26.1 C
Bhubaneswar
Friday, March 29, 2024
HomeUncategorizedବ୍ୟାସସରୋବର ମହୋତ୍ସବ ଉଦ୍‌ଘାଟିତ

ବ୍ୟାସସରୋବର ମହୋତ୍ସବ ଉଦ୍‌ଘାଟିତ

 
ଯାଜପୁର  : ପୁରାଣ ପ୍ରସିଦ୍ଧ ବ୍ୟାସସରୋବର ପୀଠରେ ବ୍ୟାସସରୋବର ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବକୁ ବ୍ୟାସନଗର ପୌରପରିଷଦ ପକ୍ଷରୁ କରାଯାଉଛି । ଏହି ମହୋତ୍ସୋବ ୧୧ ଦିନ ଧରି ଅନୁଷ୍ଠିତ ହେବ । ଏହି ଉତ୍ସବକୁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବ୍ୟାସ ସରୋବର ଐତିହ୍ୟ ପୁରାଣ କିମ୍ବଦନ୍ତୀ ସଂପର୍କରେ କହିଥିଲେ । ଏହି ପୀଠକୁ ବିକାଶ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଦାନ ମଞ୍ଜୁର କରାଯାଇଛି । ଖୁବ ଶୀଘ୍ର ସରୋବର ନବକଳେବର କରାଯାଇ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରାଯିବ । ବଡ ପୁଷ୍କରଣି କରାଯାଇ ନୌବିହାର କରାଯିବା ପାଇଁ ଯୋଜନା କରାଯାଇଛି । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଲୋକସୂୁନା ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୂଖ ଯୋଗଦେଇ ଓଡିଶାର ସଂସ୍କୃତିକୁ ବଜୟ ରଖିବା ବ୍ୟାସସରୋବରର ପୂର୍ଣ୍ଣ ଲକ୍ଷ । ଏହି ଉତ୍ସବରେ ପୌର ପରିଷଦର ପ୍ରଶାସକ ତଥା କଳିଂଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
 

ବର୍ଷା ଯୋଗୁଁ ଉତ୍ସବ ଫାଙ୍କା ଲାଗୁଥିଲା, ଜିଲ୍ଲାପାଳ ଓ ଦିନେଶ ମଲିକ, ଅସୀମା ପଣ୍ଡାଙ୍କ ଗୃପ୍ ମେଲୋଡି କାର୍ଯ୍ୟକ୍ରମ ହୋଇଥିଲା । ତାରୀଫ ଅଜିତ୍‌ଙଙ୍କ ଗ୍ରୃପ୍ ମେଲୋଡି କାର୍ଯ୍ୟକ୍ରମ କରିଥିଲେ । ସକାଲେ ଭାଇଚାରା ସୃଷ୍ଟି କରିବା ପାଇଁ ଗଣଦୌଡ କାର୍ଯ୍ୟକ୍ରମ କରାଯାଇଥିଲା । ଭୌମ ଏକାଦଶୀ ଥିବାରୁ ଏହି ପୀଠକୁ ଶ୍ରଦ୍ଧାଳୁ ମାନେ ଆସି ଗୁପ୍ତଗଙ୍ଗା ପାଣିକୁ ମୁଣ୍‌ଡରେ ସିଂଚନ କରି ଏକାଦଶ ପାଣି ପାଳନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking