟଙ୍କର ରୂପ ନେଇଥିଲା । ଶ୍ରମିକମାନଙ୍କ ସହ ସେମାନଙ୍କ ଗ୍ରାମବାସୀ ମାନେ ୬ କୃଷକଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ସେମାନଙ୍କ କାର୍ ଭଙ୍ଗାରୁଜା କରିଥିଲେ । ସଂଘବଦ୍ଧ ଆକ୍ରମଣରେ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣା ବିଷୟରେ ପଚାରି ବୁଝିବା ସହ ପୁଲିସ ଅଭିଯୁକ୍ତଙ୍କୁ ଧରିବାପାଇଁ ପ୍ରୟାସ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking